ଆଫଗାନିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ, ୧୧ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, June 13, 2019

ଆଫଗାନିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ, ୧୧ ମୃତ

ନୂଆଦିଲ୍ଲୀ: ଆଫଗାନିସ୍ତାନର ପୂର୍ବ ନାଂଗରହାର ପ୍ରାନ୍ତର ରାଜଧାନୀ ଜଲାଲାବାଦର ଏକ ପୁଲିସ ସୁରକ୍ଷାକର୍ମୀଙ୍କ ଚେକିଂ ପୋଷ୍ଟ ନିକଟରେ ଜଣେ ଆତଙ୍କବାଦୀ ନିଜ ଦେହରେ ବୋମା ଖଞ୍ଜି ଆତ୍ମଘାତୀ ବିସ୍ପୋରଣ କରିଛି। ଏଥିରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଲେ ୧୩ ଜଣ ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ନାଂଗରହାର ପ୍ରାନ୍ତର ରାଜ୍ୟପାଳଙ୍କ ମୁଖପାତ୍ର ଅତାହୁଲ୍ଲାହ ଏହି ଆତ୍ମଘାତୀ ଆକ୍ରମଣ ଇସଲାମିକ ଷ୍ଟେଟ (ଆଇଏସ) ଦ୍ୱାରା କରାଯାଇଛି ବୋଲି କହିଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ଛୋଟ ପିଲା ରହିଥିବା ବେଳେ ଆହତଙ୍କ ମଧ୍ୟରେ ଅନେକ ପୁଲିସ କର୍ମୀ ଏବଂ ତିନି ଜଣ ଛୋଟ ପିଲା ରହିଛନ୍ତି।
ସୂଚନାଯୋଗ୍ୟ, ଗତ କିଛି ସପ୍ତାହ ଧରି ଆଫଗାନିସ୍ତାନର ସୁରକ୍ଷାକର୍ମୀଙ୍କ ଉପରେ ଆତଙ୍କବାଦୀମାନେ ବାରମ୍ୱାର ଆକ୍ରମଣ କରୁଛନ୍ତି। ଏଯାଏ ଇସଲାମିକ ଷ୍ଟେଟ ଏହି ଆତଙ୍କବାଦୀ ଆକ୍ରମଣ ପାଇଁ ନିଜକୁ ଦାୟୀ କରି ନାହିଁ। ହେଲେ ବିସ୍ଫୋରଣ ସ୍ଥଳଟି ତାଲିବାନ ଓ ଇସଲାମିକ ଷ୍ଟେଟ ସଂଗଠନଙ୍କ ଗଡ଼ ବୋଲି ଜଣାପଡ଼ିଛି। ପୂର୍ବରୁ ଅନେକ ଥର ପୁଲିସ ଓ ସୁରକ୍ଷାକର୍ମୀଙ୍କ ଉପରେ ଇସଲାମିକ ଷ୍ଟେଟ ଆକ୍ରମଣ କରିଥିବାର ପ୍ରମାଣ ମିଳିଥିବାରୁ ଏହି ଆତ୍ମଘାତୀ ବିସ୍ଫୋରଣ ପଛରେ ମଧ୍ୟ ଇସଲାମିକ ଷ୍ଟେଟର ହାତ ରହିଛି ବୋଲି ସ୍ଥାନୀୟ ସରକାର କହିଛନ୍ତି।
ନିକଟରେ ଆଫଗାନିସ୍ତାନରେ ଶାନ୍ତି ଫେରାଇ ଆଣିବା ପାଇଁ ବନ୍ଦୀ ଥିବା ୪୦୦ରୁ ଅଧିକ ତାଲିବାନୀଙ୍କୁ ମୁକ୍ତ କରାଯିବ ବୋଲି ଆଫଗାନିସ୍ତାନ ସରକାର ନିଷ୍ପତ୍ତି ନେଇଥିଲେ।

 



from Odisha Reporter http://bit.ly/2FbWfTI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages