ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଘରର କାନ୍ଥ ସୁନ୍ଦର ଦିଶିବା ପାଇଁ ଆମେ ବିଭିନ୍ନ ପ୍ରକାର ଫଟୋଚିତ୍ର ଲଗାଇଥାଉ। ଏହା ଘରକୁ ଆହୁରି ଆକର୍ଷଣୀୟ କରିଥାଏ। ଘର ବା ଅଫିସ୍ରେ ଏହାକୁ ଲଗାଇବା ଦ୍ୱାରା ମନ ଏବଂ ମସ୍ତିଷ୍କ ଉପରେ ମଧ୍ୟ ଏହା ଭଲ ପ୍ରଭାବ ପକାଇଥାଏ।
ଆପଣ ଜାଣିଛନ୍ତି କି ଏହି ପେଟିଙ୍ଗ୍ ବା ଫଟୋଚିତ୍ର ବାସ୍ତୁଶାସ୍ତ୍ର ଅନୁସାରେ ମଧ୍ୟ ଲଗାଇବା ଆବଶ୍ୟକ। ବିଭିନ୍ନ ପ୍ରକାର ଫଟୋଚିତ୍ର ଘରର ବାସ୍ତୁ ସହିତ ଜଡିତ ଥାଏ । ତାହାଲେ ଆସନ୍ତୁ ଜାଣିବା ବାସ୍ତୁ ଅନୁଯାୟୀ କେଉଁ ଫଟୋ ଚିତ୍ର ଘରେ ଲଗାଇଲେ ଶୁଭ ହୋଇଥାଏ।
ଚାକିରୀରେ ପ୍ରମୋସନ୍ ପାଇଁ ଲଗାନ୍ତୁ ଦୌଡ଼ୁଥିବା ଘୋଡ଼ା
ବାସ୍ତୁ ଅନୁସାରେ ଆପଣ ଘରେ ଦୌଡ଼ୁଥିବା ଘୋଡ଼ାର ଫଟୋଚିତ୍ର ଲଗାନ୍ତୁ। ଏହା ଘର ପାଇଁ ବହୁତ ଶୁଭ ହୋଇଥାଏ। ଏହି ଫଟୋଚିତ୍ର ବିଜୟ, ଉପଲବ୍ଧି, ସୁଖ, ଶାନ୍ତିର ପ୍ରତୀକ ହୋଇଥାଏ। ଏହାକୁ ଘରେ ଲଗାଇବା ଦ୍ୱାରା ଆପଣଙ୍କ ଚାକିରୀରେ ଉନ୍ନତି କରିବେ। ପେଙ୍ଗ୍ସୁଇ ଅନୁସାରେ ସାତଟି ଘୋଡ଼ା ଦୌଡ଼ୁଥିବା ଫଟୋ ବହୁତ ଶୁଭ ହୋଇଥାଏ।
ବ୍ୟବସାୟ ବୃଦ୍ଧି ପାଇଁ ଓଟର ଫଟୋଚିତ୍ର ଲଗାନ୍ତୁ
ପେଙ୍ଗ୍ସୁଇ ଅନୁସାରେ ଓଟର ଫଟୋଚିତ୍ର ଘର ବା ଅଫିସ୍ର ପଶ୍ଚିମ ଦିଗରେ ଲଗାଇବା ଦ୍ୱାରା ବ୍ୟବସାୟରେ ଉନ୍ନତି ହୋଇଥାଏ। ଯେଉଁ ବ୍ୟକ୍ତିମାନେ ଜୀବନରେ ଅଶାନ୍ତି ଠାରୁ ଦୂରେଇ ରହିବାକୁ ଚାହୁଁଛନ୍ତି ସେମାନେ ଏହି ଫଟୋଚିତ୍ର ଘରେ ଲଗାନ୍ତୁ। ଆପଣ ଏହାକୁ ଆପଣଙ୍କ ଘରର ଡାଇନିଂରେ ମଧ୍ୟ ଲଗାଇପାରିବେ। ଏହା ଦ୍ୱାରା ଘରେ ସକରାତ୍ମକ ପ୍ରଭାବ ପକାଇଥାଏ।
ଉଚ୍ଚା ପାହାଡ଼ ଫଟୋଚିତ୍ର ନକରାତ୍ମକ ଶକ୍ତିକୁ ଦୂର କରେ
ଉଚ୍ଚା ପାହାଡ଼ର ଫଟୋଚିତ୍ର ଘରକୁ ନକରାତ୍ମକ ଶକ୍ତିରୁ ରକ୍ଷା କରିଥାଏ। ଘରେ ଏବଂ ଅଫିସ୍ରେ ମଧ୍ୟ ଏହି ଫଟୋଚିତ୍ର ଲଗାଇ ପାରିବେ। ଘରର ଦକ୍ଷିଣ ଏବଂ ଦକ୍ଷିଣ ପଶ୍ଚିମ ଦିଗରେ ଏହି ଫଟୋଚିତ୍ର ଲଗାନ୍ତୁ। ଏହା ଆପଣଙ୍କ ଘରର ବାସ୍ତୁ ଦୋଷ ଦୂର କରିବ।
from Odisha Reporter http://bit.ly/2Y2R2Vu
No comments:
Post a Comment