ଓଡ଼ିଆ ପାଇଲଟ୍‌ ନିଖୋଜ ନେଇ ରାଜନାଥଙ୍କୁ ଚିଠି ଲେଖିଲେ ପ୍ରମିଳା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, June 8, 2019

ଓଡ଼ିଆ ପାଇଲଟ୍‌ ନିଖୋଜ ନେଇ ରାଜନାଥଙ୍କୁ ଚିଠି ଲେଖିଲେ ପ୍ରମିଳା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାୟୁସେନାର ନିଖୋଜ ବିମାନ AN-32ରେ ଥିବା ଓଡ଼ିଆ ପାଇଲଟ୍‌ ସୁନୀତ ମହାନ୍ତିଙ୍କୁ ଉଦ୍ଧାର କରିବାକୁ ଆସିକା ସାଂସଦ ପ୍ରମିଳା ବିଷୋୟୀ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଚିଠି ଲେଖିଛନ୍ତି।

ସେ ଚିଠିରେ ଲେଖିଛନ୍ତି ଯେ, ସୁମିତ ତାଙ୍କ ନିର୍ବାଚନମଣ୍ଡଳୀର ପୁଅ। ସେ ନିଖୋଜ ହେବା ଘଟଣା ଜାଣିବା ପରେ ତାଙ୍କ ବାପାମାଆ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ଏଣୁ ସୁମିତଙ୍କୁ ଉଦ୍ଧାର କରିବାକୁ ଅନୁରୋଧ।

ଓଡ଼ିଆ ପାଇଲଟ୍‌ ସୁନୀତ ମହାନ୍ତିଙ୍କ ଘର ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗରର ବଲିଆପଲ୍ଲୀରେ। ସେ ଆସାମ ଜୋରହାଟ୍‌ରେ କାର୍ଯ୍ୟରତ ଥିଲେ। ଗତ ତିନି ତାରିଖରେ AN-32 ବିମାନ ୧୩ ଜଣଙ୍କୁ ନେଇ ଆସାମର ଜୋରହାଟରୁ ଉଡ଼ାଣ ଆରମ୍ଭ କରିଥିଲା। ଅରୁଣାଚଳର ମେନଚୁକା ଏୟାର ଫିଲ୍ଡରେ ଅବତରଣ କରିବା ପୂର୍ବରୁ ଏହା ନିଖୋଜ ହୋଇଯାଇଥିଲା।

ଅନ୍ୟପକ୍ଷରେ ଗତକାଲି ବାୟୁସେନା ମୁଖ୍ୟ ବିଏସ ଧନଓ୍ୱା ସର୍ଚ୍ଚ ଅପରେସନର ସମୀକ୍ଷା କରିଛନ୍ତି। ଜୋରହାଟ୍ ଯାଇ ସେ ରେସ୍କୁ ଅପରେସନ୍ ସମ୍ପର୍କରେ ସମୀକ୍ଷା କରିଛନ୍ତି। ଏହି ବିମାନକୁ ଠାବ କରିବା ଲାଗି ଏବେ ବାୟୁସେନା ଓ ସ୍ଥଳ ସେନା ପକ୍ଷରୁ ସର୍ଚ୍ଚ ଅପରେସନ୍ ଚାଲିଥିବା ବେଳେ ସାଟେଲାଇଟର ବି ସାହାଯ୍ୟ ନିଆଯାଉଛି।



from Odisha Reporter http://bit.ly/2WzWHpx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages