ନୂଆଦିଲ୍ଲୀ: ଦିଲ୍ଲୀର ଅମନ ବିହାର ଅଞ୍ଚଳରେ ଜଣେ ମୌଲାନା ‘ଜୟ ଶ୍ରୀରାମ’ ନକହିବାରୁ ତାଙ୍କ ଉପରେ ଦୁର୍ବୃତ୍ତମାନେ କାର୍ ଚଢ଼ାଇ ଦେଇଛନ୍ତି। ତାଙ୍କ ନାଁ ମୌଲାନା ମହମ୍ମଦ ମୋମିନ୍। ଏହି ଦୁର୍ଘଟଣାରେ ସେ ଗୁରୁତର ଆହତ ହୋଇଛନ୍ତି। ଗତ ଗୁରୁବାର ସନ୍ଧ୍ୟାରେ ସେ ବୁଲିବାକୁ ବାହାରକୁ ଯାଇଥିବା ବେଳେ ଏହି ଘଟଣା ଘଟିଛି।
ଏନେଇ ମୌଲାନା ମୋମିନ୍ କହିଛନ୍ତି,“ କାର୍ରେ ତିନି ଜଣ ଯୁବକ ଆସି ମୋତେ ‘ଜୟ ଶ୍ରୀରାମ’ କହିବାକୁ କହିଥିଲେ। ହେଲେ ମୁଁ କହିବାକୁ ମନା କରି ଦେଇଥିଲି। ଏହାପରେ ଯୁବକମାନେ ଉତ୍କ୍ଷିପ୍ତ ହୋଇ ମୋତେ ଖରାପ ବ୍ୟବହାର କରିବା ସହ ମୋତେ କାର୍ରେ ଧକ୍କା ଦେଇ ଚାଲି ଗଲେ।”
ଏହି ଘଟଣା ପରେ ସେହି ଅଞ୍ଚଳରେ କିଛି ସମୟ ପାଇଁ ଉତ୍ତେଜନା ସୃଷ୍ଟି ହୋଇଥିଲା। ଏନେଇ ଦିଲ୍ଲୀ ପୁଲିସ୍ ଏକ ଦୁର୍ଘଟଣା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
from Odisha Reporter http://bit.ly/2Rx1T7J
No comments:
Post a Comment