ନିଆଁରେ ପୋଡ଼ି ଝିଅ ମୃତ, ମା’ ଓ ୨ ପିଲା ଗୁରୁତର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, June 18, 2019

ନିଆଁରେ ପୋଡ଼ି ଝିଅ ମୃତ, ମା’ ଓ ୨ ପିଲା ଗୁରୁତର

ଫୁଲବାଣୀ(ତ୍ରିନାଥ ସାହୁ): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ଗେରୁପଡ଼ା ଗାଁରେ ଅଭାବନୀୟ ଘଟଣା ଘଟିଛି।
ନିଆଁରେ ପୋଡ଼ି ଝିଅର ମୃତ୍ୟୁ ଘଟିଥିବା ବେଳେ ମା’ ଓ ଅନ୍ୟ ୨ ପିଲା ଗୁରୁତର ହୋଇଛନ୍ତି। ଆହତଙ୍କ ମଧ୍ୟରେ ମା’ଙ୍କ ସହ ଗୋଟାଏ ଝିଅ ଓ ପୁଅ ଅଛନ୍ତି। ସେମାନଙ୍କୁ ଫୁଲବାଣୀ ମେଡିକାଲରେ ଭର୍ତ୍ତି କରାଯାଇଛି।

ଗତକାଲି ବିଳମ୍ବିତ ରାତିରେ ଗାଁର ଅରୁଣ ସାହୁଙ୍କ ଘରେ ନିଆଁ ଲାଗିଯାଇଥିଲା। ଏମାନେ ସମସ୍ତେ ଘରେ ଶୋଇଥିଲେ। ଘରେ ନିଆଁ ଲାଗିଯାଇଥିବା ଅରୁଣ ପ୍ରଥମେ ଜାଣିପାରିଥିଲେ। ସଙ୍ଗେସଙ୍ଗେ ନିଜ ସ୍ତ୍ରୀ ଓ ତିନି ପିଲାଙ୍କୁ ଉଦ୍ଧାର କରିଥିଲେ। ସେମାନଙ୍କୁ ଗୁରୁତର ଅବସ୍ଥାରେ ଫୁଲବାଣୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଖାନାରେ ୧୩ ବର୍ଷୀୟ ଝିଅର ମୃତ୍ୟୁ ଘଟିଥିଲା।

ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।



from Odisha Reporter http://bit.ly/2XtZ8K0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages