ମୁମ୍ୱାଇ: ଫିଲ୍ଡରେ ଚଉକା, ଛକା ମାରି ତଥା ଉଇକେଟ ନେଇ ଦର୍ଶକଙ୍କ ମନ ଜିଣୁଥିବା କ୍ରିକେଟର ପଡିଆ ବାହାରେ ବହୁ ବ୍ୟବସାୟ ସହ ସଂଶ୍ଲିଷ୍ଟ। ରିୟଲ ଇଷ୍ଟେଟ୍ ବିଜନେସ୍ ହେଉ କିମ୍ୱା ଫୁଡ ଚେନ, ହସ୍ପିଟାଲିଟି, ଶେଆର ମାର୍କେଟ ତଥା ବିଭିନ୍ନ କ୍ଷେତ୍ରରେ ସେମାନେ ଇନଭେଷ୍ଟ କରିଥାନ୍ତି। ନିଜ ନିଜ ନେମ୍, ଫେମ୍କୁ ନେଇ ସେମାନେ ନିଜ ବ୍ୟବସାୟରେ ବ୍ୟବହାର କରି କେତେବେଳେ ସଫଳ ହୋଇ ଯାଉଥିବା ବେଳେ କେତେବେଳେ ହୋଇ ଯାଉଛନ୍ତି କ୍ଲିନ୍ ବୋଲ୍ଡ। ଆଜି ଆମେ ଏପରି କିଛି କ୍ରିକେଟରଙ୍କ ବିଷୟରେ କହିବାକୁ ଯାଉଛି, ଯେଉଁମାନେ ରେଷ୍ଟୁରାଣ୍ଟ ବ୍ୟବସାୟ ସହ ସଂଶ୍ଳିଷ୍ଟ ହୋଇ ପାଇଛନ୍ତି ଭିନ୍ନ ଅଭିଜ୍ଞତା।
ସେ ପ୍ରଥମ ବିଶ୍ୱକପ୍ ବିଜେତା ଟିମ୍ କ୍ୟାପଟେନ ତଥା କ୍ରିକେଟ କିମ୍ୱଦନ୍ତୀ କପିଲ ଦେବ ହୁଅନ୍ତୁ କିମ୍ୱା ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର ହୁଅନ୍ତୁ କିମ୍ୱା ବିରାଟ କୋହଲି, ରବୀନ୍ଦ୍ର ଜାଡେଜାଙ୍କ ପରି ଆଜିର ୟଙ୍ଗ ସେନସେସନ ହୁଅନ୍ତୁ ସମସ୍ତେ ଫୁଡ ଚେନ୍ ବିଜନେସ୍ରେ ନିଜ ଭାଗ୍ୟ ପରୀକ୍ଷା କରି ସାରିଛନ୍ତି। ଆଜି ଆସନ୍ତୁ ଜାଣିବା, କେଉଁ କ୍ରିକେଟର ଏହି ବିଜନେସ୍ରେ ସଫଳ ହୋଇଛନ୍ତି ଆଉ କିଏ ଫେଲ।
–ଭାରତରେ ଏହି ଟ୍ରେଣ୍ଡ ଆରମ୍ଭ କରିବାରେ ପ୍ରଥମ ନାମ ହେଉଛି ମହାନ କ୍ରିକେଟର କପିଲ ଦେବ। ସେ ନିଜ ହୋମ ଟାଉନ ଚଣ୍ଡିଗଡରେ ୧୯୮୨ ମସିହାରେ ‘ restobar sixer’ ନାମକ ରେଷ୍ଟୁରାଣ୍ଟ ଖୋଲିଥିଲେ। ହେଲେ ଏହା ବେଶି ଦିନ ଚାଲି ପାରିଲା ନାହିଁ।
– କ୍ରିକେଟର ଭଗବାନ କହିଲେ ବୁଝାଉଥିବା ସଚିନ ତେନ୍ଦୁଲକର ନିଜ ଫାଷ୍ଟ ରେଷ୍ଟୁରାଣ୍ଟ ‘ Tendulkars’ ନାମରେ ଆରମ୍ଭ ହୋଇଥିଲା। ହେଲେ ତେନ୍ଦୁଲକର ସଫଳତା ପାଇବା ପରି ତାଙ୍କ ବ୍ୟବସାୟ ସେତେ ସଫଳ ହୋଇ ପାରିନ ଥିଲା। ଖୁବ୍ କମ୍ ଦିନରେ ଏଥିରେ ତାଲା ପଡିଥିଲା।
–ସୌରଭ ଗାଙ୍ଗୁଲି ଭାରତୀୟ କ୍ରିକେଟ ଟିମ୍ର କ୍ୟାପଟେନ ଥିବା ବେଳେ ୨୦୦୪ ମସିହାରେ ‘Sourav‘s- The Food Pavillion’ ରେଷ୍ଟୋରାଣ୍ଟ ଖୋଲିଥିଲେ। ହେଲେ ଏହାର ଭବିଷ୍ୟତ ସେପରି ଉଜ୍ୱଳ ନ ଥିଲା। ୨୦୧୧ ମସିହାରେ ହିଁ ଏହା ବନ୍ଦ ହୋଇଯାଇଥିଲା।
– ଭାରତୀୟ ବୋଲର ଜାହିର ଖାନ ପୁନେ ZK‘s ନାମରେ ନିଜର ଏକ ରେଷ୍ଟୋରାଣ୍ଟ ୨୦୦୪-୦୫ ମସିହାରେ ଖୋଲିଲେ। ଏହା କ୍ଲିକ୍ କରିବାରୁ ସେ ୨୦୧୩ ମସିହାରେ ପୁନେରେ ପୁଣି ‘Toss ’ ନାମରେ ଏକ ଲାଉଞ୍ଜ ଓପନ କଲେ।
–ଇଣ୍ଡିଆନ ସ୍କିପର ବିରାଟ କୋହଲି ଦିଲ୍ଲୀସ୍ଥିତ ରେଷ୍ଟୁରାଣ୍ଟ ‘ Nueva’ର ପ୍ରମୋଟର। କୋହଲିଙ୍କ ଭାଇ ବିକାଶ ଏହାର ମାଲିକାନାରେ ଅଂଶୀଦାର ଥିବା ଜଣାଯାଇଛି।
–ଭାରତୀୟ ଟିମ୍ରେ ନିଜ ସ୍ଥାନ ଦୋଦୁଲ୍ୟମାନ ସ୍ଥିତିରେ ଥିବା ବେଳେ ରବୀନ୍ଦ୍ର ଜାଡେଜା ଫୁଡ ବିଜନେସ୍ରେ ନିଜ ଭାଗ୍ୟ ପରୀକ୍ଷା କରିଥିଲେ। ତାଙ୍କ ପାଇଁ ୧୨ ଲକି ନମ୍ବର ହୋଇଥିବାରୁ ସେ 12.12.12ରେ ‘ JADDU’s FOOD FIELD’ ନାମକ ରେଷ୍ଟୁରାଣ୍ଟ ଖୋଲିଥିଲେ।
–ତେନ୍ଦୁଲକରଙ୍କ ପଦାଙ୍କ ଅନୁସରଣ କରି ବିରେନ୍ଦ୍ର ସ୍ୱେହାଗ୍ ମଧ୍ୟ ଦିଲ୍ଲୀର ମୋତିନଗରରେ ୨୦୦୬ ମସିହାରେ ଏକ ରେଷ୍ଟୁରାଣ୍ଟ ଖୋଲିଥିଲେ। ଯାହାକି ପରେ ବନ୍ଦ ହୋଇଯାଇଥିଲା।
from Odisha Reporter http://bit.ly/2K6LBS8
No comments:
Post a Comment