ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ରାଉରକେଲା ପ୍ଲାଣ୍ଟ ସାଇଟ୍ ପୁଲିସ୍ ବିଶ୍ୱକପ୍ କ୍ରିକେଟ୍ ବେଟିଙ୍ଗ୍ କରୁଥିବା ଏକ ଗ୍ୟାଙ୍ଗର ପର୍ଦ୍ଦାଫାଶ କରିଛି। ଗତକାଲି ବିଳମ୍ୱିତ ରାତିରେ ଡେଲି ମାର୍କେଟସ୍ଥିତ ଜନତା ନିବାସ ଲେନ୍ରେ ପୁଲିସ୍ ଚଢ଼ଉ କରି ଦୁଇ ଜଣଙ୍କୁ ଗିରଫ କରିଛି। ଏଥିସହ ସେମାନଙ୍କ ନିକଟରୁ ୩୧ ଲକ୍ଷ ଟଙ୍କା ଓ ୧୫ଟି ମୋବାଇଲ୍ ଫୋନ୍ ଜବତ କରିଛି।
ଗିରଫ ହୋଇଥିବା ଜଣେ ବ୍ୟକ୍ତିଙ୍କ ପରିଚୟ ମିଳିଛି। ତାଙ୍କ ନାଁ ନାଗର ମଲ୍ । ତାଙ୍କ ଘର ଅଗ୍ରୱାଲ ଜନତା ନିବାସ ଅଞ୍ଚଳରେ ବୋଲି ଜଣାପଡ଼ିଛି। ସେହିପରି ଗିରଫ ହୋଇଥିବା ଆଉ ଜଣେ ବ୍ୟକ୍ତିଙ୍କ ଘର ଦେଓଗାଁରେ ବୋଲି କୁହାଯାଉଛି।
ଏହି ଗ୍ୟାଙ୍ଗର ଅନ୍ୟ ସଦସ୍ୟମାନଙ୍କୁ ଧରିବାକୁ ପୁଲିସ୍ ଚଢ଼ଉ ଜାରି ରହିଛି। ଏଥିସହ ଘଟଣାର ତଦନ୍ତ କରୁଛି।
from Odisha Reporter http://bit.ly/2Lf957k
No comments:
Post a Comment