ଲୋକସଭା ବାଚସ୍ପତି ରେସରେ ଜୁଏଲ ଓରାମ, ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, June 3, 2019

ଲୋକସଭା ବାଚସ୍ପତି ରେସରେ ଜୁଏଲ ଓରାମ, ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦି ନିଜ ମନ୍ତ୍ରିମଣ୍ଡଳ ଗଠନ କରି ସାରିଛନ୍ତି। ଏବେ କିଏ ହେବେ ଲୋକସଭାର ଅଧ୍ୟକ୍ଷ ତା’କୁ ନେଇ ଆରମ୍ଭ ହୋଇଛି କଳ୍ପନା ଜଳ୍ପନା। ମନ୍ତ୍ରିମଣ୍ଡଳରୁ ବାଦ ପଡ଼ିଥିବା ଦଳର ବରିଷ୍ଠ ସାଂସଦଙ୍କ ମଧ୍ୟରୁ କେହି ଜଣେ ଲୋକସଭାର ବାଚସ୍ପତି ହେବେ ବୋଲି ଜଣାପଡ଼ିଛି। ଲୋକସଭା ନିର୍ବାଚନରେ ବିଜେପି ସଂଖ୍ୟା ଗରିଷ୍ଠତା ଲାଭ କରିଥିବାରୁ ବାଚସ୍ପତି ପଦ ବିଜେପି ହାତେଇବା ଏକ ପ୍ରକାର ନିଶ୍ଚିତ।

ଏବେ କିନ୍ତୁ ବିଜେପିରୁ କେଉଁ ନେତା ହେବେ ଲୋକସଭାର ବାଚସ୍ପତି ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏହି ରେସରେ ଏବେ ସୁନ୍ଦରଗଡ ଲୋକସଭା ଆସନରୁ ନିର୍ବାଚିତ ବିଜେପି ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ସାମିଲ ହୋଇଛନ୍ତି। ଜାତୀୟ ଗଣମାଧ୍ୟମରେ ଆଜି ଏନେଇ ଖବର ପ୍ରକାଶ ପାଇଛି।

ଚଳିତଥର ବିଜେପିର ଏହି ଆଦିବାସୀ ନେତା ମନ୍ତ୍ରିମଣ୍ଡଳରୁ ବାଦ ପଡ଼ିଛନ୍ତି। ଓଡ଼ିଶାରେ ୨୦୧୪ ତୁଳନାରେ ଏଥର ଅଧିକ ୭ଟି ଆସନ ବିଜେପି ଜିତିଛି। ଗତଥର ଧର୍ମେନ୍ଦ୍ର ଓ ଜୁଏଲ ମନ୍ତ୍ରୀ ହୋଇଥିଲେ। ଚଳିତଥର ଧର୍ମେନ୍ଦ୍ର ଓ ପ୍ରତାପ ଷଡ଼ଙ୍ଗୀ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଛନ୍ତି। ଚଳିତଥର ବିଜେପି ଅଧିକ ଆସନ ଜିତିଥିବାରୁ ପୁରସ୍କାର ସଦୃଶ ଜୁଏଲ ଓରାମଙ୍କୁ ବାଚସ୍ପତି ପଦବୀ ମିଳିପାରେ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି।

ଗତଥର କ୍ୟାବିନେଟ ପାହ୍ୟା ସହିତ ଆଦିବାସୀ ବ୍ୟାପାର ମନ୍ତ୍ରୀ ଥିଲେ ଜୁଏଲ। ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ମଧ୍ୟ ସମାନ ବିଭାଗର ମନ୍ତ୍ରୀ ଥିଲେ ଜୁଏଲ।ଜୁଏଲଙ୍କ ସହିତ ୟୁପିର ସୁଲତାନପୁର ଆସନରୁ ନିର୍ବାଚିତ ହୋଇଥିବା ପ୍ରଥମ ମହିଳା ସାଂସଦ ତଥା ପୂର୍ବତନ ମହିଳା ବିକାଶ ମନ୍ତ୍ରୀ ମାନେକା ଗାନ୍ଧି, ପୂର୍ବତନ କୃଷିମନ୍ତ୍ରୀ ରାଧାମୋହନ ସିଂହ ଏବଂ ଵୀରେନ୍ଦ୍ର କୁମାର ମଧ୍ୟ ଲୋକସଭାର ବାଚସ୍ପତି ପଦବୀ ରେସରେ ଅଛନ୍ତି।



from Odisha Reporter http://bit.ly/2EQLUw5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages