ବାରିପଦା (ମାଣିକଲାଲ୍ ପାଣି): ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଳକ୍ର ନାହାଶୋଳ ଜଙ୍ଗଲରେ ଥିବା ଜାହିରା ନିକଟରୁ ଆଜି ସକାଳେ ଏକ ନବଜାତ ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି। ଶିଶୁଟିକୁ କେହି ସେଠାରେ ଛାଡ଼ି ଚାଲି ଯାଇଥିବା ବେଳେ ସ୍ଥାନୀୟ ଲୋକେ ତାକୁ ଉଦ୍ଧାର କରିଥିଲେ। ଏହାପରେ ଗାଁ ଲୋକେ ଅଙ୍ଗନବାଡ଼ି ଏବଂ ଆଶା ଦିଦିଙ୍କୁ ଡକାଇ ଶିଶୁଟିର ପ୍ରାଥମିକ ଚିକିତ୍ସା କରାଇଥିଲେ। ପରେ ଶିଶୁଟିକୁ ବାରିପଦା ମେଡିକାଲ କଲେଜରେ ଭର୍ତ୍ତି କରିଥିଲେ। ଶିଶୁଟିକୁ ଏସ୍ଏନ୍ସିୟୁରେ ରଖାଯାଇଛି। ଶିଶୁଟିର ଓଜନ ୨କିଲୋ ୧୦୦ ଗ୍ରାମ୍ ରହିଛି।
ଶିଶୁଟିକୁ ଜଙ୍ଗଲୀ ପିମ୍ପୁଡ଼ି କାମୁଡ଼ି ଦେଇଥିବା ଦେଖିବାକୁ ମିଳିଛି। ତେବେ ଶିଶୁଟିକୁ କିଏ ଓ କାହିଁକି ଜଙ୍ଗଲରେ ଛାଡ଼ି ଚାଲିଗଲା, ତାହା ଜଣାପଡ଼ି ନାହିଁ।
from Odisha Reporter http://bit.ly/2KSbPYm
No comments:
Post a Comment