ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପବିତ୍ର ରମଜାନ୍ ମାସର ଶେଷ ଦିନକୁ ମୁସଲିମ୍ ସମ୍ପ୍ରଦାୟ ଲୋକେ ଇଦ୍ ଉଲ୍ ଫିତର ଉତ୍ସବ ଭାବେ ପାଳନ କରିଥାନ୍ତି। ଏହି ଦିନ ମୁସଲିମ୍ ସମ୍ପ୍ରଦାୟର ସମସ୍ତେ ନୂଆ ବସ୍ତ୍ର ପରିଧାନ କରିବା ସହ ସୁସ୍ୱାଦୁ ବ୍ୟଞ୍ଜନ ଖାଇଥାନ୍ତି। ସେଥିମଧ୍ୟରୁ ‘ଶିର୍ ଖୁରମା’ ପରି ସ୍ୱାଦିଷ୍ଟ ବ୍ୟଞ୍ଜନ ସମସ୍ତଙ୍କ ଘରେ ପ୍ରସ୍ତୁତ ହୋଇଥାଏ। ଆଜି ଜାଣିବା ଏହି ବ୍ୟଞ୍ଜନର ପ୍ରସ୍ତୁତି ପ୍ରଣାଳୀ।
ଆବଶ୍ୟକ ସାମଗ୍ରୀ: କ୍ଷୀର, ଗୁଜୁରାତି ଗୁଣ୍ଡ, ଚିନି, ପତଳା ସିମେଇ, ଘିଅ, ଖୁଆ, ବାଦାମ, କାଜୁ, କିସମିସ, ଖଜୁରୀ, କେଶର, ଗୋଲାପ ଜଳ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କେଶରକୁ ଅଳ୍ପ ଉଷୁମ ପାଣରେ ବୁଡ଼ାଇ ରଖନ୍ତୁ। ଯଦି ଶୁଖିଲା ଖଜୁରୀ ବ୍ୟବହାର କରୁଛନ୍ତି ତେବେ ଏହାକୁ ଗରମ କ୍ଷୀରରେ ବତୁରାଇ ଦିଅନ୍ତୁ। ଏହାପରେ ବାଦାମକୁ ମଧ୍ୟ ୧୦-୧୫ ମିନିଟ୍ ପାଇଁ ଗରମ ପାଣିରେ ବୁଡ଼ାଇ ରଖିନ୍ତୁ। କିଛି ସମୟ ପରେ ଏହାର ଚୋପା ଛଡ଼ାଇ ଛୋଟ ଛୋଟ ଖଣ୍ଡ କରି କାଟି ଦିଅନ୍ତୁ।
ବର୍ତ୍ତମାନ ଆରମ୍ଭ କରିବା ପ୍ରସ୍ତୁତି। ପ୍ରଥମେ ଏକ କଡ଼େଇରେ ଘିଅ ଗରମ କରି ସେଥିରେ ସିମେଇକୁ ପକାଇ କମ୍ ଆଞ୍ଚରେ ଭାଜନ୍ତୁ। ସିମେଇ ହାଲକା ଲାଲ୍ ହୋଇ ଆସିଲେ ତାକୁ କାଢ଼ି ଅଲଗା ରଖିଦିଅନ୍ତୁ। ବର୍ତ୍ତମାନ ଏକ ଡେକ୍ଚିରେ କ୍ଷୀରକୁ ଭଲଭାବେ ଗାଢ଼ ହେବା ଯାଏ ଫୁଟାନ୍ତୁ। ଆପଣ ଏଥିରେ ଗୁଜୁରାଟି ଗୁଣ୍ଡ ପକାଇପାରିବେ। କ୍ଷୀର ଫୁଟି ମରିଗଲା ପରେ ଏଥିରେ ଚିନି ପକାଇ ଆଉ କିଛି ସମୟ ଚିନି ମିଳେଇବା ଯାଏ ଫୁଟାନ୍ତୁ।
ବର୍ତ୍ତମାନ ଏଥିରେ ଫ୍ରାଏ କରିଥିବା ସିମେଇ ପକାନ୍ତୁ ଓ ଏହା ନରମ ହେବା ପରେ ଏହାକୁ ଆଞ୍ଚ ଉପରୁ ହଟେଇ ଦିଅନ୍ତୁ। ବର୍ତ୍ତମାନ ଆଉ ଟିକେ କ୍ଷୀର ଦେଇ ବତୁରା ଯାଇଥିବା ଖଜୁରୀ ପକାନ୍ତୁ। କେଶର ମଧ୍ୟ ପକାଇଦିଅନ୍ତୁ। ଏହାପରେ କାଜୁ, କିଶମିଶ୍ ଓ ବାଦାମ୍ ମଧ୍ୟ ପକାଇ ଆଉ କିଛି ସମୟ ଫୁଟାଇ ପୁଣି ଆଞ୍ଚରୁ ହଟାଇଦିଅନ୍ତୁ।
ବର୍ତ୍ତମାନ ଏହା ଉପରେ ଗୋଲାପ ଜଳ ପକାଇ ଚାମଚ ସାହାଯ୍ୟରେ ଭଲ ଭାବେ ଗୋଳାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଆପଣଙ୍କର ସ୍ୱାଦିଷ୍ଟ ‘ଶିର୍ ଖୁରମା’। ଏହାକୁ ଆପଣ ଗରମ ବି ଖାଇପାରିବେ ଓ ଫ୍ରିଜ୍ରେ ରଖି ଥଣ୍ଡା କରି ମଧ୍ୟ ଖାଇ ପାରିବେ।
from Odisha Reporter http://bit.ly/2EUX5ns
No comments:
Post a Comment