ଘରେ ଏପରି ଉପାୟରେ ରଖନ୍ତୁ କଇଁଛ: କେବେ ଦେଖାଦେବନି ଅଭାବ ଅନଟନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, June 24, 2019

ଘରେ ଏପରି ଉପାୟରେ ରଖନ୍ତୁ କଇଁଛ: କେବେ ଦେଖାଦେବନି ଅଭାବ ଅନଟନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆମ ଶାସ୍ତ୍ରରେ କଇଁଛର ଅନେକ ମହତ୍ତ୍ୱ ରହିଛି। କୁହାଯାଏ ଯେ, ଘରେ ଓ କାର୍ଯ୍ୟାଳୟରେ କଇଁଛ ରଖିଲେ ସମସ୍ତ ବାସ୍ତୁ ଦୋଷ ଦୂର ହେବା ସହ ସକାରାତ୍ମକ ଶକ୍ତି ପ୍ରବେଶ କରିଥାଏ। ପରିବାରରେ ସୁଖ ଶାନ୍ତି ବଜାୟ ରହିଥାଏ। କେବେ ହେଲେ କୌଣସି ଅଭାବ ଅନଟନ ଦେଖାଦେଇନଥାଏ। ହେଲେ ଘରେ କଇଁଛ ରଖିବାକୁ ହେଲେ ଆମକୁ କିଛି ଜିନିଷ ଉପରେ ଧ୍ୟାନ ଦେବାକୁ ହେବ। ଆସନ୍ତୁ ଜାଣିବା ସେଗୁଡ଼ିକ କ’ଣ?

୧) ପୂରାଣ ଅନୁଯାୟୀ ଭଗବାନ ବିଷ୍ଣୁଙ୍କର ଦଶାବତାର ମଧ୍ୟରୁ ଗୋଟିଏ ଥିଲା କଚ୍ଛପ ବା କଇଁଛ ଅବତାର। ତେଣୁ କୁହାଯାଏ ଯେ ଘରେ କଇଁଛ ରଖିବା ଦ୍ୱାରା ସର୍ବଦା ଘରଲୋକଙ୍କ ଉପରେ ଭଗବାନ ବିଷ୍ଣୁଙ୍କର ଆଶୀର୍ବାଦ ରହିଥାଏ।

୨) କଇଁଛ ଏକମାତ୍ର ଜୀବ ଯିଏ କି ଅଧିକ ସମୟ ଯାଏ ଜୀବିତ ରୁହେ। ଧାତୁ ନିର୍ମିତ କଇଁଛକୁ ଆପଣ ଘରର ପୂଜାସ୍ଥାନରେ ରଖିପାରିବେ। ହେଲେ ମନେରଖନ୍ତୁ କଇଁଛକୁ କେବେ ହେଲେ ଖାଲିରେ ରଖିବେ ନାହିଁ। ଏହାକୁ ସବୁବେଳେ ପାଣିରେ ରଖିବେ। ଏହାୱାରା ଘରର ଉନ୍ନତି ହୋଇଥାଏ।

୩) କଇଁଛକୁ ଉତ୍ତର ଦିଗରେ ରଖିବା ଶୁଭ ହୋଇଥାଏ। କାରଣ ଏହି ଦିଗରେ ଲକ୍ଷ୍ମୀଙ୍କର ବାସ ହୋଇଥାଏ। ତେଣୁ ଏହି ସ୍ଥାନରେ କଇଁଛ ରଖିବାଦ୍ୱାରା ଶତ୍ରୁମାନଙ୍କର ବିନାଶ ହୋଇଥାଏ। ବେପାରରେ ସଫଳତା ମିଳିଥାଏ ଓ ଧନଲାଭ ହୋଇଥାଏ।

୪) ଯଦି ଘରେ ସବୁବେଳେ ଅଭାବ ଅନଟନ ଦେଖାଦେଉଛି, ଘରର ଆୟଠୁ ବ୍ୟୟ ଅଧିକ ହେଉଛି ତେବେ ଘରେ କ୍ରିଷ୍ଟାଲର କଇଁଛ ରଖିବା ଉଚିତ୍‌। ହେଲେ ମନେରଖନ୍ତୁ କଇଁଛର ମୁହଁ ସର୍ବଦା ଘରର ଭିତର ଆଡ଼କୁ ହେବା ଦରକାର।

୫) ଫେଙ୍ଗସୁଇ ଅନୁଯାୟୀ, କଇଁଛକୁ ଘରର ଡ୍ରଇଂ ରୁମ୍‌ରେ ରଖିବା ଉଚିତ୍। କେବେହେଲେ କଇଁଛକୁ ନିଜ ବେଡରୁମ୍‌ରେ ରଖନ୍ତୁ ନାହିଁ। ଏହାକୁ ବେଡରୁମ୍‌ରେ ରଖିଲେ ଘରର ସଦସ୍ୟଙ୍କ ଉପରେ ଏହାର ନକାରାତ୍ମକ ପ୍ରଭାବ ପଡ଼ିଥାଏ।



from Odisha Reporter http://bit.ly/2FszBqk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages