ଶାହଙ୍କୁ ଡରିଲେ କି ବିଚ୍ଛିନ୍ନତାବାଦୀ, ଦେଲେନି ବନ୍ଦ ଡାକରା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, June 26, 2019

ଶାହଙ୍କୁ ଡରିଲେ କି ବିଚ୍ଛିନ୍ନତାବାଦୀ, ଦେଲେନି ବନ୍ଦ ଡାକରା

ଶ୍ରୀନଗର: ଜମ୍ମୁ-କଶ୍ମୀରରେ ୩୦ ବର୍ଷ ହେଲା ଯାହା ଘଟି ନଥିଲା ଗତକାଲି ସେଭଳି ଘଟଣା ଘଟିଛି। ଜମ୍ମୁ-କଶ୍ମୀର ଗସ୍ତରେ ଯେତେବେଳେ ବି କେନ୍ଦ୍ରମନ୍ତ୍ରୀ କିମ୍ବା କେନ୍ଦ୍ରର ପ୍ରତିନିଧିମାନେ ଗସ୍ତ କରୁଥିଲେ ଉପତ୍ୟକାରେ ସକ୍ରିୟ ଥିବା ବିଚ୍ଛିନ୍ନତାବାଦୀମାନେ ତୁରନ୍ତ ବନ୍ଦ ଡାକରା ଦେଉଥିଲେ। ଏପରି କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ ସମୟରେ ମଧ୍ୟ ବିଚ୍ଛିନ୍ନତାବାଦୀମାନେ ସମାନ ନୀତି ଆପଣାଉଥିଲେ। ହେଲେ ଗତକାଲି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଜମ୍ମୁ-କଶ୍ମୀର ଗସ୍ତ କରିଥିବା ବେଳେ ଏଥିରେ ବ୍ୟତିକ୍ରମ ଘଟିଛି।

ଶାହଙ୍କ କଶ୍ମୀର ଗସ୍ତ ସମୟରେ ବିଚ୍ଛିନ୍ନତାବାଦୀମାନେ କୌଣସି ପ୍ରକାରର ବନ୍ଦ ଡାକରା ଦେଇ ନଥିଲେ। ପୂର୍ବରୁ କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ହୁରିୟତ ନେତା ସୟିଦ ଅଲୀ ଶାହା ଗିଲାନୀ ଓ ମିରୱାଜ ଉମର ଫାରୁକ ବା ଅନ୍ୟ ବିଚ୍ଛିନ୍ନତାବାଦୀ ନେତାମାନେ ବନ୍ଦ ଡାକରା ଦେଉଥିଲେ। ହେଲେ ଗତକାଲି ସେମାନେ କୌଣସି ବିବୃତି ମଧ୍ୟ ଜାରି କରିନାହାନ୍ତି। ୩୦ ବର୍ଷ ଇତିହାସରେ ପ୍ରଥମଥର ପାଇଁ ଏଭଳି ଘଟଣା ଘଟିଛି।

କେନ୍ଦ୍ରମନ୍ତ୍ରୀ ହେବା ପରେ ପ୍ରଥମଥର ପାଇଁ ଶାହ ଜମ୍ମୁ-କଶ୍ମୀର ଗସ୍ତରେ ଯାଇଥିଲେ। ସେଠାରେ ସେ ସୁରକ୍ଷା ସ୍ଥିତି ସମୀକ୍ଷା କରିବା ସହ ଉଚ୍ଚ କର୍ତ୍ତୃପକ୍ଷଙ୍କ ସହ ରୁଦ୍ଧଦ୍ୱାର ବୈଠକ କରିଥିଲେ। ଆଜି ସେ ଜମ୍ମୁ-କଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲିକଙ୍କ ସହ ମଧ୍ୟ ସ୍ଥିତି ସମୀକ୍ଷା କରିବେ।

ସୁରକ୍ଷା ଅଧିକାରୀଙ୍କ ସହ ବୈଠକ ସମୟରେ ଶ୍ରୀ ଶାହ ଆତଙ୍କବାଦ ପ୍ରସଙ୍ଗ ଉଠାଇଥିଲେ। ସୁରକ୍ଷା ଅଧିକାରୀମାନେ ଜମ୍ମୁ-କଶ୍ମୀରରୁ ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ ଯେଉଁ ଅଭିଯାନ ଜାରି ରଖିଛନ୍ତି, ସେଥିରେ ବିରାମ ନ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆଗକୁ ଅମରନାଥ ଯାତ୍ରା ଆରମ୍ଭ ହେଉଥିବାରୁ ଅନୁପ୍ରବେଶ ଓ ସମ୍ବେଦନଶୀଳ ସ୍ଥାନ ଗୁଡ଼ିକ ଉପରେ ଅଧିକ ନଜର ରଖିବାକୁ ଶ୍ରୀ ଶାହ କହିଛନ୍ତି। ଏହି ବୈଠକରେ ରାଜ୍ୟପାଳ ସତ୍ୟପାଲ ମଲିକ ମଧ୍ୟ ଉପସ୍ଥିତ ରହିଥିଲେ।



from Odisha Reporter https://ift.tt/31Sbxqd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages