ଆଜିଠୁ ବିଧାନସଭାର ବଜେଟ୍‌ ଅଧିବେଶନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, June 24, 2019

ଆଜିଠୁ ବିଧାନସଭାର ବଜେଟ୍‌ ଅଧିବେଶନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜିଠୁ ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହେଉଛି। ରାଜ୍ୟପାଳଙ୍କ ଅଭିଭାଷଣରୁ ବିଧାନସଭା କାର୍ଯ୍ୟ ଆରମ୍ଭ ହେବ। ଅଧିବେଶନର ପ୍ରଥମ ପର୍ଯ୍ୟା଼ୟ ଜୁଲାଇ ୨ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟ ଜୁଲାଇ ୧୨ରୁ ଅଗଷ୍ଟ ୮ ତାରିଖ ପର୍ଯ୍ୟନ୍ତ ଚାଲିବ। ଜୁନ୍ ୨୮ ତାରିଖରେ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ ହେବ।

ଷୋଡ଼ଶ ବିଧାନସଭାର ପ୍ରଥମ ଅଧିବେଶନରେ ସରକାରଙ୍କୁ ଘେରିବାକୁ ବିରୋଧୀଙ୍କ ହାତରେ ଲମ୍ବା ତାଲିକା ରହିଛି। ପ୍ରଥମ ଥର ପାଇଁ ବିଜେପି ବିରୋଧୀ ଦଳ ଭୂମିକା ନିର୍ବାହ କରିବାକୁ ଯାଉଛି। ତେଣୁ ଶାସକ ଦଳକୁ ଘେରିବା ପାଇଁ ଦଳ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି। ବାତ୍ୟା ପରବର୍ତ୍ତୀ ଥଇଥାନରେ ସରକାରଙ୍କ ବିଫଳତା, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ସ୍ଥିତି, ଅଭାବୀ ଧାନ ବିକ୍ରି, ବିଧାୟକ ସରୋଜ ମେହେରଙ୍କ ଆଚରଣ ଭଳି ବିଭିନ୍ନ ପ୍ରସଙ୍ଗକୁ ଜୋରଦାର ଢଙ୍ଗରେ ଉଠାଇବାକୁ ବିଜେପି ଯୋଜନା କରିଛି।

ଅନ୍ୟପକ୍ଷରେ ଅଶ୍ୱିନୀ ବୈଷ୍ଣବଙ୍କୁ ରାଜ୍ୟସଭା ପ୍ରାର୍ଥୀ କରିବା ନେଇ ବିଜେଡି-ବିଜେପି ବୁଝାମଣାକୁ ମୁଖ୍ୟ ପ୍ରସଙ୍ଗ କରିବାକୁ ଯାଉଛି କଂଗ୍ରେସ।  ତା’ସହ ବେକାରୀ ସମସ୍ୟା, ଆଇନଶୃଙ୍ଖଳା ପରିସ୍ଥିତି, ଫୋନି ପୁନରୁଦ୍ଧାରରେ ବିଫଳତା, ଚାଷୀ ସମସ୍ୟା, ଶିକ୍ଷା ଓ ସ୍ୱାସ୍ଥ୍ୟ ସେବାରେ ସମସ୍ୟା ବିଷୟ ବି କଂଗ୍ରେସ ଉଠାଇବ। ଶାସକ ବିଜେଡି କାଉଣ୍ଟର ଲାଗି ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ସହ ଯେଉଁଠି କେନ୍ଦ୍ର ଅବହେଳା କରିଛି ସେ କଥା ଉଠାଇବାକୁ ପ୍ରସ୍ତୁତ ହୋଇଛି।

 



from Odisha Reporter http://bit.ly/2KAW4pf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages