ମଣ୍ଡିରୁ ଉଠୁନି ଧାନ: ରାସ୍ତାକୁ ଓହ୍ଲାଇଲେ ଚାଷୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, June 10, 2019

ମଣ୍ଡିରୁ ଉଠୁନି ଧାନ: ରାସ୍ତାକୁ ଓହ୍ଲାଇଲେ ଚାଷୀ

ଧର୍ମଗଡ଼(ଇଙ୍ଗିତ ପଣ୍ଡା): କଳାହାଣ୍ଡି  ଜିଲ୍ଲା କଲମପୁର ମଣ୍ଡିରୁ ଧାନ ଉଠିବାରେ ବିଳମ୍ୱ ଯୋଗୁ ଅତିଷ୍ଠ ହୋଇ ଚାଷୀ ରାସ୍ତାକୁ ଓହ୍ଲାଇଛନ୍ତି। କଲମପୁର ତହସିଲ ଅଫିସ୍‌ ସମ୍ମୁଖରେ ଧାନ ବୋଝେଇ ଟ୍ରାକ୍ଟର ରଖି ଚାଷୀ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଫଳରେ ଜୁନାଗଡ଼-କଲମପୁର ମଧ୍ୟରେ ଯାତାୟତ ଠପ୍‌ ହୋଇଯାଇଛି।

ଚଳିତବର୍ଷ ବିଳମ୍ୱରେ ଧାନମଣ୍ଡି ଖୋଲିଛି। ମଣ୍ଡିରେ ଦିନ ଦିନ ଧରି ବିକ୍ରି ପାଇଁ ଆସିଥିବା ଧାନ ପଡ଼ି ରହୁଥିବା ଚାଷୀ ଅଭିଯୋଗ କରିଛନ୍ତି। ବର୍ଷା ଡର ପୁଣି ଫସଲ ହାନୀ ହେବା ଆଶଙ୍କା ସେମାନଙ୍କୁ ଘାରିଛି।

ଏନେଇ ଜଣେ ଚାଷୀ କହିଛନ୍ତି,“ କଲମପୁର ମଣ୍ଡିରୁ ଧାନ ଉଠୁନାହିଁ। ୧୦ ହଜାର କ୍ୱିଣ୍ଟାଲ ଧାନ ମଣ୍ଡିରେ ପଡି ରହିଛି। ଯଦି ତୁରନ୍ତ ଆମ ଧାନ ଉଠା ନଯାଏ, ତାହେଲେ ଆମେ ଏହି ବିକ୍ଷୋଭ ଜାରି ରଖିବୁ।”

 



from Odisha Reporter http://bit.ly/2F2vf90

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages