ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କିଛି ବର୍ଷ ପୂର୍ବରୁ ଲୋକମାନେ ମାଟି ବା କାଚ ପାତ୍ରରେ ଚା’ ପିଉଥିଲେ। ଏବେ ମାଟି ବା କାଚ ପାତ୍ରର ଜାଗା ଥର୍ମୋକୋଲ୍ (thermocol) ଏବଂ ପ୍ଲାଷ୍ଟିକ୍ କପ୍ ନେଇ ସାରିଛି। ଆମେ ବଜାରରେ ଚା’ ପିଇଲା ବେଳେ ପ୍ଲାଷ୍ଟିକ୍ ବା ଥର୍ମୋକୋଲ୍ କପ୍ରେ ଚା’ ପିଇଥାଉ। କ’ଣ ଆପଣ ଜାଣିଛନ୍ତି କି, ଏହି ପାତ୍ର କ୍ୟାନସର ଭଳି ରୋଗ ହେବାର ଆଶଙ୍କା ବଢ଼ାଇ ଦେଇଥାଏ।
ଆଜିକାଲି କେବଳ ବଜାର ନୁହେଁ ଘରେ ହେଉଥିବା ପାର୍ଟିରେ ମଧ୍ୟ ଏହାକୁ ବ୍ୟବହାର କରାଯାଉଛି। ଆଜି ଆପଣଙ୍କୁ ଏହି ପାତ୍ର ବ୍ୟବହାର କଲେ କ’ଣ କ୍ଷତି ହୁଏ ସେ ବିଷୟରେ କହିବୁ। ତାହାଲେ ଜାଣନ୍ତୁ ଏହାକୁ ବ୍ୟବହାର କଲେ କ’ଣ କ୍ଷତି ହୋଇଥାଏ।
ଡାକ୍ତରଙ୍କ କହିବା ଅନୁସାରେ ଏହି ପାତ୍ର Polystyreneରୁ ତିଆରି ହୋଇଥାଏ। ଯାହା ଆମ ଶରୀର ପାଇଁ ବହୁତ ହାନିକାରକ ହୋଇଥାଏ। ଗରମ ଚା’ ଏହି କପ୍ରେ ପିଇବା ଯୋଗୁ ଅନେକ ହାନିକାରକ ତତ୍ତ୍ୱ ଆମ ଶରୀର ଭିତରକୁ ଚାଲିଯାଇଥାଏ। ଏହା ପରେ ଗମ୍ଭୀର ରୋଗର ରୂପ ନେଇପାରେ।
ଏହି କପ୍ରେ ଚାହା ପିଇବା ଦ୍ୱାରା ଆଲାର୍ଜି ହୋଇପାରେ। ଯଦି ଆପଣ ନିୟମିତ ଏହି କପ୍ରେ ଚାହା କଫି ଇତ୍ୟାଦି ପିଉଛନ୍ତି ଆଉ ଆଲର୍ଜି ହେଉଛି, ଆପଣ ଜାଣି ପାରୁ ନାହାନ୍ତି କ’ଣ ଖାଇଲେ ଏହି ଆଲର୍ଜି ହେଉଛି। ଏହାର କାରଣ ପ୍ଲାଷ୍ଟିକ୍ କପ୍ ବା ଥର୍ମୋକୋଲ୍ କପ୍ ହୋଇପାରେ।
ପେଟ ଖରାପ ହେବା ପଛରେ ମଧ୍ୟ ଏହି କପ୍ ଦାୟୀ ହୋଇପାରେ। ଏହା ହାଇଜନିକ୍ ହୋଇ ନଥିବାରୁ ଖାଦ୍ୟ ହଜମ ହେବାରେ ଏହା ଅସୁବିଧା ସୃଷ୍ଟି କରି ପାରେ। ଏହି କପ୍ରେ ଗରମ ଚା’ କିମ୍ବା କଫି ଢ଼ାଳିବା ମାତ୍ରେ ଏଥିରେ ଥିବା କୀଟାଣୁ ତରଳ ପଦାର୍ଥରେ ମିଶିଯାଇଥାଏ। ଆଉ ଏହା ପାଟି ବାଟେ ଆମ ଶରୀରକୁ ପହଞ୍ଚିଯାଏ। ଆଉ ପେଟ ଖରାପ ହେବା ସମସ୍ୟା ସୃଷ୍ଟି କରିଥାଏ।
ଏହି କପ୍ରେ ପିଇବା ଅଭ୍ୟାସ ନ ଛାଡ଼ିଲେ ଆପଣଙ୍କୁ ହାର୍ଟ ସମ୍ବନ୍ଧୀୟ ରୋଗ ମଧ୍ୟ ହୋଇପାରେ। ଏହା ଡାଇବେଟିସ୍ ହେବା ଭଳି ସମସ୍ୟା ମଧ୍ୟ ସୃଷ୍ଟି କରି ପାରେ।
କେବଳ ବ୍ୟାକ୍ଟେରିଆ ନୂହେଁ ଏହି କପ୍ରେ ଗରମ ପଦାର୍ଥ ପିଇଲେ ଏସିଡ୍ ମଧ୍ୟ ପେଟ ଭିତରକୁ ଚାଲିଯାଏ। ଆଉ ଏହା ପରେ କିଡ୍ନୀ ଏବଂ ଲିଭର୍ରେ କ୍ୟାନସର ସମସ୍ୟା ବଢ଼ିଯାଏ।
ଏହା କେବଳ ଆମ ଶରୀର ପାଇଁ ନୁହେଁ ପରିବେଶ ପାଇଁ ମଧ୍ୟ ଖରାପ ହୋଇଥାଏ। ମାଟିରେ ଏହା ସହଜରେ ମିଶ ପାରୁ ନଥିବାରୁ ପରିବେଶ ପ୍ରଦୂଷଣ ହୋଇଥାଏ।
from Odisha Reporter https://ift.tt/2RGeQfx
No comments:
Post a Comment