ବସନ୍ତଙ୍କୁ ଗୁଳି କରି ହତ୍ୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, June 9, 2019

ବସନ୍ତଙ୍କୁ ଗୁଳି କରି ହତ୍ୟା

ବରଗଡ଼(ଦୀପକ ଶର୍ମା): ବରଗଡ଼ ସହରର ଉପକଣ୍ଠରେ ଥିବା ଜମୁର୍ଡା ଗାଁରେ ଜଣେ ବ୍ୟକ୍ତିଙ୍କୁ  ଗୁଳି ମାରି ହତ୍ୟା କରାଯାଇଛି। ତାଙ୍କ ନାଁ ବସନ୍ତ ପ୍ରଧାନ(୫୦)।

ବସନ୍ତଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବୁର୍ଲା ବଡ଼ ମେଡିକାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଡାକ୍ତରଖାନା ନେବା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ବରଗଡ଼ ପୁଲିସ୍‌ ଜମୁର୍ଡା ଗାଁକୁ ଯାଇ ତଦନ୍ତ ଆରମ୍ଭ କରିଛି।

ଗତକାଲି ରାତିରେ ବସନ୍ତ  ଛାତ ଉପରେ ଏକୁଟିଆ ଶୋଇଥିଲେ। ଏହି ମସୟରେ ତିନି ଜଣ ଦୁର୍ବୃତ୍ତ ଡକାୟତ କରିବା ଉଦ୍ଦେଶ୍ୟରେ ଆସି  ତାଙ୍କ ଉପରକୁ ଗୁଳିମାଡ଼ କରିଥିବା ପ୍ରାଥମିକ ତଦନ୍ତରୁ ପୁଲିସ୍ ସନ୍ଦେହ କରୁଛି। ଏଥିସହ ଘଟଣାସ୍ଥଳରୁ ପୁଲିସ୍‌ ଏକ ଜୀବନ୍ତ ଗୁଳି ଜବତ କରିଛି। ମୃତ ବସନ୍ତ ଛତୁଆ ବେପାର କରୁଥିଲେ ବୋଲି ଜଣାପଡ଼ିଛି।



from Odisha Reporter http://bit.ly/2WwDCQg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages