ଅଗରତାଲା: ବିଜେପି ଓ ତୃଣମୂଳ କଂଗ୍ରେସ ମଧ୍ୟରେ ବିବାଦ ଓ ଲଢ଼େଇ ଜାରି ରହିଛି। ଏହାରି ଭିତରେ ତ୍ରିପୁରା ବିଜେପି ମହିଳା ମୋର୍ଚ୍ଚାର ନେତ୍ରୀ ପାପିୟା ଦତ୍ତ ଗତକାଲି ଏକ ଦଳୀୟ ସଭାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସମ୍ପର୍କରେ ବିବାଦିତ ବୟାନ ଦେଇଛନ୍ତି। ସେ କହିଛନ୍ତି ପଶ୍ଚିମବଙ୍ଗରେ ଯେଉଁଭଳି ହତ୍ୟା, ଗୁଣ୍ଡାଗର୍ଦି ବଢ଼ିଛି ତାହା ଏବେ ‘ମିନି ପାକିସ୍ତାନ’ ପାଲଟିଗଲାଣି। ଏଥିପାଇଁ ଟିଏମସି ସୁପ୍ରିମୋ ମମତା ବାନାର୍ଜୀଙ୍କୁ ଦାୟୀ କରିଛନ୍ତି ଏହି ବିଜେପି ନେତ୍ରୀ।
ଆଗାମୀ ଦିନରେ ତ୍ରିପୁରା ବିଜେପି ମହିଳା ମୋର୍ଚ୍ଚା ମମତା ବାନାର୍ଜୀଙ୍କୁ ‘ଜୟ ଶ୍ରୀରାମ’ ଲେଖି ଚିଠି ପଠାଇବ ବୋଲି ପାପିୟା କହିଛନ୍ତି। ମମତା ‘ଜୟ ଶ୍ରୀରାମ’ ଜପିବା ଦରକାର ବୋଲି ସେ ପରାମର୍ଶ ଦେଇଛନ୍ତି।
ସୂଚନାଯୋଗ୍ୟ, ଗତ କିଛି ଦିନ ତଳେ ମମତା ପଶ୍ଚିମବଙ୍ଗର ଉତ୍ତର 24 ପ୍ରଗଣା ଜିଲ୍ଲା ଗସ୍ତ କରିବା ବେଳେ ଏକ ଗ୍ରୁପ ‘ଜୟ ଶ୍ରୀରାମ’ ନାରା ଲଗାଇଥିଲେ। ଏଥିରେ କ୍ରୋଧ ପ୍ରକାଶ କରି ମମତା ବାନାର୍ଜୀ ଗାଡ଼ିରୁ ଓହ୍ଲାଇ ସେମାନଙ୍କୁ ଧମକ ଦେଇଥିଲେ। ଏହି ଘଟଣା ପରେ ‘ଜୟ ଶ୍ରୀରାମ’ ନାରାକୁ ନେଇ ବିରୋଧୀଙ୍କ ଟାର୍ଗେଟରେ ରହିଛନ୍ତି ମମତା ସରକାର।
from Odisha Reporter http://bit.ly/2IFQDSy
No comments:
Post a Comment