‘ଅର୍ଥନୀତିରେ ବ୍ରିଟେନକୁ ମାତ୍ ଦେବ ଭାରତ, ଦେଶର ରୋଜଗାର ଓ ଅଭିବୃଦ୍ଧି ହାର ବଢ଼ିବ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, June 3, 2019

‘ଅର୍ଥନୀତିରେ ବ୍ରିଟେନକୁ ମାତ୍ ଦେବ ଭାରତ, ଦେଶର ରୋଜଗାର ଓ ଅଭିବୃଦ୍ଧି ହାର ବଢ଼ିବ’

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦିଙ୍କ ନୂଆ ସରକାର ପାଇଁ ଦେଶର ଅର୍ଥବ୍ୟବସ୍ଥା ଓ ବେକାରୀ ସବୁଠୁ ବଡ଼ ଚ୍ୟାଲେଞ୍ଜ। ଏଥିପାଇଁ ଆସନ୍ତା ମାସରେ ସଂସଦରେ ଆଗତ ହେବାକୁ ଥିବା ବଜେଟ ଉପରେ ସାରା ଦେଶର ନଜର ରହିଛି। ତେବେ ଦେଶର ଅର୍ଥ ବ୍ୟବସ୍ଥାକୁ ଟ୍ରାକକୁ ଆଣିବା ପାଇଁ ସରକାର ସୁଚିନ୍ତିତ ରଣନୀତି ପ୍ରସ୍ତୁତ କରୁଥିବା ଜଣାପଡ଼ିଛି। ଏଭଳି ସମୟରେ ମୋଦି ସରକାର ପାଇଁ ଖୁସି ଖବର ଦେଇଛି ଆଇଏଚଏସ ମାର୍କେଟ୍ ନାମକ ଅର୍ଥୀନୀତିକ ସର୍ଭେ ସଂସ୍ଥା। ଚଳିତ ସରକାରରେ ଦେଶର ଅର୍ଥନୀତି ସକାରାତ୍ମକ ଓ ପ୍ରଭାବୀ ରହିବା ସହିତ ରୋଜଗାର ବଢ଼ିବ ବୋଲି ସର୍ଭେ ସଂସ୍ଥା କହିଛି।

ଚଳିତ ବର୍ଷ ଭାରତର ଅଭିବୃଦ୍ଧି ହାରର (ଜିଡିପି) ଆକାର ୨. ୧୦ ଲକ୍ଷ ଅରବ (୩ ହଜାର ଅରବ ଡଲାର) ଟପିବ। ଏମିତିକି ଅର୍ଥନୀତିରେ ବ୍ରିଟେନକୁ ପଛରେ ପକାଇବ ଭାରତ। ୨୦୨୫ ପରେ ଜାପାନର ଜିଡିପି ଆକାରକୁ ଭାରତ ଟପିଯିବ ବୋଲି ଏହି ଅର୍ଥନୈତିକ ସର୍ଭେ ସଂସ୍ଥାର ରିପୋର୍ଟ ପ୍ରକାଶ କରିଛି।

ରିପୋର୍ଟରେ କୁହାଯାଇଛି ଯେ ବିଶ୍ୱର ଅର୍ଥନୀତିକ ରାଙ୍କିଙ୍ଗରେ ଭାରତର ଉପରକୁ ଉଠିବ। ଏସିଆର ଅଭିବୃଦ୍ଧିରେ ଭାରତ ପ୍ରମୁଖ ଇଞ୍ଜିନ୍ ପାଲଟିବ ବୋଲି ଜଣାପଡ଼ିଛି। ଏମିତିକି ଏସିଆର ସବୁ ଦେଶଙ୍କ ମଧ୍ୟରେ ଭାରତରେ ଅଧିକ ନିବେଶ ହେବ ବୋଲି ଆଇଏଚଏସ ମାର୍କେଟ୍ ସର୍ଭେ ସଂସ୍ଥା କହିଛି।

ଦେଶର ଜିଡିପିରେ ମାନୁଫାକଚରିଂ ସେକ୍ଟରର ହାର ୧୮ ପ୍ରତିଶତ ରହିଛି। ହେଲେ ଭାରତର ଲକ୍ଷ୍ୟ ୨୫ ପ୍ରତିଶତ ରହିଛି। କିନ୍ତୁ ଆଗାମୀ ଦୁଇ ବର୍ଷ ଭିତରେ ପ୍ରତିବର୍ଷ ହାରାହାରି ୭୫ ଲକ୍ଷ ଲୋକ ଏହି ମାନୁଫାକଚିରିଂ ସେକ୍ଟରରେ ଯୋଡ଼ି ହେବେ ବୋଲି ସର୍ଭେ ସଂସ୍ଥା କହିଛି। ତେଣୁ ଦେଶରେ ଆଗାମୀ ଦିନରେ ସର୍ଭିସ୍ ସେକ୍ଚର ଓ ମାନୁଫାକଚରିଂ ସେକ୍ଟରରେ ଅଭିବୃଦ୍ଧି ସହିତ ଦେଶରେ ରୋଜଗାର ବଢ଼ିବ ବୋଲି ସର୍ଭେ ସଂସ୍ଥା ରିପୋର୍ଟ ପ୍ରକାଶ କରିଛି।



from Odisha Reporter http://bit.ly/31aad1R

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages