ଘରେ ଛୋଟ ପିଲା ଥିଲେ ପରଫ୍ୟୁମ୍‌ ପ୍ରତି ହୁଅନ୍ତୁ ସାବଧାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, June 21, 2019

ଘରେ ଛୋଟ ପିଲା ଥିଲେ ପରଫ୍ୟୁମ୍‌ ପ୍ରତି ହୁଅନ୍ତୁ ସାବଧାନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜିକା ସମୟରେ କେହି ଏପରି ନ ଥିବେ ଯିଏକି ପର୍‌ଫ୍ୟୁମ୍‌ ବ୍ୟବହାର କରୁ ନଥିବେ। ଆପଣ ପୁରୁଷ ହୁଅନ୍ତୁ ବା ମହିଳା ଘରୁ ବାହାରକୁ ଗଲା ବେଳେ କେବେ ବି ପରଫ୍ୟୁମ୍‌ ତ ବ୍ୟବହାର କରିବା ଭୁଲୁ ନ ଥିବେ। କେଉଁଠି ଯିବାର ଥିଲେ, ଏହା ଆପଣଙ୍କୁ ଫ୍ରେସ୍‌ ଅନୁଭବ କରାଇଥାଏ। କିନ୍ତୁ ଆପଣଙ୍କୁ ଫ୍ରେସ୍‌ ଅନୁଭବ କରାଉଥିବା ଏହି ପରଫ୍ୟୁମ୍‌ ଆପଣଙ୍କ ଘରେ ଥିବା ଛୋଟ ଛୁଆ ଏବଂ ଏହାର ଅଧିକ ବ୍ୟବହାର ଆପଣଙ୍କ ପାଇଁ କ୍ଷତିକାରକ ହୋଇପାରେ।

ଏହା ଛୋଟ ଛୁଆଙ୍କୁ କ’ଣ କ୍ଷତି ପହଞ୍ଚାଇଥାଏ ଏବଂ ଏହାକୁ ବ୍ୟବହାର କଲେ କେଉଁ ବିଷୟ ପ୍ରତି ଧ୍ୟାନ ଦେବେ ପଢ଼ନ୍ତୁ।

ଏହାକୁ ଛୋଟ ଛୁଆଙ୍କଠାରୁ ଦୂରରେ ରଖନ୍ତୁ। ଯଦି ପିଲାମାନେ ଖେଳୁ ଖେଳୁ ଏହା ତାଙ୍କ ହାତରେ ପଡ଼ିଯାଏ ଆଉ ଆଖି, ନାକ, କାନ ଏବଂ ମୁହଁରେ ଏହାକୁ ସେମାନେ ସ୍ପ୍ରେ କରି ଦିଅନ୍ତି, ତାହାଲେ ଏହା ସେମାନଙ୍କ ପାଇଁ ବହୁତ କ୍ଷତିକାରକ ହୋଇପାରେ। ଯଦି ଅଧିକ ଛୁଆ ଆପଣଙ୍କ ଘରେ ଅଛନ୍ତି ତାହାଲେ ଏହାକୁ ସେମାନଙ୍କ ନଜରରୁ ଦୂରରେ ରଖନ୍ତୁ।

ଛୋଟ ପିଲାଙ୍କୁ ଜବରଦସ୍ତି ଏହି ଫରଫ୍ୟୁମ୍‌ ପକାନ୍ତୁ ନାହିଁ। ଏହା ତାଙ୍କ ତ୍ୱଚାକୁ କ୍ଷତି ପହଞ୍ଚାଇ ପାରେ।

ପିଲାଙ୍କ ତ୍ୱଚା କୋମଳ ହୋଇଥାଏ। ଏହାକୁ ସେମାନଙ୍କ ଦେହରେ ପକାଇବା ଦ୍ୱାରା କୋମଳ ତ୍ୱଚାରେ କୁଣ୍ଡିଆ ଭଳି ସମସ୍ୟା ଦେଖାଦେଇପାରେ।

କେବଳ ଛୋଟ ଛୁଆ ନୁହେଁ ବଡ଼ ଲୋକ ମଧ୍ୟ ଏହାକୁ ଅଧିକ ବ୍ୟବହାର କରିବା ଦ୍ୱାରା ସ୍କିନ୍‌ ଜନିତ ସମସ୍ୟାରେ ପଡ଼ି ପାରନ୍ତି। ଏଥିରେ ଅନେକ ପ୍ରକାର କେମିକାଲ୍‌ ଥିବାରୁ ଏହା ତ୍ୱଚାକୁ କ୍ଷତି ପହଞ୍ଚାଇ ଥାଏ।

ଝାଳ ବୋହିବା ଏକ ସାଧାରଣ କଥା। ଏହାକୁ ସବୁବେଳେ ବ୍ୟବହାର କରିବା ଦ୍ୱାରା ଝାଳ ବାହାରୁଥିବା ଗ୍ରନ୍ଥିକୁ ଏହା ପ୍ରଭାବିତ କରିପାରେ। ଏଥିରେ ସିଲିକା ନାମକ ଏକ ପଦାର୍ଥ ରହିଥାଏ, ଯାହା ଆପଣଙ୍କ ତ୍ୱଚାରେ ଜଳାପୋଡ଼ା ମଧ୍ୟ କରିପାରେ।

ଗର୍ଭାବସ୍ଥାରେ ଫରଫ୍ୟୁମ୍‌ ବ୍ୟବହାର କରନ୍ତୁ ନାହିଁ। ଏହା ଗର୍ଭରେ ଥିବା ପିଲାର ହର୍‌ମୋନ୍‌କୁ କ୍ଷତି ପହଞ୍ଚାଇ ପାରେ। ଏଥିପାଇଁ ଡାକ୍ତରମାନେ ମଧ୍ୟ ଗର୍ଭାବସ୍ଥାରେ ପରଫ୍ୟୁମ୍‌ ବ୍ୟବହାରକୁ ବାରଣ କରିଥାନ୍ତି।



from Odisha Reporter http://bit.ly/2IvYK5a

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages