ବିଶ୍ୱର ପ୍ରଥମ ପ୍ରଦୂଷଣକାରୀ ରାଷ୍ଟ୍ର କିଏ ଜାଣିଛନ୍ତି? କ’ଣ ପାଇଁ ହେଉଛି ଏପରି ସ୍ଥିତି… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, June 4, 2019

ବିଶ୍ୱର ପ୍ରଥମ ପ୍ରଦୂଷଣକାରୀ ରାଷ୍ଟ୍ର କିଏ ଜାଣିଛନ୍ତି? କ’ଣ ପାଇଁ ହେଉଛି ଏପରି ସ୍ଥିତି…

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ‘ବିଶ୍ୱ ପରିବେଶ ଦିବସ’। ଜାତିସଂଘର ଅନୁମୋଦନ କ୍ରମେ ୧୯୭୪ ମସିହାରୁ ପ୍ରତି ବର୍ଷ ଜୁନ୍‌ ୫ ତାରିଖ ଅର୍ଥାତ ଆଜିର ଦିନକୁ ‘ବିଶ୍ୱ ପରିବେଶ ଦିବସ’ ଭାବେ ପାଳନ କରାଯାଉଛି। ପରିବେଶ ସୁରକ୍ଷା ପାଇଁ ସଚେତନତା ସୃଷ୍ଟି କରିବା ଏହି ଦିବସର ମୁଖ୍ୟ ଲକ୍ଷ୍ୟ। ଏହି ଦିବସକୁ ୧୪୩ଟି ରାଷ୍ଟ୍ରରେ ପାଳନ କରାଯାଉଛି। ଆଜିର ଦିନରେ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଜନସଚେତନତା ସୃଷ୍ଟି କରାଯାଏ।

ଆମେ ପରିବେଶର ଯତ୍ନ ନେଲେ ଏଥିପ୍ରତି ଟିକେ ସଜାଗ ହେଲେ ଏହାର ସନ୍ତୁଳନ ବିଗିଡ଼ିବ ନାହିଁ। ଠିକ୍ ସମୟରେ ଖରା, ବର୍ଷା ଓ ଶୀତ ହେବ।  ଆଜିକାଲି ଆମେ ବିଭିନ୍ନ ଶିଳ୍ପାନୁଷ୍ଠାନ ତିଆରି କରିବାକୁ ଯାଇ ଗଛ କାଟିବାକୁ ପଛାଉ ନାହାନ୍ତି।

ସାରା ବିଶ୍ୱରେ ଯୁକ୍ତରାଷ୍ଟ୍ର ଆମେରିକା ଶକ୍ତିଶାଳୀ ଦେଶ ବୋଲି ଆମେ ଜାଣିଛୁ। କିନ୍ତୁ ଆପଣ ଜାଣିଛନ୍ତି କି, ବିଶ୍ୱର ପ୍ରଥମ ପରିବେଶ ପ୍ରଦୂଷଣକାରୀ ରାଷ୍ଟ୍ର  ମଧ୍ୟ  ଯୁକ୍ତରାଷ୍ଟ୍ର ଆମେରିକା। ସେଠାରେ କେବଳ ଶୌଚାଳୟରେ ବ୍ୟବହୃତ କାଗଜ ପ୍ରସ୍ତୁତ କରିବା ପାଇଁ ଦୈନିକ ୨୫ହଜାର ଗଛ କଟା ଯାଉଛି। କେବଳ ଗଛ ନୁହେଁ, ଆମର ଜୀବନ ଶୈଳୀ ଏତେ ବଦଳି ଗଲାଣି ଯେ, ଆମେ ଯଦି ଏହିପରି କରିବା ତାହାଲେ ପୃଥିବୀ ଧ୍ୱସଂ ହେବା ପାଇଁ ଅଧିକା ସମୟ ଲାଗିବ ନାହିଁ।

ବଢ଼ି ଚାଲିଛି ଅଙ୍ଗାରକାମ୍ଳ ବାଷ୍ପ

ଆଜିକା ଦିନରେ ବୃଦ୍ଧି ହେଉଥିବା ତାପମାତ୍ରାରୁ ହିଁ ଆପଣ ଅନୁମାନ କରିପାରୁଥିବେ ଯେ, ଗଛ ସଂଖ୍ୟା କମିବା ଯୋଗୁ ଏହା ଘଟୁଛି। ଗଛ ସଂଖ୍ୟା କମିବା ଯୋଗୁ ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ବାଷ୍ପର ଅତ୍ୟଧିକ ବୃଦ୍ଧି ଏବଂ ଜଳବାୟୁରେ ମଧ୍ୟ ପରିବର୍ତ୍ତନ ହେଉଛି।

ସାଧାରଣତଃ ଜଙ୍ଗଲ ଏବଂ ସମୁଦ୍ର ବାୟୁମଣ୍ଡଳର ୫୦ ପ୍ରତିଶତରୁ ଅଧିକ ବାଷ୍ପ ଶୋଷି ନେଇଥାଏ। ଜଙ୍ଗଲ କାଟି ଶିଳ୍ପାୟନ କରାଯିବା ସହ ସହରୀକରଣ ଦିନକୁ ଦିନ ବଢ଼ି ଚାଲୁଥିବାରୁ ପରିବେଶରେ ଅଙ୍ଗାରକାମ୍ଳର ମାତ୍ରା ମଧ୍ୟ ବଢ଼ିଚାଲିଛି।

ପ୍ରାକୃତିକ ବିପର୍ଯ୍ୟୟ ବି ଦାୟୀ

ପରିବେଶ ସନ୍ତୁଳନ ହରାଇବାର ଆଉ ଏକ କାରଣ ପ୍ରାକୃତିକ ବିପର୍ଯ୍ୟୟ ମଧ୍ୟ ହୋଇପାରେ। ଯେପରିକି ଚଳିତ ବର୍ଷ ଓଡ଼ିଶାକୁ ଆସିଥିବା ମହାବାତ୍ୟା ‘ଫୋନି’ ପରିବେଶକୁ ନଷ୍ଟ ଭ୍ରଷ୍ଟ କରିଦେଇଛି। ଲକ୍ଷାଧିକ ବିରାଟ ବିରାଟ ଗଛ ଉପୁଡ଼ିବା ସହ ସବୁଜିମା  ମଧ୍ୟ ନଷ୍ଟ ହୋଇଯାଇଛି।

ଘରେ ଥିବା ଜିନିଷରୁ ମଧ୍ୟ ହେଉଛି ପ୍ରଦୂଷଣ

ଆମ ଘରେ ମଧ୍ୟ ଆମେ ବ୍ୟବହାର କରୁଥିବା ଫ୍ରିଜ୍‌, ଏସି କୁଲର୍‌ ଇତ୍ୟାଦିରୁ ମଧ୍ୟ ବାୟୁ ପ୍ରଦୂଷଣ ହେଉଛି। ଏମିତିକି ମଶା ମାରୁଥିବା ଧୂଆଁ ଏବଂ ସିଗାରେଟ୍‌ ମଧ୍ୟ ପରିବେଶ ପ୍ରଦୁଷଣ ପାଇଁ ଦାୟୀ।

ପ୍ରଦୂଷଣରେ ୬୫ ଲୋକଙ୍କ ହେଉଛି ମୃତ୍ୟୁ

ଏକ ରିପୋର୍ଟ ଅନୁସାରେ, ପୁରା ଦୁନିଆରେ ବାୟୂ ପ୍ରଦୂଷଣ ଯୋଗୁ ୬୫ ଲକ୍ଷ ଲୋକଙ୍କ ଜୀବନ ଯାଉଛି। ଏବଂ ଭାରତରେ ସବୁଠାରୁ ଅଧିକା ୨୫ ଲକ୍ଷ ଲୋକ କେବଳ ପ୍ରଦୂଷଣ ଯୋଗୁ ମୃତ୍ୟୁ ମୁଖରେ ପଡ଼ୁଛନ୍ତି।

ଆମେ ନିଜେ ଆମ ପରିବେଶକୁ ବିଗାଡ଼ୁଛେ। ଏହା ବଦଳରେ ଆମର ହିଁ କ୍ଷତି ହେଉଛି। ତେଣୁ ଏଥିପାଇଁ ସଚେତନତାର ଆବଶ୍ୟକତା ରହିଛି। ଅତ୍ୟଧିକ ଗଛ ନ କାଟି ବୃକ୍ଷରୋପଣ କରି ଜଙ୍ଗଲ ସୃଷ୍ଟି କରିବା। ଅଳିଆ ଆର୍ବଜନା ଏଣେତେଣ ନ ଫୋପାଡ଼ି ତାକୁ ପୁନଃ ବିନିଯୋଗ କିପରି କରାଯାଇପାରିବ ସେ ବିଷୟରେ ଧ୍ୟାନ ଦେବା। ଘରେ ଏସି, କୁଲର୍ ବା ପରିବେଶ ପ୍ରଦୂଷଣ କରୁଥିବା ଜିନିଷକୁ କମ୍ ବ୍ୟବହାର କରିବା ଉପରେ ଧ୍ୟାନ ଦେଲେ ପରିବେଶ ସୁସ୍ଥ ରହିବା ସହ ଜନଜୀବନ ମଧ୍ୟ ସୁସ୍ଥ ରହିବ ବୋଲି ପରିବେଶବିତମାନେ ଆଶାବ୍ୟକ୍ତ କରିଛନ୍ତି ।



from Odisha Reporter http://bit.ly/2WpQo7U

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages