ରାୟଗଡ଼ା(ମନୋଜ ପାତ୍ର): ରାୟଗଡ଼ା ଜିଲ୍ଲା ଜେକେପୁର ଠାରେ ଥିବା ପେଟ୍ରୋଲ ପମ୍ପ ନିକଟରେ ଏକ ଓଏସ୍ଆର୍ଟିସି ବସ୍କୁ ଏକ ଟ୍ୟାଙ୍କର ଧକ୍କା ଦେଇଛି। ଏଥିରେ ଉଭୟ ଗାଡ଼ି କ୍ଷତିଗ୍ରସ୍ତ ହୋଇଛି। ତେବେ ଏଥିରେ କେହି ମୃତାହତ ହୋଇ ନାହାନ୍ତି।
ସୂଚନା ଅନୁସାରେ, ଗତକାଲି ରାତିରେ ଜେକେପୁରରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଓଏସ୍ଆର୍ଟିସି ବସ୍ ପେଟ୍ରୋଲ ପମ୍ପ ନିକଟରେ ପାର୍କିଂ କରିଥିଲା। ବସ୍ରେ କେହି ଯାତ୍ରୀ ନ ଥିଲେ। ଆଜି ସକାଳେ ରାୟଗଡ଼ା ଯାଉଥିବା ଏକ ଟ୍ୟାଙ୍କର ବସ୍କୁ ମୁହାଁମୁହିଁ ଧକ୍କା ଦେଇଥିଲା। ବସ୍ର ଛାତ ଉପରେ ଡ୍ରାଇଭର ଓ କଣ୍ଟକ୍ଟର ଶୋଇଥିଲେ ବି ଅଳ୍ପକେ ବର୍ତ୍ତି ଯାଇଛନ୍ତି।
ଚାନ୍ଦିଲି ପୁଲିସ୍ ଦୁର୍ଘଟଣା ଘଟାଇଥିବା ଟ୍ୟାଙ୍କର ଡ୍ରାଇଭର ଓ ଗାଡ଼ିକୁ ଅଟକ ରଖିଛି। ଏଥିସହ ପୁଲିସ୍ ଘଟଣାର ତଦନ୍ତ କରୁଛି।
from Odisha Reporter http://bit.ly/2IHVS5k
No comments:
Post a Comment