କ୍ୟାନସର ଆଶଙ୍କା କମାଇଥାଏ କଞ୍ଚା ପିଆଜ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, June 6, 2019

କ୍ୟାନସର ଆଶଙ୍କା କମାଇଥାଏ କଞ୍ଚା ପିଆଜ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରୋଷେଇ ସମୟରେ ଆମେ ପିଆଜ ବ୍ୟବହାର କରିଥାଉ। ଏହା ମୁଖ୍ୟ ମସଲା ଭାବେ ଆମ ରୋଷେଇ ଘରେ ସବୁବେଳେ ଥାଏ। ଏହାକୁ କଞ୍ଚା ମଧ୍ୟ ଖିଆଯାଏ। ପିଆଜ ଖାଦ୍ୟକୁ ସ୍ୱାଦିଷ୍ଟ କରିବା ସହ ଶରୀରକୁ ମଧ୍ୟ ଅନେକ ଫାଇଦା ଦେଇଥାଏ। ଏଥିରେ ଭିଟାମିନ୍‌ ସି, ଫାଇବର୍‌, କ୍ୟାଲ୍‌ସିୟମ୍‌, ଆଇରନ୍‌, ଆଣ୍ଟିଅକ୍ସିଡାଣ୍ଟ ଭଳି ବିଭିନ୍ନ ପ୍ରକାର ଭିଟାମିନ୍‌ ରହିଥାଏ।

ଏହାକୁ ପ୍ରତିଦିନ ଖାଦ୍ୟରେ ସାମିଲ୍‌ କଲେ ଆମକୁ ଅନେକ ଫାଇଦା ମିଳିଥାଏ। ତାହାଲେ ଜାଣନ୍ତୁ ଏହା ଆମ ଶରୀରର କେଉଁ ସବୁ ସମସ୍ୟା ଦୂର କରିପାରେ।

କବ୍ଜ ସମସ୍ୟା ଦୂର କରେ

ପିଆଜ ଆମ ପେଟ ପାଇଁ ବହୁତ ଭଲ ହୋଇଥାଏ। ଏହାକୁ କଞ୍ଚା ଖାଇବା ଦ୍ୱାରା କବ୍ଜ ସମସ୍ୟା ଦୂର ହୋଇଥାଏ। ଯଦି ଆପଣ ସବୁବେଳେ ଏହି ସମସ୍ୟା ସହ ଜଡ଼ିତ ତାହାଲେ ପ୍ରତିଦିନ କଞ୍ଚା ପିଆଜ ଖାଇବା ଅଭ୍ୟାସ କରନ୍ତୁ।

ଗଳା ଖରାପ ଭଲ କରିଥାଏ

ଯଦି ଥଣ୍ଡାରୁ ଆପଣଙ୍କ ଗଳା ଖରାପ ହୋଇଯାଇଥାଏ। ଆପଣ କଥା କହିଲା ବେଳେ କଷ୍ଟ ଅନୁଭବ କରୁଥାନ୍ତି ତାହାଲେ ତାଜା ପିଆଜର ରସ ପିଅନ୍ତୁ। ଏହା ଗଳା ଭଲ କରିବାରେ ସହାୟକ ହେବ। କଫ ହେଉଥିଲେ ମଧ୍ୟ ଆପଣ ପିଆଜ ବ୍ୟବହାର କରିପାରିବେ।

ରକ୍ତ ସ୍ରାବ ବନ୍ଦ କରେ

ନାକରୁ ରକ୍ତ ବାହାରୁଥିଲେ ତାଜା ପିଆଜକୁ କାଟି ଚୋବାଇ ଖାଆନ୍ତୁ। ଏହା ନାକରୁ ରକ୍ତ ପଡ଼ିବା ବନ୍ଦ କରିଦେବ।

ଡାଇବେଟିସ୍‌ ସମସ୍ୟା ଦୂର କରେ

ପିଆଜ ଶରୀରରେ ଇନ୍‌ସୁଲିସ୍‌ ତିଆରି କରିଥାଏ। ତେଣୁ ଡାଇବେଟିସ୍‌ ରୋଗୀ ଏହାକୁ ପ୍ରତିଦିନ ଖାଇ ଲାଭ ଉଠାଇ ପାରିବେ।

 ହୃଦରୋଗ ଦୂର କରେ

କଞ୍ଚା ପିଆଜ  ରକ୍ତଚାପ ନିୟନ୍ତ୍ରଣ କରିଥାଏ। ଏଥିରେ ଏମିନୋ ଏସିଡ୍‌ ଥିବାରୁ ଏହା କୋଲେଷ୍ଟରଲ୍‌କୁ ମଧ୍ୟ ନିୟନ୍ତ୍ରଣ କରିଥାଏ। ଏହାକୁ ପ୍ରତିଦିନ ଖାଇଲେ ହାର୍ଟ ସମ୍ବନ୍ଧୀୟ ରୋଗ ହେବା ଆଶଙ୍କା କମାଇଥାଏ।

ଏନିମିଆ ଠିକ୍‌ କରେ

ଏନିମିଆ ରୋଗରେ ଆକ୍ରାନ୍ତ ଥିବା ବ୍ୟକ୍ତି ଏହାକୁ ପ୍ରତିଦିନ ଖାଆନ୍ତୁ। ଏହା ଶରୀରରେ ରକ୍ତ ବଢ଼ାଇଥାଏ।

କେଶ କଳା କରିଥାଏ

କେଶ ସମସ୍ୟା ଆଜିକାଲି ସମସ୍ତଙ୍କର ରହିଥାଏ। ଏହାକୁ ପ୍ରତିଦିନ ଖାଦ୍ୟରେ ସାମିଲ୍‌ କଲେ କେଶ ଉପୁଡ଼ିବା କମ୍‌ ହେବା ସହ କେଶ କଳା ହୋଇଥାଏ।

କ୍ୟାନ୍ସର ଆଶଙ୍କା କମାଇଥାଏ

ପିଆଜ ରସ କ୍ୟାନସର କୋଷକୁ ନଷ୍ଟ କରିଥାଏ। କ୍ୟାନସର ରୋଗୀ ପିଆଜ ଖାଇବା ଆବଶ୍ୟକ। ଆପଣ ମଧ୍ୟ ଏହାକୁ ପ୍ରତିଦିନ ଖାଲେ କ୍ୟାନସର ଆଶଙ୍କା କମ ହୋଇଥାଏ।

ତ୍ୱଚା ପାଇଁ ଉପକାରୀ

ଏହା କେବଳ ଶରୀର ପାଇଁ ନୂହେଁ ତ୍ୱଚା ପାଇଁ ମଧ୍ୟ ବହୁତ ଉପକାରୀ ହୋଇଥାଏ। ଏଥିରେ ଭିଟାମିନ୍‌-ଏ, ଭିଟାମିନ୍-ସି ଏବଂ ଭିଟାମିନ୍‌-ଇ ରହିଥାଏ। ଏହି ସବୁ ଭିଟାମିନ୍‌ ଆମ ତ୍ୱଚା ପାଇଁ ବହୁତ ଉପକାରୀ ହୋଇଥାଏ।

ସଙ୍କ୍ରମଣ ହେବାକୁ ଦିଏନାହିଁ

ଯଦି ଆପଣଙ୍କର ପରିସ୍ରା କଲା ବେଳେ ପୋଡ଼ିବା ସମସ୍ୟା ଦେଖାଯାଉଛି। ଏହା ସଂକ୍ରମଣ ଜନିତ ହୋଇଥାଇପାରେ। ଏହି ସମୟରେ ଆପଣ ପିଆଜ ପାଣି ପିଇଲେ ପୋଡ଼ାଜଳା ସମସ୍ୟାରୁ ଆରାମ ମିଳିଥାଏ।

 



from Odisha Reporter http://bit.ly/2EUU7iY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages