୪୯ ବର୍ଷରେ ରାହୁଲ ଗାନ୍ଧି; ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, June 18, 2019

୪୯ ବର୍ଷରେ ରାହୁଲ ଗାନ୍ଧି; ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି ୪୯ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି। ଟ୍ୱିଟରେ ମୋଦି ଉଲ୍ଲେଖ କରିଛନ୍ତି ଯେ, ରାହୁଲ ଗାନ୍ଧୀଙ୍କୁ ତାଙ୍କ ଜନ୍ମଦିନ ପାଇଁ ଅନେକ ଶୁଭକାମନା, ତାଙ୍କର ଭଲ ସ୍ୱାସ୍ଥ୍ୟ ରହୁ ଏବଂ ଦୀର୍ଘାୟୁ ରୁହନ୍ତୁ।

ମୋଦିଙ୍କ ସହିତ ଦେଶର ଅନେକ ପ୍ରତିଷ୍ଠିତ ବ୍ୟକ୍ତି ଏବଂ ନେତା ରାହୁଲଙ୍କୁ ତାଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଛନ୍ତି। ରାହୁଲଙ୍କୁ ୃହରାଇ ଆମେଠିର ସାଂସଦ ହୋଇଥିବା କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ତାଙ୍କ ଟ୍ୱିଟର ହ୍ୟାଣ୍ଡଲରୁ ରାହୁଲଙ୍କୁ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇନହାନ୍ତି । କିନ୍ତୁ ପ୍ରଧାନମନ୍ତ୍ରୀ ମୋଦି ରାହୁଲଙ୍କ ପାଇଁ କରିଥିବା ଟ୍ୱିଟକୁ ରିଟ୍ୱିଟ୍ କରି ସ୍ମୃତି ଇରାନୀ ଜନ୍ମଦିନର ଶୁଭେଚ୍ଚା ଜଣାଇଛନ୍ତି।

କଂଗ୍ରେସ ଦଳର ଅଫିସିଆଲ ଟ୍ୱିଟର ହ୍ୟାଣ୍ଡଲରେ ମଧ୍ୟ ରାହୁଲଙ୍କୁ ଶୁଭେଚ୍ଛା ଜଣାଇ ଏକ ଭିଡିଓ ପୋଷ୍ଟ ହୋଇଛି। ଯେଉଁଥିରେ ରାହୁଲଙ୍କ ଭାଷଣ ଏବଂ ସାକ୍ଷାତକାରର କିଛି ଅଂଶ ରହିଛି।

ସୂଚନାଯୋଗ୍ୟ, ୧୯୭୦ ଜୁନ ୧୯ରେ ରାହୁଲ ଗାନ୍ଧି ଜନ୍ମଗ୍ରହଣ କରିଥିଲେ। ୨୦୦୪ରେ ନିର୍ବାଚନ ଲଢ଼ିବାକୁ ଘୋଷଣା କରିବା ସହିତ ସେ ରାଜନୀତିରେ ପ୍ରବେଶ କରିଥିଲେ। ସେ ନିଜର ପିତାଙ୍କ ଲୋକସଭା ଆସନ ଆମେଠିରୁ ସାଂସଦ ଭାବେ ନିର୍ବାଚନ ଲଢ଼ିଆସୁଛନ୍ତି। ୨୦୦୪ରୁ ସେ ଆମେଠିରୁ ସାଂସଦ ଭାବେ ନିର୍ବାଚିତ ହୋଇଆସୁଥିଲେ। ଚଳିତ ଥର କିନ୍ତୁ ସେ ଆମେଠିରୁ ପରାସ୍ତ ହୋଇଛନ୍ତି। କେରଳର ଓ୍ୱାଇନାଡ ଲୋକସଭା ଆସନରୁ ସେ ନିର୍ବାଚିତ ହୋଇଛନ୍ତି।



from Odisha Reporter http://bit.ly/2IYWVNo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages