ରାତି ଅଧରେ ରୋଷେଇ ଘରକୁ ପଶି ଆସିଲା କୁମ୍ଭୀର, ଆଉ ତା ପରେ.. - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, June 3, 2019

ରାତି ଅଧରେ ରୋଷେଇ ଘରକୁ ପଶି ଆସିଲା କୁମ୍ଭୀର, ଆଉ ତା ପରେ..

ଫ୍ଲୋରିଡା: ଯଦି ଆପଣ ରାତିରେ ପାଣି ପାଇଁ ରୋଷେଇ ଘରକୁ ଯାଆନ୍ତି, ଆଉ ଗୋଟେ ୧୧ ଫୁଟ୍‌ର କୁମ୍ଭୀର ଆପଣଙ୍କ ନଜରରେ ପଡ଼େ ତାହାଲେ ଆପଣ କ’ଣ କରିବେ। ଏଠାରେ ଆପଣ ଡରିଯିବେ ନିଶ୍ଚୟ। ଏପରି ସିନ୍‌ କେବଳ ଫିଲ୍ମରେ ହୋଇପାରେ, ବାସ୍ତବରେ ନୁହେଁ ବୋଲି ଆପଣଙ୍କ ବିଶ୍ୱାସ ହେବ। କିନ୍ତୁ ଏହି ଘଟଣାଟି ସତରେ ଜଣଙ୍କ ଘରେ ଘଟିଛି।

ସୂଚନା ଅନୁସାରେ, ଏହି ଘଟଣାଟି ଫ୍ଲୋରିଡାର କ୍ଲିୟର୍‌ୱାଟର୍‌ ନାମକ ସହରର। ଘରେ ରହୁଥିବା ମହିଳା Mary Wischhusen ଙ୍କ କହିବା ଅନୁସାରେ, ପ୍ରଥମେ ତାଙ୍କୁ ରୋଷେଇ ଘରେ କିଛି ଅଜବ ଶବ୍ଦ  ଶୁଭାଗଲା।  ତାଙ୍କୁ ଲାଗିଲା ଯେ, କିଛି ଜିନିଷ ତଳେ ପଡ଼ିଯାଇଛି। ଯେତେବେଳେ ସେ ରୋଷେଇ ଘରକୁ ଗଲେ ସେଠାରେ କୁମ୍ଭୀର ଦେଖି  ନିଜକୁ ସେ ବିଶ୍ୱାସ କରିପାରିଲେ ନାହିଁ। ବହୁତ ଡରି ଯାଇ ସେ ପୁଲିସ୍‌କୁ ଫୋନ୍‌ କରିଥିଲେ। ଏହା ପରେ ପୁଲିସ୍‌ ଆସି କୁମ୍ଭୀରୁକୁ ଉଦ୍ଧାର କରିଥିଲା। କୁମ୍ଭୀରଟି ରୋଷେଇ ଘରେ ରହିଥିବା ସବୁ ୱାଇନ୍‌ ବୋତଲ୍‌କୁ ଭାଙ୍ଗି ଦେଇଥିଲା।

କୁମ୍ଭୀରର ଫଟୋ ସୋଶାଲ୍‌ ମିଡିଆରେ ଛାଡ଼ିବା ପରେ ତାହା ଭାଇରାଲ୍‌ ହେବାରେ ଲାଗିଛି। କ୍ଲିୟର୍‌ୱାଟର୍‌ ପୁଲିସ୍‌ ବିଭାଗ ଏହି ଫଟୋ ସବୁ ତାଙ୍କ ଟ୍ୱିଟର୍‌ ପେଜ୍‌ରେ ଶେଆର୍‌ କରିଛନ୍ତି।



from Odisha Reporter http://bit.ly/2ZbtOwJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages