ମନି ଲଣ୍ଡରିଂ ମାମଲାରେ ସୋନିଆଙ୍କ ନାଁ, ଇଡି ଜେରା ବେଳେ ହେଲା ଖୁଲାସା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, June 4, 2019

ମନି ଲଣ୍ଡରିଂ ମାମଲାରେ ସୋନିଆଙ୍କ ନାଁ, ଇଡି ଜେରା ବେଳେ ହେଲା ଖୁଲାସା

ନୂଆଦିଲ୍ଲୀ: କଂଗ୍ରେସ ପାଇଁ ବିବାଦ ଦିନକୁ ଦିନ ବଢ଼ିବାରେ ଲାଗିଛି। ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ଜେରା ବେଳେ ସମସ୍ତଙ୍କୁ ଚକିତ କରିବା ଭଳି ତଥ୍ୟ ସାମ୍ନାକୁ ଆସିଛି। ଇଡି ପକ୍ଷରୁ ଗତକାଲି ଗାନ୍ଧି ପରିବାରର ଜ୍ୱାଇଁ ରବର୍ଟ ଭଦ୍ରାଙ୍କ ଘନିଷ୍ଠ ସହଯୋଗୀ ତଥା ଦୁବାଇର ବ୍ୟବସାୟୀ ପିପି ଥାମ୍ପିଙ୍କୁ  ଜେରା କରାଯାଉଥିଲା। ଏହି ସମୟରେ ସେ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ନାଁ ନେଇଥିବା ଜଣାପଡ଼ିଛି।

ସୋନିଆ ଗାନ୍ଧିଙ୍କ ବ୍ୟକ୍ତିଗତ ସହାୟକ ପିପି ମାଧବନ ହିଁ ରବର୍ଟ ଭଦ୍ରାଙ୍କ ସହ ତାଙ୍କର ଭେଟଘାଟ କରାଇଥିବା ସେ କହିଛନ୍ତି। ଗତକାଲି ଏହି ମନି ଲଣ୍ଡିରିଂ ମାମଲାରେ ଇଡି ରବର୍ଟ ଭଦ୍ରାଙ୍କୁ ମଧ୍ୟ ଜେରା କରିଥିଲା। ଏହି ସମୟରେ ସେ ପୂର୍ବରୁ ଦେଇଥିବା ତଥ୍ୟ ଏବଂ ଏବେ ଦେଇଥିବା ତଥ୍ୟରେ ତାଳମେଳ ନଥିବା ଇଡି ଜାଣିବାକୁ ପାଇଛି।

ରବର୍ଟ ଭଦ୍ରା ଦୁବାଇ ଏବଂ ଲଣ୍ଡନରେ ବେଆଇନ୍ ଭାବେ ସମ୍ପତ୍ତି କିଣିଥିବା ଅଭିଯୋଗ ହୋଇଛି। ଭଦ୍ରା ଦୁବାଇର ଜୁମେରାହ ଅଞ୍ଚଳରେ ୧୪ କୋଟି ଟଙ୍କାର ଏକ ଭିଲ୍ଲା କିଣିଥିବା ବେଳେ ଲଣ୍ଡନରେ ୨୬ କୋଟିର ଏକ ଫ୍ଲାଟ ତାଙ୍କ ନାଁରେ ରହିଥିବା ଜଣାପଡ଼ିଛି। ଏହାକୁ ନେଇ ଇଡି ଭଦ୍ରାଙ୍କୁ ଜେରା କରୁଛି।

ଦୁବାଇ ବ୍ୟବସାୟୀ ସିସି ଥାମ୍ପି ହିଁ ଭଦ୍ରାଙ୍କୁ ବେଆଇନ୍‌ ଭାବେ ସମ୍ପତ୍ତି କିଣିବାରେ ସହଯୋଗ କରିଥିବା ଅଭିଯୋଗ ହୋଇଛି। ଭଦ୍ରାଙ୍କ ସ୍କାଏଲାଇଟ୍ ହସ୍ପିଟାଲିଟି ପାଇଁ ଥାମ୍ପି ଶେଲ କମ୍ପାନୀ ଜରିଆରେ ସମ୍ପତ୍ତି କିଣିଥିଲେ। ତେବେ ଦୁବାଇ ଓ ଲଣ୍ଡନରେ ଥିବା ସମ୍ପତ୍ତି ଗୁଡ଼ିକ ସ୍କାଏଲାଇଟ୍‌ ହସ୍ପିଟାଲିଟି ନୁହେଁ ବରଂ ଭଦ୍ରାଙ୍କ ନିଜ ନାଁରେ ରହିଥିବା ଇଡି ଜାଣିବାକୁ ପାଇଛି। ଏହି ଘଟଣାରେ ଉଭୟ ଥାମ୍ପି ଓ ଭଦ୍ରା ଇଡି ନିକଟରେ ଭିନ୍ନଭିନ୍ନ ବୟାନ ଦେଇଥିବାରୁ ଏହାକୁ ତଦନ୍ତକାରୀ ସଂସ୍ଥା କୋର୍ଟରେ ଉପସ୍ଥାପନ କରିବ।

ଗତକାଲି ଥାମ୍ପିଙ୍କୁ ଜେରା କରିବା ବେଳେ ସେ ସୋନିଆ ଗାନ୍ଧିଙ୍କ ନାଁ ନେଇଛନ୍ତି। ଥାମ୍ପି କୌଣସି ପ୍ରକାରର ଭଦ୍ରାଙ୍କୁ ଚିହ୍ନି ନଥିଲେ। ହେଲେ ସୋନିଆଙ୍କ ବ୍ୟକ୍ତିଗତ ସହାୟକ ମାଧବନ ହିଁ ତାଙ୍କୁ ଭଦ୍ରାଙ୍କ ସହ ପରିଚିତ କରାଇଥିଲେ। ଏବେ ଇଡି ଭଦ୍ରାଙ୍କୁ ନିଜ ହେଫାଜତକୁ ନେଇ ଜେରା କରିବାକୁ ଚାହୁଁଛି।

ଅନ୍ୟପକ୍ଷରେ ଚିକିତ୍ସା ପାଇଁ ସ୍ୱତନ୍ତ୍ର ସିବିଆଇ କୋର୍ଟ ଭଦ୍ରାଙ୍କୁ ବିଦେଶ ଯିବାକୁ ଅନୁମତି ଦେଇଛନ୍ତି। ତେବେ ସେ ଲଣ୍ଡନ ଯାଇ ପାରିବେ ନାହିଁ। ସେ ଚାହିଁଲେ ଆମେରିକା କିମ୍ବା ନେଦରଲ୍ୟାଣ୍ଡସ୍‌ ଯାଇପାରିବେ ବୋଲି କୋର୍ଟ କହିଛନ୍ତି। ଏହାକୁ ଇଡି ବିରୋଧ କରିଛି। ଏଥିସହ କୋର୍ଟ ଭଦ୍ରାଙ୍କୁ ଦେଇଥିବା ଆଗୁଆ ଜାମିନ୍‌କୁ ମଧ୍ୟ ସଂସ୍ଥା ପୁଣିଥରେ  ଚ୍ୟାଲେଞ୍ଜ କରିବ ବୋଲି କହିଛି।



from Odisha Reporter http://bit.ly/2Z8wBGY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages