ସବୁ ଝିଅଙ୍କ ସ୍ୱପ୍ନରେ ଆସନ୍ତି ଭାଇଜାନ୍‌, ଆଉ ଭାଇଜାନ୍‌ଙ୍କ ସ୍ୱପ୍ନରେ କିଏ ଆସନ୍ତି ଜାଣିଛନ୍ତି କି? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, June 3, 2019

ସବୁ ଝିଅଙ୍କ ସ୍ୱପ୍ନରେ ଆସନ୍ତି ଭାଇଜାନ୍‌, ଆଉ ଭାଇଜାନ୍‌ଙ୍କ ସ୍ୱପ୍ନରେ କିଏ ଆସନ୍ତି ଜାଣିଛନ୍ତି କି?

ମୁମ୍ବାଇ: ସୋନି ଟିଭିରେ ପ୍ରସାରିତ ହେଉଥିବା ‘ଦି କପିଲ୍‌ ଶର୍ମା ଶୋ’ରେ ଏବ ଜବରଦସ୍ତ କମେଡ଼ିର ମଜା ନେଊଛନ୍ତି ଦର୍ଶକ। ନିକଟରେ ପ୍ରସାରିତ ହୋଇଥିବା କପିଲ୍‌ଙ୍କ ଶୋ’ରେ ‘ଭାରତ’ ଫିଲ୍ମର ପ୍ରମୋସନ୍‌ କରିବାକୁ ସଲ୍‌ମାନ୍‌ ଏବଂ କ୍ୟାଟ୍ରିନା ପହଞ୍ଚିଥିଲେ। ଏହି ଅବସରରେ କଥାବାର୍ତ୍ତା ହେବା ଭିତରେ ସଲ୍‌ମାନ୍‌ଙ୍କ କାହାକୁ ଦେଖୁଛନ୍ତି ସ୍ୱପ୍ନ, ତାହାର ରାଜ୍‌ ଖୋଲିଥିଲେ।

ସାରା ଦୁନିଆର ଝିଅଙ୍କ ସ୍ୱପ୍ନରେ ସଲ୍‌ମାନ୍‌ ଆସନ୍ତି । ହେଲେ ତାଙ୍କ ସ୍ୱପ୍ନରେ କିଏ  ଆସନ୍ତି ବୋଲି କପିଲ୍‌  ପଚାରିଥିଲେ। ଏହାର ଉତ୍ତରରେ ସଲ୍‌ମାନ୍‌ ନିଜ ପସନ୍ଦର ସ୍ୱପ୍ନ ବିଷୟରେ କହିଥିଲେ।

ସେ କହିଥିଲେ ଯେ, ମୁଁ ସବୁବେଳେ ଦୌଡ଼ିବାର ସ୍ୱପ୍ନ ଦେଖେ। ଦୌଡ଼ି ଦୌଡ଼ି ଉପରକୁ ଯିବାକୁ ଚେଷ୍ଟା କରେ। କିନ୍ତୁ ଉପରେ ପହଞ୍ଚିପାରେ ନାହିଁ। ଲୋକମାନେ ମୋ ଗୋଡ଼ ଧରି ତଳକୁ ଆଣିବାକୁ ଚେଷ୍ଟା କରନ୍ତି। ସାରା ରାତି ଏହା ହିଁ ମୋ ସ୍ୱପ୍ନରେ ଚାଲିଥାଏ। ଏହା ସହ ସେ ପାହାଡ଼ ଏବଂ ଉଚ୍ଚା ଘର ଉପରୁ ତଳକୁ ପଡ଼ିବାର ସ୍ୱପ୍ନ ମଧ୍ୟ ଦେଖନ୍ତି।

ଶୋ’ରେ କପିଲ୍‌ କ୍ୟାଟ୍ରିନାଙ୍କୁ କହିଲେ, ଆମ ପାଖରେ ଦାମିକା ଫଳ ସବୁ ଅଛି। ତାହା ଆପଣ ଖାଇ ପାରିବେ। ଯଦି ଆପଣଙ୍କୁ କିଛି ବାହାରୁ ମଗାଇବାର ଅଛି ତାହାଲେ ମଧ୍ୟ ଆପଣ ମଗାଇ ପାରିବେ। ଆମର ବଜେଟ୍‌ ବହୁତ ବଡ଼, ଆଉ ପ୍ରଡ୍ୟୁସର୍‌ (ସଲ୍‌ମାନ୍‌ ଖାନ୍‌) ଆପଣଙ୍କ ପାଖରେ ବସିଛନ୍ତି। ଏହା ପରେ କପିଲ୍‌ କହିଲେ ଯେ, ମୁଁ ଶୁଣିଛି ଆପଣ ଫଳ ସହ କଥା ହୁଅନ୍ତି। ଏହା ପରେ କ୍ୟାଟ୍ରିନା କହିଲେ ଯେଉଁ ଜିନିଷ ମୁଁ ଖାଇପାରେ ନାହିଁ ସେହି ଜିନିଷ ସହ ମୁଁ କଥା ହୋଇଥାଏ।

ଏହା ପରେ ଶୋ’ରେ କେକ୍‌ ମଗାଯାଇଥିଲା। କ୍ୟାଟ୍ରିନା କେକ୍‌ ଉଠାଇ କହିଲେ, ଦେଖନ୍ତୁ ମୁଁ ଆପଣଙ୍କୁ ଖାଇ ପାରିବି ନାହିଁ। ଯଦି ମୁଁ ଖାଏ ତାହାଲେ ମୋତେ ଡବଲ୍‌ ଜିମ୍‌ କରିବାକୁ ପଡ଼ିବ। ଏହା ପରେ ସଲ୍‌ମାନ୍‌ କହିଲେ ଦେଖ ମୁଁ କେମିତି କେକ୍‌ ସହ କଥା ହେଉଛି। ଏହା କହି ସଲ୍‌ମାନ୍‌ କେକ୍‌ ଉଠାଇ ଖାଇ ଦେଲେ।

ବିଗତ ଏପିସୋଡ୍‌ ଦର୍ଶକଙ୍କୁ ଖୁବ୍‌ ମନୋରଞ୍ଜନ ଯୋଗାଇଥିଲା। ସଲ୍‌ମାନ୍‌, କ୍ୟାଟ୍ରିନାଙ୍କ ଯୋଡ଼ିକୁ ଦର୍ଶକ ମନଭରି ଉପଭୋଗ କରିବା ସହ କପିଲ୍‌ଙ୍କ କମେଡ଼ି ମନୋରଞ୍ଜନରେ ତଡ୍‌କା ଲଗାଇଥିଲା।



from Odisha Reporter http://bit.ly/2HS6MoF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages