ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ବିଧାନସଭା ଉପବାଚସ୍ପତି ନିର୍ବାଚନ ହେବ। ତେବେ ବିଜେଡି ଉପବାଚସ୍ପତି ପଦ ପାଇଁ ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂହଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିସାରିଛି। ତେଣୁ ସଂଖ୍ୟା ଦୃଷ୍ଟିରୁ ସେ ବିଧାନସଭା ଉପବାଚସ୍ପତି ହେବା ଏକପ୍ରକାର ସ୍ପଷ୍ଟ ହୋଇଛି।
ଅନ୍ୟପକ୍ଷରେ ଆଜି ବି ଚାଷୀ ସମସ୍ୟା ଓ ଫୋନି ଥଇଥାନ ପ୍ରସଙ୍ଗରେ ସରଗରମ ରହିପାରେ ବିଧାନସଭା ଗୃହ। କୃଷି ଓ କୃଷକଙ୍କ ସମସ୍ୟାକୁ ନେଇ କଂଗ୍ରେସ ଦେଇଥିବା ମୁଲତବି ନୋଟିସ୍ ଗ୍ରହଣ ହେଲେ ଏହି ପ୍ରସଙ୍ଗରେ ଆଲୋଚନା ହେବାର ସମ୍ଭାବନା ରହିଛି। ଏହି ପ୍ରସଙ୍ଗରେ କଂଗ୍ରେସ ସରକାରଙ୍କୁ ଘେରିପାରେ।
ସେହିପରି ଫୋନି ପୁନରୁଦ୍ଧାର ଓ ଥଇଥାନ ପ୍ରସଙ୍ଗରେ ବିଜେପି ପୃଥକ ଭାବେ ମୁଲତବି ନୋଟିସ ଦେବାର ସମ୍ଭାବନା ରହିଛି। ଏଥିସହ ବିଜେପି ରାଜ୍ୟସଭା ପ୍ରାର୍ଥୀ ଅଶ୍ୱୀନ ବୈଷ୍ଣବଙ୍କୁ ବିଜେଡିର ସମର୍ଥନ ପ୍ରସଙ୍ଗରେ ବିଜେଡି-ବିଜେପି ଅଭିଯୋଗ ଉଠାଇ କଂଗ୍ରେସ ଉଭୟ ଦଳକୁ ଟାର୍ଗେଟ୍ କରିପାରେ।
from Odisha Reporter https://ift.tt/2LlC4X7
No comments:
Post a Comment