ଆରମ୍ଭ ହେବାକୁ ଯାଉଛି କେବିସି-୧୧, ହେଲେ ଏହି ଲୋକପ୍ରିୟ ଶୋ’ ଲାଗି ମିଳୁନି ସେଟ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, June 18, 2019

ଆରମ୍ଭ ହେବାକୁ ଯାଉଛି କେବିସି-୧୧, ହେଲେ ଏହି ଲୋକପ୍ରିୟ ଶୋ’ ଲାଗି ମିଳୁନି ସେଟ୍‌

ମୁମ୍ୱାଇ: ବଲିଉଡର ଶେହନଶାହା ଅମିତାଭ ବଚ୍ଚନଙ୍କ କୁଇଜ ଶୋ’ କୌନ ବନେଗା କରୋଡପତି’ ଘରେ ଘରେ ବେଶ୍‌ ଲୋକପ୍ରିୟ। ଏହାର ପ୍ରତିଟି ସିଜିନ୍‌କୁ ଲୋକେ ବହୁ ଉତ୍ସୁକତାର ସହ ଅପେକ୍ଷା କରିଥାନ୍ତି।  ଖୁବ୍‌ ଶୀଘ୍ର ଏହାର ୧୧ ତମ ସିଜିନ ଟେଲିକାଷ୍ଟ ହେବାକୁ ଯାଉଛି। ଏହାର ଶୋ’ର କ୍ୟାମ୍ପେନିଙ୍ଗ ଖୁବ୍‌ ଜୋରସୋରରେ ଆରମ୍ଭ ହୋଇଗଲାଣି। ହେଲେ ଘରେ ପଶିବା ଆଗରୁ ଚାଳରେ ମୁଣ୍ଡ ବାଜିବା ପରି ଏଥିରେ ଦେଖାଦେଲାଣି କେଁ।

ଏ ଯାଏ ଶୋ’ର ସୁଟିଂ ପାଇଁ ମିଳିନି ସେଟ୍‌। ତେଣୁ କିପରି ଆରମ୍ଭ ହେବ ଏହି ଲୋକପ୍ରିୟ ଶୋ’ ତାହାକୁ ନେଇ ନିର୍ମାତାଙ୍କ ଟେନସନ୍‌ ବଢିବାରେ ଲାଗିଲାଣି। ଶେଷରେ ଏହି ସିଜିନ ଲାଗି ମେକର୍ସ ଏକ ନୂଆ ସେଟ୍‌ କରିବାକୁ ମାଇଣ୍ଡ ମେକଅପ୍‌ କରି ସାରିଥିବା ଜଣାପଡିଛି। କେବିସିର ପୁରୁଣା ସେଟ୍‌ରେ ଏବେ କପିଲ ଶର୍ମା ନିଜ ଶୋ’ ‘ଦି କପିଲ ଶର୍ମା ସୋ’ ର ସୁଟିଂ ଚାଲୁ ରଖିଛନ୍ତି। ୨ ବର୍ଷ ପୂର୍ବେ ଫିଲ୍ମ ସିଟିରେ ଭିନ୍ନ ଭିନ୍ନ ସେଟ୍‌ରେ ଉଭୟ ଅମିତାଭ ଓ କପିଲଙ୍କ ଶୋ’ର ସୁଟିଂ ଚାଲୁଥିଲା।

ହେଲେ କପିଲ ନିଜ ଶୋ’ରୁ ବ୍ରେକ୍‌ ନେବା  ପରେ ତାଙ୍କ ସେଟ୍‌ ଅନ୍ୟ କାମରେ ଲାଗିଗଲା।  ବର୍ଷେ ପରେ ସେ ଯେତେବେଳେ କମ୍‌ବ୍ୟାକ୍‌ କଲେ, ସେତେବେଳେ ସେ କେବିସି ସେଟ୍‌ରେ ହିଁ ନିଜ ଟିମ୍‌ ସହ ଶୁଟିଂ କରିବାକୁ ଲାଗିଲେ। ସେତେବେଳକୁ ଅମିତାଭଙ୍କ କେବିସି-୧୦ର ସୁଟିଂ ହୋଇ ଯାଇଥିଲା। ଫଳରେ ଏବେ କେବିସିର ସୁଟିଂ ଲାଗି  ସେଟ୍‌ ଖୋଜା ଅଭିଯାନ ଆରମ୍ଭ କରି ଦେଲେଣି ନିର୍ମାତା।



from Odisha Reporter http://bit.ly/2WRV4ia

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages