ପ୍ରତିଦିନ ସାଇକେଲ୍ ଚଲାଇଲେ ଆପଣଙ୍କୁ ଯିବାକୁ ପଡ଼ିବ ନାହିଁ ଜିମ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, June 3, 2019

ପ୍ରତିଦିନ ସାଇକେଲ୍ ଚଲାଇଲେ ଆପଣଙ୍କୁ ଯିବାକୁ ପଡ଼ିବ ନାହିଁ ଜିମ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆମେମାନେ ଦୈନଦିନ କାମ ନିମନ୍ତେ ସାଇକେଲ୍ ଅପେକ୍ଷା ଗାଡ଼ି ଚଳାଇ ଯିବାକୁ ପସନ୍ଦ କରିଥାଉ। ଏହାଦ୍ୱାରା କମ୍‌ ସମୟ ଖର୍ଚ୍ଚ ହେବା ସହ ଶାରୀରିକ କଷ୍ଟ ମଧ୍ୟ ହୋଇନଥାଏ। ଅପରପକ୍ଷେ ସୁସ୍ଥ ରହିବା ନିମନ୍ତେ ଟଙ୍କା ଖର୍ଚ୍ଚ କରି ଜିମ୍‌ ଯିବାକୁ ପସନ୍ଦ କରିଥାଉ। ଏପରି ବହୁତ କମ୍‌ ଲୋକ ଅଛନ୍ତି,  ଯେଉଁମାନେ କି କେବଳ ଏକ୍ସସାଇଜ୍ କରିବାକୁ ସାଇକେଲ୍ ଚଳାଇଥାନ୍ତି। ସାଇକେଲ୍ ଚଳାଇବା ସ୍ୱାସ୍ଥ୍ୟ ପାଇଁ ଭଲ ବୋଲି ଜାଣି ମଧ୍ୟ ଏହାର ବ୍ୟବହାର ନ କରି ଆମେ ସେହି ସମୟରେ ଜିମ୍ ଯିବାକୁ ଅଧିକ ପସନ୍ଦ କରିଥାଉ।

ଆଜି ଆପଣଙ୍କୁ ସାଇକେଲ୍ ଚଳାଇବାର କିଛି ଫାଇଦା ବିଷୟରେ କହିବୁ। ଯାହାକୁ ପଢ଼ିଲେ ଆପଣ ସବୁଦିନ ସାଇକେଲ୍ ଚଳାଇବା ପାଇଁ ମନ କରିବେ।

ତେଣୁ ଜାଣନ୍ତୁ ଏହାର ଫାଇଦା ବିଷୟରେ..

ଅଧିକ ଦିନ ପର୍ଯ୍ୟନ୍ତ ଯୁବା ଦେଖାଯିବେ

କିଏ ବା ଶୀଘ୍ର ବୟସ୍କ  ହେବାକୁ ଚାହେଁ। ସମସ୍ତେ ଚାହାନ୍ତି ଆମେ ସବୁଦିନ ଯାଏ ଯୁବା ଦେଖାଯିବା। ଆପଣ ଯଦି ଯୁବା ଦେଖାଯିବାକୁ ଚାହୁଁଛନ୍ତି ତାହାଲେ ପ୍ରତ୍ୟେକ ଦିନ ସାଇକେଲ୍ ଚଳାନ୍ତୁ। ସାଇକେଲ୍ ଚଳାଇବା ଦ୍ୱାରା ଆମ ତ୍ୱଚାରେ ଚମକ ଆସିଥାଏ। ଏଥିପାଇଁ ଆମେ ଅଧିକ ବୟସର ହୋଇଥିଲେ ମଧ୍ୟ କମ୍ ବୟସର ଦେଖାଯାଇଥାଉ।

ରାତିରେ ନିଦ ଭଲ ଆସେ

ବହୁତ ଲୋକ କୁହନ୍ତି ଆମକୁ ରାତିରେ ନିଦ ଆସୁନାହିଁ। ରାତିରେ ଭଲରେ ନିଦ ନ ଆସିବାରୁ ଦିନରେ ଆପଣ ଥକାପଣ ଅନୁଭବ କରିଥାନ୍ତି। କୌଣସି କାମରେ ମନ ଲାଗେ ନାହିଁ। ଆପଣ ଯଦି ପ୍ରତିଦିନ ସାଇକେଲ୍ ଚଳାଇବେ ରାତିରେ ଆପଣଙ୍କୁ ଭଲ ନିଦ ଆସିବ। ସାଇକେଲ୍‌ ଚଳାଇଲେ ଆପଣଙ୍କୁ ହାଲିଆ ଲାଗିପାରେ କିନ୍ତୁ ଏହାର ଫାଇଦା ବହୁତ।

ରୋଗରେ ପଡିବା ଆଶଙ୍କା କମିବ

ଏକ ଗବେଷଣାରୁ ଜଣାପଡ଼ିଛି ଯେ, ଯେଉଁ ଲୋକମାନେ ସପ୍ତାହରେ ଅନ୍ୟୁନ ପାଞ୍ଚ ଦିନ ସାଇକେଲ୍‌ ଚଳାନ୍ତି, ସେମାନଙ୍କ ଶରୀରରେ ରୋଗ ପ୍ରତିରୋଧକ କ୍ଷମତା ବଢ଼ି ଯାଇଥାଏ। ସେମାନେ ଅନ୍ୟ ଲୋକଙ୍କ ଅପେକ୍ଷା ୫୦ ପ୍ରତିଶତ କମ୍‌ ରୋଗରେ ପଡ଼ିଥାନ୍ତି। ଏଥିପାଇଁ ଆପଣ ସପ୍ତାହରେ ସମୟ ବାହାର କରି ସାଇକେଲ୍‌ ଚଳାନ୍ତୁ।

ଶରୀରକୁ ଆରାମ ଲାଗେ

ଆପଣ ନିଜେ ସାଇକେଲ୍‌ ଚଳାଇଲେ ଜାଣିପାରିବେ ଯେ, ଆପଣଙ୍କୁ ସାଇକେଲ୍‌ ଚଳାଇବା ଦ୍ୱାରା କେତେ ରିଲାକ୍ସ ଲାଗିବ। ପୁରୁଷ ହୁଅନ୍ତୁ ବା ମହିଳା ସମସ୍ତେ ଶାରୀରିକ ଫିଟ୍‌ ରହିବା ପାଇଁ ଦିନରେ ଅନ୍ୟନ ୨୦ ମିନିଟ୍‌ ସାଇକେଲ୍‌ ଚଳାନ୍ତୁ।

ମଜାରେ ଖାଆନ୍ତୁ ଆପଣଙ୍କ ମନ ପସନ୍ଦର ଖାଦ୍ୟ

ଯେଉଁ ଲୋକମାନେ ଡରିକି ବାହାର ଜିନିଷ ଖାଆନ୍ତି ନାହିଁ ଏବେ ସେମାନେ ବାହାର ଜିନିଷ ଖାଇ ପାରିବେ। ଆପଣ ଯଦି ସାଇକେଲ୍ ଚଳାଉଛନ୍ତି ତାହାଲେ ଆପଣଙ୍କ ଫ୍ୟାଟ୍ କମାଇବାରେ ଏହା ସାହାଯ୍ୟ କରିବ।



from Odisha Reporter http://bit.ly/2KnSzla

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages