ଆପଣଙ୍କ ଅଜାଣତରେ ଛୋଟ ଛୁଆ ବ୍ୟବହାର କରୁଛି କି ବିୟୁଟି ପ୍ରଡକ୍ଟ? ହୋଇପାରନ୍ତି ବେମାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, June 26, 2019

ଆପଣଙ୍କ ଅଜାଣତରେ ଛୋଟ ଛୁଆ ବ୍ୟବହାର କରୁଛି କି ବିୟୁଟି ପ୍ରଡକ୍ଟ? ହୋଇପାରନ୍ତି ବେମାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):   ପ୍ରାୟତଃ ସମସ୍ତଙ୍କ ଘରେ ଡ୍ରେସିଂ ଟେବୁଲରେ ବିଭିନ୍ନ ବିୟୁଟି ପ୍ରଡକ୍ଟସ୍‌ ଥୁଆ ହୋଇଥାଏ। ହେଲେ ଘରେ ଛୋଟ ଛୁଆ ଥିଲେ ଏହାକୁ ସେମାନଙ୍କଠାରୁ ଦୂରେଇ ରଖନ୍ତୁ। କାରଣ ଆପଣଙ୍କ ଅଜାଣତରେ ଛୋଟ ଛୁଆ ଏହି ସବୁ କେମିକାଲ ସହ ଖେଳିବା ସହ ଏହାକୁ ପାଟିରେ ପଶାଇ ଦିଅନ୍ତି। ଏଥିଯୋଗୁ ସେମାନେ ଅସୁସ୍ଥ ହେବା ସହ ମେଡିକାଲରେ ଭର୍ତ୍ତି ହେବା ପରିସ୍ଥିତି ସୃଷ୍ଟି ହୋଇଥାଏ।

ଏକ ନୂଆ ଅଧ୍ୟୟନରୁ ଜଣାଯାଇଛି ଯେ, ନେଲ ପଲିସି, ଶାମ୍ପୁ, ବଡି ଲୋଶନ, ହେୟାର ରିମୁଭର ପରି ବିୟୁଟି ପ୍ରଡକ୍ଟସ୍‌ ଛୋଟ ଛୁଆଙ୍କ ଲାଗି କ୍ଷତିକାରକ ହୋଇଥାଏ। ସର୍ଭେରୁ ଜଣାପଡିଛି ଯେ, ଘରେ ଛୋଟ ଛୁଆ ଥିଲେ ସେମାନେ ଲୁଚି ଲୁଚି ମା’ଙ୍କ ବିୟୁଟି ପ୍ରଡକ୍ଟସ୍‌ ବ୍ୟବହାର କରିଥାନ୍ତି। କିନ୍ତୁ ଏହା ସେମାନଙ୍କ ଶରୀର ଲାଗି କେତେ କ୍ଷତିକାର ସାବ୍ୟସ୍ତ ହୋଇପାରେ ଏ ବିଷୟରେ ସେମାନଙ୍କର କିଛି ଜ୍ଞାନ ନ ଥାଏ।

ଆମେରିକାର ଏକ ଚିଲଡ୍ରେନ ହସ୍ପିଟାଲ ପକ୍ଷରୁ ହୋଇଥିବା ସର୍ଭେରେ ଜଣାପଡିଛି ଯେ, ଏପରି ଉତ୍ପାଦ ହେତୁ ପ୍ରତି ବର୍ଷ ୫ ବର୍ଷରୁ କମ  ବୟସର ୪୩୦୦ ରୁ ଅଧିକ ଛୁଆ  ବିଭିନ୍ନ ବେମାରରେ ପଡିଥାନ୍ତି। ତେଣୁ ମହିଳାମାନେ ସେମାନଙ୍କ ପର୍ସନାଲ ବିୟୁଟି ଉତ୍ପାତକୁ ଛୋଟ ଛୁଆଙ୍କଠୁ ଦୂରେଇ ରଖିବାକୁ ଉପଦେଶ ଦିଆଯାଇଛି। ଏଥିରେ ଲଗାଯାଇଥିବା ରଙ୍ଗବେରଙ୍ଗର ଷ୍ଟିକର ଦେଖି ପିଲାମାନେ ଏଥିପ୍ରତି ଆକର୍ଷିତ ହୋଇପଡନ୍ତି। ଏବଂ କେହି ନ ଥିବା ବେଳେ ଏହାକୁ ଖାଇବାକୁ ଚେଷ୍ଟା କରିଥାନ୍ତି।

ବହୁ ସମୟରେ ଛୁଆମାନେ ନେଲ ପଲିସି ରିମୁଭରକୁ ଜୁସ୍‌ ଭାବିଥିବା ବେଳେ ଲୋସନକୁ ଦହି ଭାବି ଦେଇଥାନ୍ତି। ଏଥିଯୋଗୁ ବହୁ ସମସ୍ୟା ଦେଖାଦେଇଥାଏ। ତେଣୁ କରି ଏପରି ଜିନିଷକୁ ଛୋଟ ଛୁଆଙ୍କଠାରୁ ଦୂରେଇ ରଖନ୍ତୁ।

କ୍ଲିନିକାଲ ପେଡିଆଟ୍ରିକ୍ସରେ ପ୍ରକାଶିତ ଅଧ୍ୟୟନ ଅନୁସାରେ ଛୋଟ ଛୁଆଙ୍କ ଲାଗି ହେୟାର ପ୍ରଡକ୍ଟସ୍‌ ବହୁତ ଅଧିକ କ୍ଷତିକାରକ ହୋଇଥାଏ। ୨୦୦୨ ମସିହାରୁ ୨୦୧୬ ମସିହା ପର୍ଯ୍ୟନ୍ତ ବିୟୁଟି ପ୍ରଡକ୍ଟସ୍‌ର ବ୍ୟବହାର କରି ବହୁ ଛୋଟ ଛୁଆ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେମାନଙ୍କ ମଧ୍ୟରୁ ୫୨ ପ୍ରତିଶତ ହେୟାର ପ୍ରଡକ୍ଟସ୍‌ ବ୍ୟବହାର କରି ଅସୁସ୍ଥ ହୋଇପଡିଥିବା ଜଣାପଡିଥିଲା।



from Odisha Reporter https://ift.tt/2Lnf5Lo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages