ମାଟ୍ରିକ୍‌ ପରୀକ୍ଷା ଫଳ ଖରାପ ହେବା ପରେ : କ୍ଲାସ୍‌ରୁମ୍‌ରେ ସାର-ଦିଦିଙ୍କୁ ମୋବାଇଲ ମନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, June 26, 2019

ମାଟ୍ରିକ୍‌ ପରୀକ୍ଷା ଫଳ ଖରାପ ହେବା ପରେ : କ୍ଲାସ୍‌ରୁମ୍‌ରେ ସାର-ଦିଦିଙ୍କୁ ମୋବାଇଲ ମନା

ବ୍ରହ୍ମପୁର(ଅଶୋକ ବ୍ରହ୍ମା):ଚଳିତ ବର୍ଷ ଦଶମ ଶ୍ରେଣୀ ପରୀକ୍ଷାରେ ସରକାରୀ ସ୍କୁଲର ଫଳାଫଳ ଆଶାଜନକ ନହେବା ଓ ଛାତ୍ରଛାତ୍ରୀମାନେ ସରକାରୀ ସ୍କୁଲ ପ୍ରତି ଆଗ୍ରହ ପ୍ରକାଶ ନ କରିବା ନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ଚିନ୍ତା ପ୍ରକଟ କରିଛି। ତେବେ ଏପରିସ୍ଥିତିରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ସରକାରୀ ସ୍କୁଲ ପ୍ରତି କଡ଼ା ପଦକ୍ଷେପ ଗ୍ରହଣ କରିଛି। ଜିଲ୍ଲାର ସମସ୍ତ ସ୍କୁଲରେ ପାଠପଢ଼ା ବେଳେ ଶିକ୍ଷକମାନେ ମୋବାଇଲ ବ୍ୟବହାରକୁ ବାରଣ କରାଯାଇଛି। ଫଳରେ ଏଣିକି ପାଠପଢ଼ା ସମୟରେ ଶିକ୍ଷକ-ଶିକ୍ଷୟିତ୍ରୀ ଶ୍ରେଣୀଗୃହକୁ ମୋବାଇଲ ନ ନେବାକୁ ଜିଲ୍ଲାପାଳ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।

ତେବେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ବ୍ରହ୍ମପୁର ସହରରେ ଥିବା ସିଟି ହାଇସ୍କୁଲର ଶିକ୍ଷକ-ଶିକ୍ଷୟିତ୍ରୀ ପ୍ରଧାନ ଶିକ୍ଷକଙ୍କ ଟେବୁଲ ଉପରେ ମୋବାଇଲ ରଖି ଶ୍ରେଣୀ ଭିତରକୁ ଯାଉଥିବା ଦେଖିବାକୁ ମିଳିଛି। ସେହିପରି ଭିଭି ଗିରି ବାଳିକା ବିଦ୍ୟାଳୟରେ ବି ଶିକ୍ଷୟିତ୍ରୀମାନେ ନିଜ ନିଜ ଆଲମିରାରେ ମୋବାଇଲ ରଖି ଶ୍ରେଣୀ ଭିତରକୁ ଯାଉଛନ୍ତି।

ମୋବାଇଲ ଶ୍ରେଣୀଗୃହକୁ ନନେବା ନିୟମକୁ ଶିକ୍ଷକ-ଶିକ୍ଷୟିତ୍ରୀ ସ୍ୱାଗତ କରିଛନ୍ତି।  ଆବଶ୍ୟକ ପଡ଼ିଲେ କମନ୍ ରୁମକୁ ଆସି ଶିକ୍ଷକ- ଶିକ୍ଷୟିତ୍ରୀ ମୋବାଇଲ ବ୍ୟବହାର କରିପାରିବେ ବୋଲି ଭିଭିଗିରି ବାଳିକା ବିଦ୍ୟାଳୟର ପ୍ରଧାନ ଶିକ୍ଷକ କହିଛନ୍ତି। ପ୍ରଶାସନର ଏହି କଟକଣାକୁ ନେଇ ଛାତ୍ରଛାତ୍ରୀ ବେଶ୍ ଖୁସି ଅଛନ୍ତି। ପାଠପଢ଼ା ସମୟରେ ଶିକ୍ଷକ-ଶିକ୍ଷୟିତ୍ରୀ ମୋବାଇଲ ବ୍ୟବହାର କରୁ ନଥିବାରୁ ପୂରା ପିରିୟଡ୍ ଠିକ୍ ଭାବେ ଚାଲୁଥିବା ସେମାନେ କହିଛନ୍ତି। ଅନ୍ୟପକ୍ଷରେ ସ୍କୁଲ ଖୋଲିବା ଦିନ ପିଲାମାନଙ୍କୁ ଫୁଲ ଚନ୍ଦନ ଦେଇ ସ୍ୱାଗତ କରିବାକୁ ମଧ୍ୟ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେଇଥିଲା।

ଏନେଇ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ କହିଛନ୍ତି,“ଏବେ ଶିକ୍ଷକମାନଙ୍କୁ ଅନୁରୋଧ କରାଯାଇଛି ଯେ, ଯେତେବେଳେ ସେମାନେ ପାଠପଢ଼ାଇବେ ଏହି ସମୟରେ ମୋବାଇଲ ବ୍ୟବହାର କରିପାରିବେନି। ଯାହା କ୍ଲାସ୍‌ ରୁମ୍‌ ଭିତରକୁ ମୋବାଇଲ୍‌କୁ ପୂରା ବ୍ୟାନ୍ କରାଯାଇଛି। ଶିକ୍ଷକମାନେ ଅଫିସ୍‌ କାମରେ ମୋବାଇଲ ବ୍ୟବହାର କରିପାରିବେ, ହେଲେ କ୍ଲାସ୍ ଭିତରେ ବ୍ୟବହାର କରିପାରିବେ ନାହିଁ।”



from Odisha Reporter https://ift.tt/2RGmuGL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages