ହାତୁଡ଼ିରେ ପିଟିଲେ ମଧ୍ୟ ଅଣ୍ଡା ଫାଟୁନାହିଁ, ଖାଦ୍ୟ ପାଇଁ ସଂଘର୍ଷ କରୁଛନ୍ତି ଦେଶର ଯବାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, June 8, 2019

ହାତୁଡ଼ିରେ ପିଟିଲେ ମଧ୍ୟ ଅଣ୍ଡା ଫାଟୁନାହିଁ, ଖାଦ୍ୟ ପାଇଁ ସଂଘର୍ଷ କରୁଛନ୍ତି ଦେଶର ଯବାନ

ନୂଆଦିଲ୍ଲୀ: ଦେଶର ସୁରକ୍ଷା ପାଇଁ ବରଫାବୃତ୍ତ ପାହାଡ଼ରେ ମୁତୟନ ଥିବା ଦେଶର ଯବାନମାନେ ଏବେ ଖାଇବା ପାଇଁ ସଂଘର୍ଷ କରୁଛନ୍ତି। ଏମିତି ନୁହେଁ ଯେ, ସେମାନଙ୍କ ପାଖରେ ଖାଦ୍ୟ ପଦାର୍ଥ ନାହିଁ। କିନ୍ତୁ ଅତ୍ୟଧିକ ଥଣ୍ଡା ଯୋଗୁ ସେମାନେ ସେସବୁ ଖାଦ୍ୟ ଜିନିଷକୁ ଖାଇ ପାରୁ ନାହାନ୍ତି। ଅବସ୍ଥା ଏମିତି ଯେ ଅଣ୍ଡାକୁ ହାତୁଡ଼ିରେ ପିଟିଲେ ବି ଫାଟୁ ନାହିଁ। ଏ ନେଇ ଏକ ଭିଡିଓ ସୋଶାଲ୍ ମିଡିଆରେ ଭାଇରାଲ୍ ହେଉଛି। ଇଣ୍ଡିଆନ୍‌ ମିଲିଟାରି ଏକାଡେମୀ, ଡେରାଡୁନ୍‌ ନାଁରେ ସୋଶାଲ୍‌ ମିଡିଆରେ ଏହି ଭିଡିଓଟି ପୋଷ୍ଟ୍ ହୋଇଛି।

ଏହି ବରଫାବୃତ୍ତ ଅଞ୍ଚଳଟି ସିଆଚେନ ବୋଲି ଜଣାପଡ଼ିଛି, ଯାହା ସମୁଦ୍ରପତନ ଠାରୁ୨୦ ହଜାର ଫୁଟ୍ ଉଚ୍ଚରେ ରହିଛି। ଭିଡିଓଟିରେ ତିନି ଜଣ ଯବାନ ଅଛନ୍ତି। ସେମାନଙ୍କ ସମ୍ମୁଖରେ ଏକ ଟେବୁଲ୍‌ରେ କିଛି ଖାଦ୍ୟ ପଦାର୍ଥ ରହିଛି। ଏଥିରେ ଜଣେ ଯବାନ ଏକ ଜୁସ୍ ପ୍ୟାକେଟ୍‌ ଖୋଲୁଛନ୍ତି। ଜୁସ୍‌ ପୂରା ବରଫ ପାଲଟି ଯାଇଛି, ଯାହାକୁ ହାତୁଡ଼ିରେ ପିଟିଲେ ମଧ୍ୟ ତାହା ଭାଙ୍ଗୁ ନାହିଁ। ସେହିପରି ସେମାନେ ଅଣ୍ଡାକୁ ହାତୁଡ଼ିରେ ପିଟୁଥିବା ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି। ଆଳୁ, ଟମାଟୋ ଆଦିକୁ ସେମାନେ ହାତୁଡ଼ିରେ ପିଟି ଫଟାଇବାକୁ ଚେଷ୍ଟା କରୁଛନ୍ତି।

ଭିଡିଓଟିରେ ଜଣେ ଯବାନ ଦେଇଥିବା ସୂଚନାରୁ ଜଣାପଡ଼ିଛି ଯେ, ଏବେ ସେଠାରେ ତାପମାତ୍ରା ମାଇନସ୍‌ ୭୦ ଡିଗ୍ରୀ ସେଲସିୟସ ରହିଛି।

#Life_in_siachen !!See the condition of the eatables of troops stationed in siachen glacier , juice turns out to be a brick , frozen egg ,potatoes , tomatoes etc.., with this they have to survive there in siachen for 3 months. This is where they serve , where the temperature can go down from -40 to -70 degree Celsius.May God be with them, protect them and bless them !!#Mavericks (IMA with love)

Indian Military Academy, Dehradun यांनी वर पोस्ट केले शनिवार, ८ जून, २०१९



from Odisha Reporter http://bit.ly/2XHeZ4N

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages