ସିଉଡାଡ୍ ଭିକ୍ଟୋରିଆ: ମୁହଁ ମାଡ଼ି ଏକ ନଦୀରେ ବୁଡ଼ି ରହିଥିବା ଏହି ବାପ ଝିଅଙ୍କ ଫଟୋ ଏବେ ସମଗ୍ର ବିଶ୍ୱକୁ ସ୍ତବ୍ଧ କରିଦେଇଛି। ଏହି ଫଟୋରେ କୁନି ଝିଅଟିର ମୁହଁ ବାପାଙ୍କ ଟିଶାର୍ଟ ଭିତରେ ଫସିରହିଛି। ଏତେ ଛୋଟ ଝିଅକୁ ନେଇ ଏହି ଯୁବକ ପହଁରି ପହଁରି କେଉଁ ଆଡ଼କୁ ଯାଉଥିଲେ ପ୍ରଶ୍ନର ଉତ୍ତର ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ।
ସେମାନେ ରିଓ ଗ୍ରେନେଡ୍ ନଦୀ ପାର ହୋଇ ମେକ୍ସିକୋରୁ ଆମେରିକା ଯାଉଥିଲେ। ଆଉ ଏହି ଫଟୋ ହିଁ ଆମେରିକାରେ ଦେଶାନ୍ତରଣର ଭୟାବହ ସ୍ଥିତି ବାବଦରେ ଅସଲି ଚିତ୍ର ସାମ୍ନାକୁ ଆଣିଛି।
ଏହି ଯୁବକଙ୍କ ନାମ ଓସ୍କାର ମାର୍ଟିନେଜ୍ ରମିରେଜ୍ ନିଜ ୨୧ ବର୍ଷର ସ୍ତ୍ରୀ ଏବଂ ଝିଅ ସହିତ ଏହି ବିପଜ୍ଜନକ ଯାତ୍ରାରେ ବାହାରିଥିଲେ। ରବିବାର ସେ ଅପରାହ୍ଣରେ ସେ ଜୀବନର ଶେଷ ଯାତ୍ରାରେ ବାହାରିଥିଲେ।
ସେ ଝିଅକୁ ପିଠିରେ ଟିଶାର୍ଟ ଭିତରେ ଲୁଚାଇ ପହଁରିବା ଆରମ୍ଭ କରିଥିଲେ। କିନ୍ତୁ ଭୟଙ୍କର ସ୍ରୋତ ତାଙ୍କୁ କୂଳରେ ପହଞ୍ଚାଇଥିଲା ସତ, ତା’ପୂର୍ବରୁ ଜୀବନ ନେଇଯାଇଥିଲା।
ଏହି ଘଟଣାର ବେଶ୍ କିଛି ଫଟୋ ଚାରିଆଡ଼େ ବ୍ୟାପିଯିବାପରେ ଏବେ ବିଶେଷ କରି ମେକ୍ସିକୋରେ ଏବଂ ଯୁବକ ପୂର୍ବରୁ ରହିଆସୁଥିବା ଏଲ୍ ସାଲ୍ଭାଡରରେ ପ୍ରବଳ ବିରୋଧ ଆରମ୍ଭ ହୋଇଛି। ଅପ୍ରବାସୀଙ୍କ ପ୍ରତି ସରକାରଙ୍କ ଦାୟିତ୍ୱକୁ ନେଇ ମଧ୍ୟ କଡ଼ା ସମାଲୋଚନା କରାଯାଇଛି।
from Odisha Reporter https://ift.tt/2ZRjlqi
No comments:
Post a Comment