ଲଣ୍ଡନ: ବିଶ୍ୱକପ୍ କ୍ରିକେଟରେ ଆଜି ମାଞ୍ଚେଷ୍ଟରରେ ୱେଷ୍ଟଇଣ୍ଡିଜ୍ ସହ ଭାରତର ମୁକାବିଲା ହେବ। ଭାରତ ଏହି ବିଶ୍ୱକପରେ ଅପରାଜେୟ ଧାରା ବଜାୟ ରଖିବାକୁ ଚେଷ୍ଟା କରିବ। ଆହତ ଯୋଗୁଁ ପୂର୍ବ ମ୍ୟାଚରେ ବାଦ ପଡିଥିବା ଭାରତୀୟ ବୋଲର ଭୁବନେଶ୍ୱର କୁମାର ଫିଟ୍ ହୋଇ ନେଟ୍ରେ ଅଭ୍ୟାସ କରିଛନ୍ତି। କିନ୍ତୁ ଭୁବନେଶ୍ୱର କୁମାର ୱେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚରେ ଖେଳିବେ କି ନାହିଁ ସେ ନେଇ ସ୍ପଷ୍ଟ ହୋଇନାହିଁ ବୋଲି ବୋଲିଂ କୋଚ ଭାରତ ଅରୁଣ କହିଛନ୍ତି। ସେପଟେ ପୂର୍ବ ମ୍ୟାଚରେ ହ୍ୟାଟ୍ରିକ ନେଇଥିବା ମହମ୍ମଦ ସାମି ଏବଂ ଭୁବନେଶ୍ୱରଙ୍କ ମଧ୍ୟରୁ ଭାରତ କାହାକୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଖେଳାଇବ ସେନେଇ ଉତ୍କଣ୍ଠା ରହିଛି।
ଭାରତ ଏହି ବିଶ୍ୱକପରେ ୫ଟି ମ୍ୟାଚ ଖେଳି ୪ଟି ବିଜୟୀ ହୋଇଥିବା ବେଳେ ଗୋଟିଏ ମ୍ୟାଚ ବର୍ଷା ଯୋଗୁଁ ବାତିଲ ହୋଇଥିଲା । ସେମି ଫାଇନାଲରେ ସ୍ଥାନ ସୁରକ୍ଷିତ କରିବା ପାଇଁ ବିରାଟ ବାହିନୀକୁ ଆଉ ଦୁଇଟି ବିଜୟ ଦରକାର ରହିଛି। ଅନ୍ୟପକ୍ଷରେ ୱେଷ୍ଟଇଣ୍ଡିଜ୍ ଟିମ୍ ୫ଟି ମ୍ୟାଚ ଖେଳି ଗୋଟିଏ ଜିତିଥିବା ବେଳେ ୪ଟି ମ୍ୟାଚରେ ପରାସ୍ତ ହୋଇଛି।
ତେଣୁ ଭାରତ ବିପକ୍ଷ ମ୍ୟାଚରେ ୱେଷ୍ଟଇଣ୍ଡିଜ ଦଳ ଚାପରେ ରହିବ। ଅଲରାଉଣ୍ଡର ଆଣ୍ଡ୍ରେ ରସେଲ ବାଦ ପଡ଼ିଥିବା ବେଳେ ଦଳରେ ତାଙ୍କ ସ୍ଥାନରେ ସୁନୀଲ ଆମ୍ବ୍ରିସଙ୍କୁ ସାମଲ କରାଯାଇଛି।
from Odisha Reporter https://ift.tt/2xdizYJ
No comments:
Post a Comment