କର୍କଟ ରୋଗୀଙ୍କୁ ରକ୍ତ ଦେଇ ମାନବିକତାର ପରିଚୟ ଦେଲେ ଆମ୍ବୁଲାନ୍ସ କର୍ମଚାରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, June 26, 2019

କର୍କଟ ରୋଗୀଙ୍କୁ ରକ୍ତ ଦେଇ ମାନବିକତାର ପରିଚୟ ଦେଲେ ଆମ୍ବୁଲାନ୍ସ କର୍ମଚାରୀ

ଜୟପୂର: ଆମ ସମାଜରେ ମଣିଷପଣିଆ ବୋଲି ଆଉ କିଛି ନାହିଁ। ଅଧିକାଂଶ ସମୟରେ ଅନେକ ଲୋକ ଏପରି କହିବାର ଆପଣ ନିଶ୍ଚୟ ଶୁଣିଥିବେ। କିନ୍ତୁ ଏହା କ’ଣ ପୂରା ଠିକ୍? ଆପଣ କ’ଣ ଏଥିରେ ପୂରା ସହମତ? ଥରେ ଭାବିଲେ, ମଣିଷପଣିଆ ଯଦି ଆଦୌ ନଥାଆନ୍ତା ଅବା ପ୍ରତି କ୍ଷେତ୍ରରେ ଯଦି ଭଲ,ଦୟାବାନ ଓ ଅନ୍ୟକୁ ସାହାଯ୍ୟ କରୁଥିବା ଲୋକ ନଥାଆନ୍ତେ ଆମ ରାଜ୍ୟ ଓ ଦେଶର ସ୍ଥିତି କେମିତି ହୋଇଥାଆନ୍ତା। ହଁ, ଆପଣ ଏହା କହିପାରିବେ ଭଲ ଲୋକଙ୍କ ସଂଖ୍ୟା କମିଯାଇଛି। ଆଜି ଆମେ ଆପଣଙ୍କୁ ପରିଚିତ କରାଇବୁ ଏମିତି ଏକ ଦରଦି ହୃଦୟର ମଣିଷଙ୍କ ସହ। ଜଣେ ଆମ୍ବୁଲାନ୍ସ ଡ୍ରାଇଭର ହୋଇଥିବା ସତ୍ତ୍ୱେ ଅନ୍ୟଙ୍କୁ ସାହାଯ୍ୟ କରିବା କଥା ଆସିଲେ, ସେ ହୋଇପଡନ୍ତି ଆଗଭର।

ବିଭିନ୍ନ ସମୟରେ ଆମ୍ବୁଲାନ୍ସ କର୍ମଚାରୀମାନେ ଅନେକ ଦୃଷ୍ଟାନ୍ତମୂଳକ କାର୍ଯ୍ୟ କରି ଆସିଥିବା ଆମେ ଦେଖିଛନ୍ତି। ରୋଗୀଙ୍କ ଜିନିଷ ବଞ୍ଚାଇବାକୁ  ସେମାନେ ସବୁବେଳେ  ତତ୍ପର ରହିବା ସହ  ରୋଗୀଙ୍କୁ କାନ୍ଧରେ ବୋହି ସ୍ୱାସ୍ଥ୍ୟକେନ୍ଦ୍ର ନେବା ପର୍ଯ୍ୟନ୍ତ ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟରେ ସେମାନେ ସମ୍ପୃକ୍ତ ଥାଆନ୍ତି।  ଏପରି ନିସ୍ୱାର୍ଥପର ଭାବନା ରଖି ସେବା କରିବାରେ ଆଗରେ ଅଛନ୍ତି ଜିକିତ୍ସା ହେଲ୍‌ଥ କେୟାର ଦ୍ୱାରା ପରିଚାଳିତ ୧୦୮ ଏବଂ ୧୦୨ ଆମ୍ବୁଲାନ୍ସ କର୍ମଚାରୀମାନେ । ନିକଟରେ ଏହିପରି ଜଣେ ଆମ୍ବୁଲାନ୍ସ ଡ୍ରାଇଭରଙ୍କର ମହତ କାର୍ଯ୍ୟ କୋରାପୁଟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।   ଏହି ଡ୍ରାଇଭରଙ୍କ ନାଁ ସନ୍ତୋଷ କୁମାର ପ୍ରଧାନ୍। ଏବେ ଆପଣମାନେ ଜାଣିବାକୁ ଚାହିଁବେ ସେ ଏମିତି କ’ଣ କଲେ? ତା’ହେଲେ ପଢ଼ନ୍ତୁ ପୂରା ଘଟଣା।

ଗତ ୧୯ ଜୁନ୍ ପୂର୍ବାହ୍ନରେ ଜୟପୂର ଏସ୍‌ଡ଼ିଏଚ୍‌ରୁ କୋରାପୁଟ ଡ଼ିଏଚ୍ଏଚ୍‌କୁ ମୋତି ବିଶୋଇ ନାମକ ଜଣେ କର୍କଟ ରୋଗୀଙ୍କୁ ରେଫର୍ କେସ ପାଇଁ ୧୦୮କାର୍ଯ୍ୟାଳୟକୁ ଫୋନ୍ ଆସିଥିଲା। ସୂଚନା ପାଇବା ପରେ କାର୍ଯ୍ୟାଳୟ ତରଫରୁ ଲମତାପୁଟ ସିଏଚ୍‌ସିରୁ ଏକ ୧୦୮ ଆମ୍ବୁଲାନ୍ସକୁ ପଠାଯାଇଥିଲା। ଆମ୍ବୁଲାନ୍ସଟି ମାତ୍ର ୧୫ ମିନଟ୍ ସମୟ ମଧ୍ୟରେ ରୋଗୀଙ୍କ ନିକଟରେ ପହିଥିବାବେଳେ ରୋଗୀକୁ କୋରାପୁଟ ଡ଼ିଏଚ୍‌ଏଚ୍‌କୁ ସ୍ଥାନାନ୍ତର କରିଥିଲା। ସେଠାରେ ଡ଼ା. ବି ପଟ୍ଟନାୟକ  ରୋଗୀକୁ ଦେଖିବା ସହ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବାରୁ ତୁରନ୍ତ ରକ୍ତ ଆବଶ୍ୟକ ଥିବା କହିଥିଲେ। ହେଲେ ଏତେ କମ୍‌ ସମୟ ମଧ୍ୟରେ ରକ୍ତ ଯୋଗାଡ଼ କରିବା ବଡ଼ କଷ୍ଟକର ଥିଲା।

ପରିସ୍ଥିତିର ଗମ୍ଭୀରତାକୁ ହୃଦୟଙ୍ଗମ କରି ସେଠାରେ ଉପସ୍ଥିତ ଥିବା ୧୦୮ ଆମ୍ବୁଲାନ୍ସର ଡ୍ରାଇଭର ସନ୍ତୋଷ ସହାୟତାର ହାତ ବଢ଼ାଇବା ସହ ଉକ୍ତ ମହିଳା ରୋଗୀଙ୍କୁ ରକ୍ତ ଦାନ କରିଥିଲେ। ୧୦୮ ଆମ୍ବୁଲାନ୍ସ ଡ୍ରାଇଭରଙ୍କର ଏତାଦୃଶ୍ୟ ମହାନ କାର୍ଯ୍ୟ ପାଇଁ ଜିକିତ୍ସା ହେଲ୍‌ଥ କେୟାରର ରାଜ୍ୟ ମୁଖ୍ୟ ଶ୍ରୀ ସବ୍ୟସାଚୀ ବିଶ୍ୱାଳ, ତାଙ୍କର ପ୍ରଶଂସା କରିଥିବାବେଳେ ସ୍ଥାନୀୟ ବୁଦ୍ଧିଜିବୀ ଏବଂ ଲୋକଙ୍କ ଦ୍ୱାରା ତାଙ୍କ କାର୍ଯ୍ୟକୁ ଆଦୃତ କରାଯାଇଛି।



from Odisha Reporter https://ift.tt/2FxlQGU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages