ଝାରସୁଗୁଡ଼ା (ଭାଗିରଥୀ ସାହୁ): ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ସ୍ଥିତ କାଳୀନଗର ଠାରେ ପୂର୍ବତନ କାଉନସେଲରଙ୍କ ସ୍ୱାମୀ ସଞ୍ଜୟ ଗୁପ୍ତା ଓରଫ ଗୁଡୁଙ୍କ ଉପରକୁ ଗୁଳିମାଡ଼ ହୋଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।
ଆଜି ସକାଳେ ସଞ୍ଜୟ ମର୍ଣ୍ଣିଂ ୱାକ୍ରୁ ଫେରିବା ବେଳେ ତାଙ୍କ ଉପରକୁ ଗୁଳିମାଡ଼ ହୋଇଥିଲା। ସେ ଘର ପାଖରେ ପହଞ୍ଚି ଯାଇଥିବା ବେଳେ ଦୁଇଜଣ ଦୁର୍ବୃତ୍ତ ତାଙ୍କୁ ଗୁଳି ଚଳାଇ ଫେରାର୍ ହୋଇ ଯାଇଥିଲେ। ଓରିଏଣ୍ଟ ପୁଲିସ୍ ଘଟଣାର ତଦନ୍ତ କରୁଛି।
ଏନେଇ ଓରିଏଣ୍ଟ ଥାନା ଆଇଆଇସି କହିଛନ୍ତି,“ଆଜି ସକାଳ ପ୍ରାୟ ସାଢ଼େ ସାତରୁ଼ ଆଠଟା ମଧ୍ୟରେ ସଞ୍ଜୟ ଗୁପ୍ତାଙ୍କୁ ଉପରକୁ ଦୁଇ ରାଉଣ୍ଡ ଗୁଳିମାଡ଼ କରି ଦୁଇ ଦୁର୍ବୃତ୍ତ ଫେରାର୍ ହୋଇଯାଇଛନ୍ତି। ଏନେଇ ଏତଲା ହୋଇନାହିଁ। ତେବେ ଆମେ ଘଟଣାର ତଦନ୍ତ କରୁଛୁ।”
from Odisha Reporter http://bit.ly/2IuQUYu
No comments:
Post a Comment