ଉପହାର ସମ୍ପର୍କକୁ ମଧୁର କରିଥାଏ, ହେଲେ ଆପଣଙ୍କ ଉପହାର ଆଣୁନି ତ ତିକ୍ତତା, ଜାଣିବେ କିପରି? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, June 23, 2019

ଉପହାର ସମ୍ପର୍କକୁ ମଧୁର କରିଥାଏ, ହେଲେ ଆପଣଙ୍କ ଉପହାର ଆଣୁନି ତ ତିକ୍ତତା, ଜାଣିବେ କିପରି?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  କୌଣସି ପୂଜା, ପର୍ବ, ପାର୍ଟି, ଜନ୍ମଦିନ କିମ୍ୱା ମ୍ୟାରେଜ ଫଙ୍କସନକୁ ଗଲେ ଉପହାର ଦେବାକୁ ଆମେ ଭୁଲି ନ ଥାଉ। କିନ୍ତୁ ଆମେ ଅଜାଣତରେ ଏପରି ଭୁଲ କରିବସୁ, ଯାହାର ଫଳ ଆମକୁ ଭୋଗିବାକୁ ପଡିଥାଏ। ଏପରି ଜାଗାକୁ ଯିବା ବେଳେ କେଉଁ ଉପହାର ସହ କେଉଁ ଉପହାର ଦିଆଯିବା ଉଚିତ୍‌ ନୁହେଁ, ସେ ବିଷୟରେ କିଛି ଧାରଣା ରଖିବା ଭଲ । ଯଦି ଆପଣ ଅଜାଣତରେ ଭୁଲ୍‌ ଉପହାର ଦିଅନ୍ତି ତାହାଲେ ଆର୍ଥିକ  ସଙ୍କଟର ସମ୍ମୁଖୀନ ହୋଇପାରନ୍ତି। 

ଗଣେଶଙ୍କ ମୁର୍ତ୍ତି ସହ ଦିଅନ୍ତୁ ନାହିଁ ଲଷ୍ମୀଙ୍କ ମୁର୍ତ୍ତି

ଉପହାରରେ ଆମେ ଗଣେଶଙ୍କ ମୂର୍ତ୍ତି ଦେଇଥାଉ। କିନ୍ତୁ ଏହି କଥା ମଧ୍ୟ ଧ୍ୟାନ ରଖନ୍ତୁ ଗଣେଶଙ୍କ ମୁର୍ତ୍ତି ଦେଉଥିଲେ ଭୁଲ୍‌ରେ ବି ଲଷ୍ମୀଙ୍କ ମୁର୍ତ୍ତି ଦିଅନ୍ତୁ ନାହିଁ। ଏକ ସଙ୍ଗେ ଏହି ୨ ମୁର୍ତ୍ତି ଦେବା ଦ୍ୱାରା ଆପଣଙ୍କ ଧନ ହାନି ହୋଇପାରେ।

ସ୍ୱର୍ଣ୍ଣ ମୁଦ୍ରାରେ ଲଷ୍ମୀଙ୍କ ଚିତ୍ର ଥିଲେ

ଭାରତୀୟ ପରମ୍ପରା ଅନୁସାରେ ଶୁଭ ଅବସରରେ ସ୍ୱର୍ଣ୍ଣ ମୁଦ୍ରା ଉପହାର ଦିଆଯାଇଥାଏ। ଏହାକୁ ଦେଲା ବେଳେ ଯଦି ମୁଦ୍ରା ଉପରେ ଲଷ୍ମୀଙ୍କ ଚିତ୍ର ରହିଛି ତାହାଲେ ଏହାକୁ ଦିଅନ୍ତୁ ନାହିଁ। ଏହା ଦ୍ୱାରା ମଧ୍ୟ ଆପଣ ଧନ ହାନି ହୋଇପାରେ।

ଦିଅନ୍ତୁ ନାହିଁ ରୁମାଲ୍‌

ଉପହାର ସମ୍ପର୍କକୁ ମଧୁର କରିଥାଏ। କିନ୍ତୁ ଆପଣ ଯଦି କାହାକୁ ଉପହାରରେ ରୁମାଲ୍‌ ଦେଉଛନ୍ତି ତାହାଲେ ସମ୍ପର୍କ ମିଠା ହେବା ପରିବର୍ତ୍ତେ ତିକ୍ତତା ଆଡ଼କୁ ଚାଲି ଯାଇଥାଏ।

ଧାରୁଆ ବସ୍ତୁ

ଆପଣଙ୍କ ବନ୍ଧୁ ପରିଜନଙ୍କୁ ଧାର ଥିବା ବସ୍ତୁ ଉପହାର ଦିଅନ୍ତୁ ନାହିଁ। ଏହା କରିବା ଦ୍ୱାରା ସମ୍ପର୍କରେ ତିକ୍ତତା ଆସିଥାଏ।

ଧାର୍ମିକ ପୁସ୍ତକ

ଯଦି ଆପଣ କାହାକୁ ଧାର୍ମିକ ପୁସ୍ତକ ଦେବାକୁ ଚାହୁଁଛନ୍ତି ତାହାଲେ ସେହି ବ୍ୟକ୍ତି ମଧ୍ୟ ଧାର୍ମିକ ହୋଇଥିବା ଆବଶ୍ୟକ। ଏହି ବିଷୟ ଉପରେ ଧାନ ରଖି ଧାର୍ମିକ ପୁସ୍ତକ ଉପହାର ଦିଅନ୍ତୁ। ନ ହେଲେ ସେହି ପୁସ୍ତକର ଅପମାନ ହୋଇଥାଏ।

 



from Odisha Reporter http://bit.ly/31Tqb0n

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages