ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦିଲ୍ଲୀରେ ଆୟୋଜିତ ହୋଇଥିବା ‘ମିସେସ୍ କ୍ୱିନ୍ ୟୁନିଭର୍ସ’ ଟାଇଟଲ୍ ହାତେଇଛନ୍ତି ଓଡ଼ିଆ ବୋହୂ ପ୍ରତିମା ପଣ୍ଡା। ସେ ଭୁବନେଶ୍ୱରରେ ରହନ୍ତି।
ଚାଇନା ସମେତ ଭାରତର ବିଭିନ୍ନ ରାଜ୍ୟର ୪୬ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ସେ ଏହି ସଫଳତା ହାସଲ କରିଛନ୍ତି। ମିସେସ୍ ଇଣ୍ଡିଆ ହୋମ୍ ମେକର ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ଟାଇଟଲ୍ ଜିତିବା ପରେ ପ୍ରତିମା ପଣ୍ଡା କହିଛନ୍ତି,“ଓଡ଼ିଆ ଫିଲ୍ମରେ ଅଭିନୟ କରିବାକୁ ମୋର ଇଚ୍ଛା ରହିଛି। ଏଥିସହ ଏକ ମଡେଲ୍ ସ୍କୁଲ ଖୋଲିବାକୁ ମଧ୍ୟ ଇଛା ରଖିଛି।”
from Odisha Reporter http://bit.ly/2FrtimT
No comments:
Post a Comment