ଦିଲ୍ଲୀରେ ଆମେରିକାର ବୈଦେଶିକ ମନ୍ତ୍ରୀ ମାଇକ ପୋମ୍ପିୟୋ, ଆହୁରି ମଜବୁତ୍ ହେବ ସମ୍ପର୍କ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, June 25, 2019

ଦିଲ୍ଲୀରେ ଆମେରିକାର ବୈଦେଶିକ ମନ୍ତ୍ରୀ ମାଇକ ପୋମ୍ପିୟୋ, ଆହୁରି ମଜବୁତ୍ ହେବ ସମ୍ପର୍କ

ନୂଆଦିଲ୍ଲୀ: ମଙ୍ଗଳବାର ରାତିରେ ଦିଲ୍ଲୀ ପହଞ୍ଚିଛନ୍ତି ଆମେରିକାର ବୈଦେଶିକ ମନ୍ତ୍ରୀ ମାଇକ ପୋମ୍ପିୟୋ। ତିନି ଦିନିଆ ଭାରତ ଗସ୍ତରେ ଆସିଛନ୍ତି ମାଇକ ପୋମ୍ପିୟୋ। ଏହି ଗସ୍ତ ବେଳେ ଉଭୟ ଦେଶର ସମ୍ପର୍କକୁ ଆହୁରି ମଜବୁତ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ମାଇକ୍।

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବୈଦେଶିକ ମନ୍ତ୍ରୀ ସୁବ୍ରମଣ୍ୟମ୍ ଜୟଶଙ୍କରଙ୍କୁ ମାଇକ୍ ପୋମ୍ପିୟୋ ଭେଟିବାର କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତ ବେଳେ ଆମେରିକା-ଭାରତ ଦ୍ୱିପାକ୍ଷିକ ସମ୍ପର୍କ ଉପରେ ଆଲୋଚନା ହେବ।

ଆସନ୍ତା ସପ୍ତାହରେ ଜାପାନରେ ଜି-୨୦ ସମ୍ମିଳନୀ ହେବ। ଏହି ଅବସରରରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯୋଗ ଦେବେ। କିନ୍ତୁ ପରସ୍ପର ମଧ୍ୟରେ ବୈଠକ ହେବ କି ନାହିଁ ଜଣାପଡ଼ି ନାହିଁ। ମାଇକ୍ ଆଜି ପ୍ରଧାନମନ୍ତ୍ରୀ ଓ ବୈଦେଶିକ ମନ୍ତ୍ରୀଙ୍କ ସହ ବୈଠକ ପରେ ମୋଦି-ଟ୍ରମ୍ପ ଭେଟଘାଟ ହେବ କି ନାହିଁ ସ୍ପଷ୍ଟ କରିପାରନ୍ତି।

ମୋଦି ସରକାରଙ୍କ ‘ମେକ୍ ଇନ୍ ଇଣ୍ଡିଆ’ ଏବଂ ଟ୍ରମ୍ପ ସରକାରଙ୍କ ‘ମେକ୍ ଗ୍ରେଟ୍ ଆମେରିକା ଏଗେନ୍’ ନୀତି ପାଇଁ ଦୁଇ ଦେଶ ମଧ୍ୟରେ ଟ୍ରେଡ ଓ୍ୱାର ଆରମ୍ଭ ହୋଇଛି। ଦୁଇ ଦେଶ ଘରୋଇ ଉତ୍ପାଦନ ଉପରେ ଅଧିକ ଟିକସ ଏବଂ ନିଜ ଦେଶରେ ତିଆରି କରିବା ନୀତି ବ୍ୟବସାୟୀକ ଦୃଷ୍ଟିରୁ ଦୁଇ ଦେଶର ସମ୍ପର୍କକୁ ଖରାପ କରିଛି।

ତେବେ ଭାରତ ଆସିବା ପୂର୍ବରୁ ମାଇକ୍ ପୋମ୍ପିୟୋ ଆମେରିକାର ଏକ ସମ୍ମିଳନୀରେ କହିଥିଲେ ଭାରତ ସହ ଆମେରିକାର ସମ୍ପର୍କ ଆଗକୁ ମଜବୁତ ହେବ। ଏଥିପାଇଁ ସେ ସମସ୍ତ ପ୍ରକାର ଚେଷ୍ଟା କରିବେ।



from Odisha Reporter https://ift.tt/2YhsXdK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages