ମୃତ୍ୟୁ ସହ ସଂଘର୍ଷ କରୁଛି ମହାପ୍ରୟାଣ ଗାଡ଼ି! ସରକାର ବୁଝୁନାହାନ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, June 26, 2019

ମୃତ୍ୟୁ ସହ ସଂଘର୍ଷ କରୁଛି ମହାପ୍ରୟାଣ ଗାଡ଼ି! ସରକାର ବୁଝୁନାହାନ୍ତି

କଟକ(ଓଡ଼ିଶା ରିପୋର୍ଟର): ଦାନମାଝି ଘଟଣା ପରେ ରାଜ୍ୟ ସରକାର ଆରମ୍ଭ କରିଥିଲେ ମହାପ୍ରୟାଣ ଯୋଜନା। ଗରିବ ଲୋକମାନଙ୍କ ମୃତ୍ୟୁ ହେଲେ ମାଗଣାରେ ମୃତଦେହ ନେବା ପାଇଁ ୩ ବର୍ଷ ତଳେ ଆରମ୍ଭ ହୋଇଥିବା ଏହି ଯୋଜନାର ଥିଲା ମୁଖ୍ୟ ଲକ୍ଷ୍ୟ। ତେବେ କଟକ ଜିଲ୍ଲାରେ ଏହି ଯୋଜନା ଫେଲ ମାରିଛି। ଲକ୍ଷ ଲକ୍ଷ ଟଙ୍କାର ମହାପ୍ରୟାଣ ଗାଡ଼ି ଏବେ ଖତ ଖାଉଛି।

କଟକ ବଡ଼ ମେଡ଼ିକାଲର ରକ୍ତ ଭଣ୍ଡାର ଆଗରେ ଦୁଇଟି ମହାପ୍ରୟାଣ ଗାଡ଼ି ଖରାପ ହୋଇ ପଡ଼ିରହିଛି। ଗାଡ଼ିର ଅବସ୍ଥାକୁ ଦେଖିଲେ ସହଜରେ ଅନୁମାନ କରିହେଉଛି କିପରି ଚାଲିଛି ଯୋଜନା। ଦୀର୍ଘ ଦିନ ଧରି ଗାଡ଼ି ପଡ଼ିରହିବା ଫଳରେ ଗରିବ ଲୋକେ ମୃତଦେହ ନେବା ପାଇଁ ଘରୋଇ ଆମ୍ବୁଲାନ୍ସ ଉପରେ ନିର୍ଭର କରିବାକୁ ବାଧ୍ୟ ହେଉଛନ୍ତି । କଟକ ବଡ଼ ମେଡ଼ିକାଲରେ ପ୍ରତିଦିନ ୫୦ରୁ ଊର୍ଦ୍ଧ ରୋଗୀଙ୍କ ମୃତ୍ୟୁ ହେଉଥିବା ବେଳେ ମୃତଦେହ ନେବା ପାଇଁ ଅଡ଼ୁଆରେ ପଡ଼ୁଛନ୍ତି ପରିବାର ଲୋକେ।

ମହାପ୍ରୟାଣ ଗାଡ଼ିର ଠିକ ରକ୍ଷଣାବେକ୍ଷଣ କରାଯାଉନଥିବା ସହ ଠିକ ସମୟରେ ଦରମା ମଧ୍ୟ ମିଳୁନଥିବା ଅଭିଯୋଗ କରିଛନ୍ତି ଗାଡ଼ିର ଡ୍ରାଇଭର। ଏବେ କିଲୋମିଟର ପିଛା ଭଡା ଦର ରହିଛି ୧୦ଟଙ୍କା । ତେବେ କେବଳ କଟକ ବଡ଼ ମେଡ଼ିକାଲ ନୁହେଁ ଅନ୍ୟସ୍ଥାନରେ ଥିବା ମହାପ୍ରୟାଣ ଗାଡ଼ିର ଅବସ୍ଥା ଆହୁରି ସଂଗୀନ। କଟକ ଶିଶୁଭବନ ଓ କଟକ ସିଟି ସସପିଟାଲରେ ମହାପ୍ରୟାଣ ଗାଡ଼ି ଆସିବା ଦିନ ଠାରୁ ପଡ଼ି ପଡ଼ି ଖତ ଖାଉଛି। କଟକ ଜିଲ୍ଲାର ମୋଟ ୫ଟି ମହପ୍ରୟାଣଗାଡ଼ିରୁ କେବଳ କ୍ୟାନସର ହସପିଟାଲକୁ ଛାଡ଼ିଦେଲେ ୪ଟି ଯାକ ଗାଡ଼ି ଅଚଳ। ସେପଟେ କଟକ ଜିଲ୍ଲା ଜରୁରୀକାଳୀନ ଅଧିକାରୀଙ୍କୁ ଚିଠି କରାଯାଇଛି ଏବଂ ଖୁବ ଶୀଘ୍ର ଗାଡ଼ିର ମରାମତି କରାଯିବ ବୋଲି କହିଛନ୍ତି ଏସସିବି ମେଡ଼ିକାଲ ଅଧୀକ୍ଷକ।



from Odisha Reporter https://ift.tt/2FuUEIL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages