ନୂଆଦିଲ୍ଲୀ: ଆଉ ମାତ୍ର କିଛି ଘଣ୍ଟା ପରେ ଭାରତ ଓ ୱେଷ୍ଟଇଣ୍ଡିଜ୍ ବିଶ୍ୱକପ୍ରେ ମୁହାଁମୁହିଁ ହେବେ। ୱେଷ୍ଟଇଣ୍ଡିଜ୍ ବିଶ୍ୱକପ୍ ସେମିଫାଇନାଲ୍ ଦୌଡ଼ୁରୁ ବାଦ୍ ପଡ଼ିଥିବା ବେଳେ ଟିମ୍ ଇଣ୍ଡିଆ ଏହି ମ୍ୟାଚ୍କୁ ଜିତି ସେମିଫାଇନାଲ୍ରେ ନିଜର ସ୍ଥାନ ସୁରକ୍ଷିତ କରିବାକୁ ଚେଷ୍ଟା କରିବ। ତେବେ ଏହି ମ୍ୟାଚ୍ରେ ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ୍ କୋହଲିଙ୍କ ପାଖରେ ଆଉ ଏକ ରେକର୍ଡ କରିବାର ସୁଯୋଗ ରହିଛି।
ସେ କିମ୍ବଦନ୍ତୀ କ୍ରିକେଟର ସଚିନ୍ ତେନ୍ଦୁଲକର ଓ ବ୍ରାଏନ ଲାରାଙ୍କ ବିଶ୍ୱ ରେକର୍ଡ ଠାରୁ ମାତ୍ର ୩୭ ରନ୍ ଦୂରରେ ରହିଛନ୍ତି। ଯଦି ବିରାଟ୍ ଆଜି ୩୭ ରନ୍ କରି ନିଅନ୍ତି, ତା’ହେଲେ ବିଶ୍ୱର ଦ୍ରୁତତମ ବ୍ୟାଟସ୍ମ୍ୟାନ୍ ଭାବେ ଅନ୍ତର୍ଜାତୀୟ କ୍ରିକେଟରେ ୨୦ ହଜାର ରନ୍ ହାସଲ କରିବେ। ବର୍ତ୍ତମାନ କୋହଲି ଅନ୍ତର୍ଜାତୀୟ କ୍ରିକେଟରେ ୧୯,୬୬୩ ରନ୍ କରିଛନ୍ତି।
ଆଉ ୩୭ ରନ୍ ଯୋଡ଼ିଲେ ବିଶ୍ୱର ୧୨ତମ ଓ ତୃତୀୟ ଭାରତୀୟ ଭାବେ ୨୦ ହଜାର ରନ୍ କ୍ଲବରେ ସାମିଲ ହେବେ। କୋହଲିଙ୍କ ପୂର୍ବରୁ ଅନ୍ତର୍ଜାତୀୟ କ୍ରିକେଟ୍ରେ ସଚିନ୍ ତେନ୍ଦୁଲକର ୩୪,୩୫୭ ଓ ରାହୁଲ ଡ୍ରାଭିଡ୍ ୨୪,୨୦୮ ରନ୍ କରିଛନ୍ତି। ବିରାଟ୍ ଦିନିକିଆରେ ୧୧,୦୮୭, ଟେଷ୍ଟରେ ୬୬୧୩ ଓ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ରେ ୨୨୬୩ ରନ୍ କରିଛନ୍ତି।
ଆଜି ବିରାଟ୍ ୨୦ ହଜାର ରନ୍ ପୂରଣ କଲେ ସଚିନ ଓ ଲାରାଙ୍କ ରେକର୍ଡ ଭାଙ୍ଗିବେ। ଉଭୟ ଲାରା ଓ ସଚିନ ୪୫୩ଟି ଇନିଂସରେ ଅନ୍ତର୍ଜାତୀୟ କ୍ରିକେଟରେ ୨୦ ହଜାର ରନ୍ ପୂରଣ କରିଥିଲେ। କୋହଲି ବର୍ତ୍ତମାନ ସୁଦ୍ଧା ୪୧୩ଟି ଇନିଂସ୍ ଖେଳିଛନ୍ତି।
from Odisha Reporter https://ift.tt/2xhJAdj
No comments:
Post a Comment