୧୦ରୁ କମ୍‌ ଛାତ୍ରଛାତ୍ରୀ ଥିବାରୁ କୋରାପୁଟ ଜିଲ୍ଲାର ୯୦ ସ୍କୁଲରେ ତାଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, June 21, 2019

୧୦ରୁ କମ୍‌ ଛାତ୍ରଛାତ୍ରୀ ଥିବାରୁ କୋରାପୁଟ ଜିଲ୍ଲାର ୯୦ ସ୍କୁଲରେ ତାଲା

କୋରାପୁଟ (ଓଡ଼ିଶା ରିପୋର୍ଟର): ଦୀର୍ଘ ଦିନର ଖରାଛୁଟି ପରେ ଗତକାଲି ସାରା ରାଜ୍ୟରେ ସ୍କୁଲ ଖୋଲିଛି। ହେଲେ କୋରାପୁଟ ଜିଲ୍ଲାର ବାଲିପଦରଗୁଡ଼ା ସମେତ ୯୦ଟି ସ୍କୁଲରେ ତାଲା ପଡ଼ିଛି। ୧୦ରୁ କମ୍ ସଂଖ୍ୟକ ଛାତ୍ରଛାତ୍ରୀ ଥିବାରୁ ସେହି ସ୍କୁଲ ଗୁଡ଼ିକୁ ବନ୍ଦ କରି ଦିଆଯାଇଛି। ଏନେଇ କୋରାପୁଟ ଜିଲ୍ଲା ଶିକ୍ଷାଧିକାରୀ ପ୍ରମୋଦ କୁମାର ପଣ୍ଡା ସୂଚନା ଦେଇଛନ୍ତି।

ସେ କହିଛନ୍ତି,“ଡାୟାସ ଡାଟା ଅନୁଯାୟୀ କୋରାପୁଟ ଜିଲ୍ଲାର ୯୩ ଟି ପ୍ରାଥମିକ ବିଦ୍ୟାଳୟରେ ଅତି ନଗଣ୍ୟ ସଂଖ୍ୟକ ଛାତ୍ରଛାତ୍ରୀ ଥିବା ଜଣାପଡିଥିଲା। ସେଥିମଧ୍ୟରୁ ୯୦ ଟି ବିଦ୍ୟାଳୟରେ ୧୦ରୁ କମ୍‌ ସଂଖ୍ୟକ ପିଲା ଥିବା ଦେଖାଯାଇଥିଲା। ତେଣୁ ରାଜ୍ୟ ସରକାର ଜାରି କରିଥିବା ନିର୍ଦ୍ଦେଶନାମା ଅନୁଯାୟୀ ଏହି ୯୦ ଟି ବିଦ୍ୟାଳୟକୁ ଚଳିତ ବର୍ଷଠାରୁ ବନ୍ଦ କରି ଦିଆଯାଇଛି। ”

ବାଲିପଦରଗୁଡାର ସ୍କୁଲ ଶିକ୍ଷକ ଜୟରାମ ସୁନା କହିଛନ୍ତି,“ପାହାଡ଼ ପାଦଦେଶରେ ବାଲିପଦରଗୁଡା ଗାଁ ରହିଛି। ଏହି ଗାଁରେ ୩୦ ପରିବାର ରୁହନ୍ତି। ଗାଁରେ ଏକ ପ୍ରାଥମିକ ବିଦ୍ୟାଳୟ ଥିଲା। ରାଜ୍ୟ ସରକାର ଜାରି କରିଥିବା ନିର୍ଦ୍ଦେଶନାମା ଅନୁଯାୟୀ ବାଲିପଦରଗୁଡା ପ୍ରାଥମିକ ବିଦ୍ୟାଳୟରେ ୬ଜଣ ପିଲା ପଢୁଥିବାରୁ ଏହାକୁ ବନ୍ଦ କରି ଦିଆଯାଇଛି।”



from Odisha Reporter http://bit.ly/2WWhbEb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages