ପ୍ରେମ, ବିଚ୍ଛେଦ ଏବଂ ବର୍‌ବାଦ୍‌ କାହାଣୀକୁ ନେଇ ଗତିଶୀଳ ‘କବିର ସିଂହ’କୁ ଡାକ୍ତରଙ୍କ ବିରୋଧ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, June 25, 2019

ପ୍ରେମ, ବିଚ୍ଛେଦ ଏବଂ ବର୍‌ବାଦ୍‌ କାହାଣୀକୁ ନେଇ ଗତିଶୀଳ ‘କବିର ସିଂହ’କୁ ଡାକ୍ତରଙ୍କ ବିରୋଧ

ମୁମ୍ବାଇ:  ବଲିଉଡ ଷ୍ଟାର ଶାହିଦ କପୁରଙ୍କ ଫିଲ୍ମ ‘କବୀର ସିଂହ’ ବକ୍ସ ଅଫିସ୍‌ରେ ଜବରଦସ୍ତ ବିଜନେସ୍‌ କରୁଛି। ସୂଚନା ଅନୁଯାୟୀ, ଫିଲ୍ମଟି ୧୦୦କୋଟି ପାର କରିସାରିଲାଣି। ଫିଲ୍ମଟିକୁ ଦର୍ଶକଙ୍କର ଭଲ ପ୍ରତିକ୍ରିୟା ମିଳୁଛି। ପ୍ରେମ, ବିଚ୍ଛେଦ ଏବଂ ବର୍‌ବାଦ୍‌କୁ ନେଇ ତିଆରି ହୋଇଥିବା ଏହି ଫିଲ୍ମରେ ଶାହିଦ୍‌ କପୁର୍‌ଙ୍କୁ ଏକ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳିଛି।

ଫିଲ୍ମରେ ଶାହିଦଙ୍କ ଲୁକ୍‌ ଓ ଅନ୍ଦାଜ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଛି। ବିଭିନ୍ନ ବର୍ଗରୁ ଶାହିଦଙ୍କର ଏହି ଫିଲ୍ମକୁ ଢେର ପ୍ରଶଂସା ମିଳୁଥିବାବେଳେ କିଛି ଏପରି ଲୋକ ମଧ୍ୟ ଅଛନ୍ତି ଯେଉଁମାନେ ଏହାକୁ ଲଗାତାର ବିରୋଧ କରୁଛନ୍ତି।  ବର୍ତ୍ତମାନ ଜଣେ ଡାକ୍ତର ଏହି ଫିଲ୍ମ ବିରୁଦ୍ଧରେ  ଅଭିଯୋଗ ଆଣିଛନ୍ତି ଯେ ଏହି ଫିଲ୍ମ ଡାକ୍ତରଙ୍କର  ଖରାପ ପ୍ରତିଛବି ଦର୍ଶାଉଛି।

ମୁମ୍ବାଇର ଏହି ଡାକ୍ତର ଜଣକ ଏଭଳି ଅଭିଯୋଗ ଆଣିବାର କାରଣ ହେଉଛି, ଫିଲ୍ମରେ ଶାହିଦ ଜଣେ ସର୍ଜନ ଭୂମିକାରେ ଅଭିନୟ କରିଛନ୍ତି। ଯିଏକି ମଦ, ସିଗାରେଟ, ଡ୍ରଗ୍ସ ନେଉଛନ୍ତି। ଡାକ୍ତର ଜଣକ କେବଳ ମୁମ୍ବାଇ ପୁଲିସ୍‌ରେ ଅଭିଯୋଗ କରିନାହାନ୍ତି, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ମଧ୍ୟ ଏ ସମ୍ପର୍କରେ ଚିଠି ଲେଖିଛନ୍ତି । ଏହାବ୍ୟତୀତ ଡାକ୍ତର ଜଣକ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ, ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଓ ସେନ୍‌ସର ବୋର୍ଡ଼କୁ ମଧ୍ୟ ସ୍କ୍ରିନିଂ ଅଟକାଇବା ପାଇଁ ଚିଠି ଲେଖିଛନ୍ତି। ଜଣାଇଦେବାକୁ ଚାହୁଁଛି ଯେ ‘କବୀର ସିଂହ‘ର କାହାଣୀକୁ ଅନେକ ମାହୋଲରୁ ସୋଶାଲ ମିଡିଆରେ ବିରୋଧ କରାଯାଉଛି।

‘କବୀର୍ ସିଂହ’ ହେଉଛି ତେଲୁଗୁ ବ୍ଳକ ବଷ୍ଚର ମୁଭି ‘ଅର୍ଜୁନ ରେଡ୍ଡି’ର ଅଫିସିଆଲ୍ ହିନ୍ଦୀ ରିମେକ୍‌। ଏହି ଫିଲ୍ମର ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡି ବାଙ୍ଗା  ‘ଅର୍ଜୁନ ରେଡ୍ଡି’ର ମଧ୍ୟ ନିର୍ଦ୍ଦେଶନା ଦେଇଥିଲେ। ଫିଲ୍ମରେ ଶାହିଦ୍‌ ଏବଂ କିଆରାଙ୍କ କେମେଷ୍ଟ୍ରି ଦର୍ଶକଙ୍କୁ ଖୁବ୍‌ ପସନ୍ଦ ଆସିଛି। ଏହାର ଗୀତଗୁଡ଼ିକ ମଧ୍ୟ ବହୁତ ଭଲ ହୋଇଛି। ବଲିଉଡ୍‌ର ଲୋକପ୍ରିୟ ଗାୟକ ଅର୍ମାନ ମଲିକ୍‌ ଫିଲ୍ମର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି। ଫିଲ୍ମଟି ବକ୍ସ ଅଫିସ୍‌ରେ ୧୫୦ କୋଟିରୁ ଅଧିକା ବିଜନେସ୍‌ କରିବା ବୋଲି ଆଶା ରଖାଯାଉଛି।



from Odisha Reporter https://ift.tt/2Xywur1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages