ଦୁମକା: ଝାରଖଣ୍ଡର ଦୁମକାରେ ଯବାନ ଏବଂ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। ଏଥିରେ ୫ ଜଣ ନକ୍ସଲ ନିହତ ହୋଇଥିବା ବେଳେ ଜଣେ ଯବାନ ସହିଦ ହୋଇଛନ୍ତି। ଏବଂ ୪ ଜଣ ଯବାନ ଆହତ ହୋଇଥିବା ଜଣାପଡ଼ିଛି। ପ୍ରଥମେ ୫ ଜଣ ନକ୍ସଲ ଆହତ ହୋଇଥିବା ଜଣାପଡ଼ିଥିଲା। ପରବର୍ତ୍ତୀ ସମୟରେ ଆହତ ୫ ନକ୍ସଲ ନିହତ ହୋଇଥିବା ଜଣାପଡ଼ିଛି।
ସ୍ଥାନୀୟ ପୁଲିସ ଅଧିକାରୀ ଓ୍ୱାଇ ଏସ ରମେଶ କହିଛନ୍ତି ଆଜି ତଡକେ ନାମକ ସ୍ଥାନରେ ଏସଏସବି ଯବାନ ମାନେ ସର୍ଚ୍ଚ ଅପରେସନ କରୁଥିଲେ। ଭୋର ୩ଟା ୩୦ ସମୟରେ ମାଓବାଦୀମାନେ ଯବାନଙ୍କ ଉପରକୁ ଗୁଳି ଚଳାଇଥିଲେ। ଏହାପରେ ଯବାନ ମାନେ ମଧ୍ୟ ପାଲଟା ଆକ୍ରମଣ କରିଥିଲେ।
ଏହି ମାଓ ଏନକାଉଣ୍ଚର ଘଟଣାରେ ନିରଜେ ଛେତ୍ରୀ ନାମକ ଯବାନ ସହିଦ ହୋଇଥିବା ବେଳେ ଅନ୍ୟ ଚାରି ଯବାନ ରାଜେଶ କୁମାର ରୟ, ସୋନୁ କୁମାର, ସତୀଶ କୁମାର, ସତୀଶ ଗୁଜ୍ଜର ଏବଂ କରଣ କୁମାର ଆହତ ହୋଇଛନ୍ତି। ଯବାନ ରାଜେଶ କୁମାର ରୟ ଗୁରୁତର ଥିବାରୁ ସ୍ୱତନ୍ତ୍ର ବିମାନ ଯୋଗେ ଚିକିତ୍ସା ପାଇଁ ରାଞ୍ଚି ନିଆଯାଇଥିବା ବେଳେ ଅନ୍ୟମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
from Odisha Reporter http://bit.ly/2KlXpiW
No comments:
Post a Comment