ଓମ୍ ବିର୍ଲା ସର୍ବସମ୍ମତି କ୍ରମେ ଲୋକସଭାର ବାଚସ୍ପତି ନିର୍ବାଚିତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, June 18, 2019

ଓମ୍ ବିର୍ଲା ସର୍ବସମ୍ମତି କ୍ରମେ ଲୋକସଭାର ବାଚସ୍ପତି ନିର୍ବାଚିତ

ନୂଆଦିଲ୍ଲୀ: ୧୭ ତମ ଲୋକସଭାର ବାଚସ୍ପତି ହେଲେ ବିଜେପି ସାଂସଦ ଓମ୍ ବିର୍ଲା। ବାଚନିକ ଭୋଟ ମାଧ୍ୟମରେ ସର୍ବସମ୍ମତି କ୍ରମେ ସେ ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି। ବାଚସ୍ପତି ଭାବେ ଓମ୍ ବିର୍ଲାଙ୍କ ନାମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂସଦରେ ପ୍ରସ୍ତାବ ରଖିଥିଲେ। ରାଜସ୍ଥାନ କୋଟା ଲୋକସଭାରୁ ଓମ୍ ବିର୍ଲା ଦ୍ଵିତୀୟ ଥର ପାଇଁ ନିର୍ବାଚିତ ହୋଇଛନ୍ତି।
୧୬ ତମ ଲୋକସଭାରେ ସୁମିତ୍ରା ମହାଜନ ବାଚସ୍ପତି ଥିଲେ। ହେଲେ ଚଳିତଥର ସେ ନିର୍ବାଚନ ଲଢ଼ି ନଥିଲେ। କୋଟା ଆସନରୁ ମୋଟ ଦୁଇ ଥର ଓମ୍ ବିର୍ଲା ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି। ଏହା ପୂର୍ବରୁ କୋଟା ଦକ୍ଷିଣ ବିଧାନସଭା ଆସନରୁ ୩ଥର ବିଧାୟକ ନିର୍ବାଚିତ ହୋଇଥିଲେ। କଂଗ୍ରେସ ପ୍ରାର୍ଥୀ ରାମନରୀନ ମୀନାଙ୍କୁ ଓମ୍ ବିର୍ଲା ଚଳିତ ନିର୍ବାଚନରେ ୨.୭୯ ଲକ୍ଷ ଭୋଟ ବ୍ୟବଧାନରେ ହରାଇଛନ୍ତି।

 



from Odisha Reporter http://bit.ly/31Rxjuq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages