ଜୁନ ୨୧ ତାରିଖକୁ କାହିଁକି ଯୋଗ ଦିବସ ଭାବେ ପାଳନ କରାଯାଏ, ଜାଣିଛନ୍ତି କି? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, June 19, 2019

 ଜୁନ ୨୧ ତାରିଖକୁ କାହିଁକି ଯୋଗ ଦିବସ ଭାବେ ପାଳନ କରାଯାଏ, ଜାଣିଛନ୍ତି କି?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଯୋଗ ହେଉଛି ଶାରୀରିକ ସୁସ୍ଥତା, ମାନସିକ ସ୍ଥିରତା, ବୌଦ୍ଧିକ ବିକାଶ ଓ ଆତ୍ମୋନ୍ନତିର ସଂପୂର୍ଣ୍ଣ ପଦ୍ଧତି। ଏହା  କେଉଁ ଆବାହମାନ କାଳରୁ ଭାରତରେ ପ୍ରଚଳିତ ହୋଇ ଆସୁଛି। ସମଗ୍ର ବିଶ୍ୱକୁ ଏକତା ସୂତ୍ରରେ ବାନ୍ଧିବାର ମହତ୍ତ୍ୱ ରଖେ  ଯୋଗ । ଏହା ଋଷିମୁନିଙ୍କ ଦ୍ୱାରା ସାଧନାର ମାର୍ଗ ପାଲଟିଯାଇଥିଲା।

ଯୋଗ କେବଳ ଏକ ଶାରୀରିକ, ମାନସିକ ଏବଂ ଆଧ୍ୟାତ୍ମିକ ଅଭ୍ୟାସର ଏକ ପ୍ରକ୍ରିୟା କି ସାଧନା ପ୍ରଣାଳୀ ନୁହେଁ, ଏହା ସମସ୍ତଙ୍କୁ ଏକତ୍ର ସୂତ୍ରରେ ବାନ୍ଧି ରଖିବାର ଏକ ସୁନ୍ଦର ସୁସଂଗଠିତ ମାର୍ଗ। ଯୋଗ ଶବ୍ଦର ଉତ୍ପତି ସଂସ୍କୃତରୁ ଆସିଥିବା ବେଳେ ଏହାର ଅର୍ଥ ସମସ୍ତଙ୍କୁ ଏକତା ସୂତ୍ରରେ ବାନ୍ଧିବା।  ପୂର୍ବରୁ ଯୋଗ କେବଳ ଋଷି ମୁନିଙ୍କ ସାଧନ କ୍ରିୟା ଥିବା ବେଳେ ଏବେ କିନ୍ତୁ ଏହା ଘରେ ଘରେ ପରିଚିତ।

 

 

ଏହି ପରିପ୍ରେକ୍ଷୀରେ ଜୁନ ୨୧କୁ ଆନ୍ତରାଷ୍ଟ୍ରିୟ ଯୋଗ ଦିବସ ଭାବେ ପାଳନ କରାଯାଉଛି। ହେଲେ କାହିଁକି ଏହି ଦିନକୁ ହିଁ ଠିକ୍‌ କରାଗଲା, ତାହା ପଛର କାରଣ କ’ଣ ଜାଣିଛନ୍ତି?

ଯୋଗଦ୍ୱାରା ସ୍ୱାସ୍ଥ୍ୟଗତ ଲାଭ ସମସ୍ତେ ନେବା ଓ ଏହାକୁ ଦୈନିକ ନିଜ ଦିନଚର୍ଯାରେ ଅଂଶୀଭୂତ କରିବା ପାଇଁ ଭାରତ ସମଗ୍ର ବିଶ୍ୱକୁ ପ୍ରସ୍ତାବ ଦେଇଥିଲା। ୨୦୧୪ ସେପ୍ଟେମ୍ବର ୨୭ରେ ଭାରତର ପ୍ରଧାନମନ୍ତ୍ରୀ ନରେଦ୍ର ମୋଦି ଜୁନ ୨୧କୁ ଆନ୍ତର୍ଜାତିକ ସ୍ତରରେ ଯୋଗ ଅଭ୍ୟାସ ପୂର୍ବକ ଯୋଗ ଦିବସ ପାଳନ ପାଇଁ ପ୍ରଥମେ ପ୍ରସ୍ତାବ ରଖିଥଲେ ।

ଆମେରିକାର ମିଳିତ ଜାତିସଂଘ ସାଧାରଣ ପରିଷଦର ୬୯ତମ ଅଧିବେଶନକୁ ପ୍ରଥମ କରି ସମ୍ବୋଧିତ କରି ନିଜ ଅଭିଭାଷଣରେ ମୋଦି କହିଥିଲେ ଯେ, ”  ଜଳବାୟୁ ପରିବର୍ତ୍ତନ ହେବା ସମସ୍ତଙ୍କ ପାଇଁ ଏକ ଚିନ୍ତାର ବିଷୟ । ଆମ ଭାରତୀୟ ସଂସ୍କୃତିରେ ଏହାର ମୁକାବିଲା କରିବା ପାଇଁ ଯୋଗ ଉପରେ ଗୁରୁତ୍ୱ ଦିଆଯାଇଛି । ଯୋଗକୁ କେବଳ ବ୍ୟାୟାମରେ ସୀମିତ ନରଖି ଶାସ୍ତ୍ରାନୁସାରେ ପରିବ୍ୟାପ୍ତ କରାଗଲେ ସବୁକିଛିର ପରିବର୍ତ୍ତନ କରାଯାଇପାରିବ । ତେଣୁ ଆନ୍ତର୍ଜାତିକ ସ୍ତରରେ ଯୋଗ ଦିବସ ପାଳନ କରାଯିବା ଉଚିତ ।”

ଏହାପରେ ଅଳ୍ପ କେତୋଟି ମୁସଲିମ ରାଷ୍ଟ୍ରକୁ ବାଦ ଦେଲେ ପ୍ରାୟ ସମସ୍ତ ଦେଶ ଏହାକୁ ପାଳନ ଲାଗି ସମର୍ଥନ ଜଣାଇଥିଲେ। ଆନ୍ତର୍ଜାତିକ ଯୋଗ ଦିବସ ବିଶ୍ୱବ୍ୟାପୀ ପ୍ରତିବର୍ଷ ଜୁନ ୨୧ ତାରିଖରେ ପାଳନ କରାଯାଏ। ଆନ୍ତର୍ଜାତିକ ସ୍ତରରେ ଏହାକୁ ପାଳନ କରିବା ପାଇଁ ମିଳିତ ଜାତିସଂଘ ଅଧିବେସନ ଦ୍ୱାରା ଡିସେମ୍ବର ୧୧, ୨୦୧୪ରେ ସଂକଳ୍ପ ନିଆଯାଇଥିଲା ।

ଜୁନ ୨୧ ତାରିଖ ଉତ୍ତର ଗୋଲାର୍ଦ୍ଧର ସବୁଠୁ ଲମ୍ବା ଦିନ ଅଟେ।  ଏହି ଦିନକୁ ଗ୍ରୀଷ୍ମ ସଂକ୍ରାନ୍ତି ମଧ୍ୟ କୁହାଯାଏ। ଭାରତୀୟ ସଂସ୍କୃତି ଅନୁଯାୟୀ, ଗ୍ରୀଷ୍ମ ସଂକ୍ରାନ୍ତି ପରଠାରୁ ସୂର୍ଯ୍ୟଙ୍କର ଦକ୍ଷିଣାୟନ ଆରମ୍ଭ ହୁଏ। ସେଥିପାଇଁ ଏହି ଦିନକୁ ହିଁ ଆନ୍ତର୍ଜାତିକ ଯୋଗ ଦିବସ ପାଳନ ନିମନ୍ତେ ସ୍ଥିର କରାଗଲା।

୨୦୧୫ ମସିହା ଜୁନ ୨୧ ତାରିଖକୁ ପ୍ରଥମ ଆନ୍ତରାଷ୍ଟ୍ରୀୟ ଯୋଗ ଦିବସ ଭାବେ ପାଳନ କରାଯାଇଥିଲା। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ  ୩୫ ହଜାରରୁ ଅଧିକ ଲୋକ ଓ ୮୪ ଦେଶର ପ୍ରତିନିଧୀ ଦିଲ୍ଲୀ ରାଜପଥରେ ଯୋଗର ୨୧ ଆସନ କରିଥିଲେ। ଏହି ସମାରୋହ ୨ ଗିନିଜ୍‌ ରେକର୍ଡ ମଧ୍ୟ ନିଜ ନାମରେ କରିଛି। ସବୁଠୁ ବଡ ଏହି ଯୋଗ କ୍ଲାସରେ ୩୫ ହଜାର ୯୮୫ ଲୋକ ସାମିଲ ହୋଇଥିଲେ। ଏହା ସହ ୮୪ ଦେଶର ପ୍ରତିନିଧୀ ଓ ବହୁ ନାଗରିକ ମଧ୍ୟ ଏଥିରେ ସାମିଲ ହୋଇଥିଲେ।

ଦ୍ୱିତୀୟ ଯୋଗ ଦିବସ ୨୦୧୬ ଜୁନ ୨୧ ତାରିଖରେ ଚଣ୍ଡିଗଡରେ ହୋଇଥିଲା। ଏଥିରେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିକ ନେତୃତ୍ୱରେ ବହୁ ଲୋକ ସାମିଲ ହୋଇଥିଲେ। ତୃତୀୟ ଯୋଗ ଦିବସ ଲକ୍ଷ୍ନୌରେ ହୋଇଥିବା ବେଳେ ଏଥିରେ ପ୍ରାୟ ୫୧ ହଜାରରୁ ଊର୍ଦ୍ଧ୍ୱ ଲୋକ ସାମିଲ ହୋଇଥିଲେ।



from Odisha Reporter http://bit.ly/2Xm9NGp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages