ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ହାଇୱା ଗାଡ଼ି ହେଲପର ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, June 6, 2019

ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ହାଇୱା ଗାଡ଼ି ହେଲପର ମୃତ

ବାସୁଦେବପୁର(କିରିଟି ଦାସ): ଭଦ୍ରକ ଜିଲ୍ଲା ନାୟକାଣିଡିହି ଥାନା ଅନ୍ତର୍ଗତ ହାବେଳି ସାହି ଗାଁରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଣେ ହାଇୱା  ଗାଡି ହେଲପରଙ୍କ ମୃତ୍ୟୁ ଘଟିଛି। ଏଥିସହ ଗାଡ଼ିର ଡ୍ରାଇଭର ଗୁରୁତର ହୋଇଛନ୍ତି। ମୃତକଙ୍କ ନାଁ ବାପୁନ ବେହେରା। ଗୁରୁତର ଡ୍ରାଇଭର ହେଲେ ପ୍ରଦୀପ ନାୟକ। ଉଭୟଙ୍କ ଘର ସିମୁଳିଆ ଥାନା ଅଞ୍ଚଳରେ।

ଗତକାଲି ବିଳମ୍ୱିତ ରାତିରେ ହାଇୱା ଗାଡ଼ି ହାବେଳି ସାହି ଗାଁରେ ବାଲି ଅନଲୋଡ କରୁଥିବା ବେଳେ ୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିଥିଲା। ଫଳରେ ଟ୍ରକ୍‌ଟି ଚାର୍ଜ ହୋଇଯାଇଥିଲା। ଗାଡ଼ିରେ ଥିବା ହେଲପର୍‌ ଓ ଡ୍ରାଇଭରଙ୍କୁ ବିଦ୍ୟୁତ୍‌ ଝଟ୍‌କା ଲାଗିବାରୁ ଉଭୟେ ଅଚେତ ହୋଇଯାଇଥିଲେ। ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ହେଲପରଙ୍କୁ ମୃତ ଘୋଷଣା କରିଥିଲେ।

ଡ୍ରାଇଭରଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।



from Odisha Reporter http://bit.ly/2Zdte1n

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages