ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରର ଶିଶୁ ଭବନ ଛକରେ ଗତକାଲି ରାତିରେ ଏକ କାର ଦୁର୍ଘଟଣାଗ୍ରସ୍ତ ହୋଇଛି। କାର୍ଟି ରାସ୍ତାରେ ଥିବା ଡିଭାଇଡର୍ରେ ପିଟି ହୋଇ ଓଲଟି ପଡ଼ିଥିଲା।
ଦୁର୍ଘଟଣାଗ୍ରସ୍ତ କାର୍ ଭିତରେ ଡ୍ରାଇଭର ଚାପି ହୋଇ ରହିଯାଇଥିଲେ। ସେତେବେଳେ ସେହି ବାଟ ଦେଇ ଯାଉଥିବା ଲୋକମାନେ ତାଙ୍କୁ କାର୍ ଭିତରୁ ବାହାର କରିଥିଲେ।
ସୌଭାଗ୍ୟବଶତଃ ସେ ବଞ୍ଚି ଯାଇଥିଲେ। ଅବଶ୍ୟ ସେ ଆହତ ହୋଇଛନ୍ତି।
ରାତି ପ୍ରାୟ ୧୧ଟା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଦ୍ରୁତଗତି ଯୋଗୁ ଡ୍ରାଇଭର କାର ଉପରୁ ଭାରସାମ୍ୟ ହରାଇଥିଲେ ଓ ତାହା ଡିଭାଇଡର୍ରେ ପିଟି ହୋଇ ଓଲଟି ପଡ଼ିଥିଲା ବୋଲି ଜଣାପଡ଼ିଛି।
ସୂଚନାଯୋଗ୍ୟ, ନିକଟରେ ଭୁବନେଶ୍ୱରରେ ଟ୍ରକ୍ ଚାପି ଦେବାରୁ ଦୁଇ ଜଣ ଯୁକ୍ତ ଦୁଇ ଛାତ୍ରଙ୍କ ମୃତ୍ୟୁ ଘଟିଥିଲା। ନୟାପଲ୍ଲୀ ଓଭରବ୍ରିଜ୍ରେ ଏହି ଦୁର୍ଘଟଣା ଘଟିଥିଲା। ସେହିପରି ଆଚାର୍ଯ୍ୟ ବିହାର ଓଭର ବ୍ରିଜ୍ରୁ ଏକ ବାଇକ୍ ତଳେ ପଡ଼ିଯିବାରୁ ବାପପୁଅଙ୍କ ମୃତ୍ୟୁ ଘଟିଥିଲା।
from Odisha Reporter http://bit.ly/2WKBDN4
No comments:
Post a Comment