ଏମ୍‌ବିବିଏସ୍ ଓ ବିଡିଏସ୍ ପାଇଁ ଆଜିଠୁ ଅନଲାଇନ୍ ପଞ୍ଜିକରଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, June 19, 2019

ଏମ୍‌ବିବିଏସ୍ ଓ ବିଡିଏସ୍ ପାଇଁ ଆଜିଠୁ ଅନଲାଇନ୍ ପଞ୍ଜିକରଣ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏମ୍‌ବିବିଏସ୍ ଓ ବିଡିଏସ୍ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଆଜିଠୁ NEETରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀ ଅନଲାଇନ୍ ପଞ୍ଜିକରଣ କରିବେ। ଏହି ଅନ୍‌ଲାଇନ୍ ପଞ୍ଜିକରଣ ୨୫ ଜୁନ୍‌ ପର୍ଯ୍ୟନ୍ତ ଚାଲିବ।  ୨୬ ଜୁନରେ ପଞ୍ଜିକରଣ କରିଥିବା ଛାତ୍ରଛାତ୍ରୀଙ୍କ ତାଲିକା ପ୍ରକାଶ ପାଇବ।  ୨୬ରୁ ୨୯ ଜୁନ ପର୍ଯ୍ୟନ୍ତ ନୋଡାଲ ସେଣ୍ଟର ଗୁଡିକରେ ଛାତ୍ରଛାତ୍ରୀଙ୍କ ଡକ୍ୟୁମେଣ୍ଟ ଯାଞ୍ଚ କରାଯିବ।

ଆସନ୍ତା ଜୁଲାଇ ୧ ତାରିଖରେ ଷ୍ଟେଟ୍ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ। ଜୁଲାଇ ୧ରୁ ୨ ତାରିଖ ମଧ୍ୟରେ ଛାତ୍ରଛାତ୍ରୀ ଚଏସ୍ ଲକିଂ କରିପାରିବେ। ୪ ଜୁଲାଇରୁ  ଛାତ୍ରଛାତ୍ରୀ ପ୍ରୋଭିଜନାଲ ଆଲଟମେଣ୍ଟ ଲେଟର ଡାଉନଲୋଡ କରିପାରିବେ।  ଏହାପରେ ୫ ଜୁଲାଇରୁ ୯ ଜୁଲାଇ ମଧ୍ୟରେ ପ୍ରଥମ ରାଉଣ୍ଡ ନାମଲେଖା, ୨୭ରୁ ୩୦ ଜୁଲାଇ ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ହେବ।

୪ ଅଗଷ୍ଟରୁ ୮ ଅଗଷ୍ଟ ମଧ୍ୟରେ ଖାଲିଥିବା ସିଟ୍ ପାଇଁ ସ୍ପଟ୍ ଆଡମିଶନ ହେବ। ସେହିପରି ଇଞ୍ଜିନିଅରିଂ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଆଜିଠୁ କାଉନ୍‌ସେଲିଂ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଓଜେଇଇ ଅଧ୍ୟକ୍ଷ ସୁଦୀପ କୁମାର ଚାନ୍ଦ ସୂଚନା ଦେଇଛନ୍ତି।



from Odisha Reporter http://bit.ly/2x4FOUu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages