ଏଲୋଭେରା ବରଦାନ ନୁହେଁ ଅଭିଶାପ ପାଲଟିଯାଏ, ହେଲେ କାହା ପାଇଁ ଜାଣିଛନ୍ତି? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, June 9, 2019

ଏଲୋଭେରା ବରଦାନ ନୁହେଁ ଅଭିଶାପ ପାଲଟିଯାଏ, ହେଲେ କାହା ପାଇଁ ଜାଣିଛନ୍ତି?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଆପଣ ଏଲୋଭେରା ଖାଇବା ଓ ତ୍ୱଚାରେ ଲଗାଇବାର ବହୁ ଫାଇଦା ବିଷୟରେ ଶୁଣିଥିବେ। ଏଥିରେ ଆଣ୍ଟି- ଇନଫ୍ଲେମେଟରି ଗୁଣ ରହିଥାଏ। ଯାହାକି ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ। ଏହାବ୍ୟତୀତ ଆଲୋବେରାରେ ବହୁତ ଆଣ୍ଟି ଅକ୍ସିଡେଣ୍ଟ ଓ ଆଣ୍ଟି ବ୍ୟାକ୍ଟେରିଆଲ ଗୁଣ ଭର୍ତ୍ତି ହୋଇ ରହିଥାଏ। ଯାହାକି ବିଭିନ୍ନ ପ୍ରକାର ଆମ ଶରୀର ଲାଭି ଲାଭଦାୟକ ହୋଇଥାଏ। ଏହାକୁ ତ୍ୱଚାରେ ଲଗାଇବାଠୁ ଆରମ୍ଭ କରି ଜୁସ୍‌ ପିଇବାର ଫାଇଦା ବିଷୟରେ ସମସ୍ତେ ଊଣାଅଧିକ ଜାଣିଥିବେ। କିନ୍ତୁ ଆପଣ ଏହା ବ୍ୟବହାର ଦ୍ୱାରା ହେଉଥିବା କ୍ଷତି ବିଷୟରେ କିଛି ଜାଣିଛନ୍ତି କି?

ଆଶ୍ଚର୍ଯ୍ୟ ହୁଅନ୍ତୁ ନାହିଁ, ଯେଉଁ ଏଲୋଭେରାକୁ ଆପଣ ବହୁ ସମସ୍ୟାର ସମାଧାନ ଲାଗି ରାମବାଣ ବୋଲି ଭାବୁଥିବେ, ତାହା ଯେ, କେତେ ପ୍ରକାର ସମସ୍ୟା ସୃଷ୍ଟି କରେ, ସେ ବିଷୟରେ ଆପଣଙ୍କର ଜ୍ଞାନ ନାହିଁ। ଆସନ୍ତୁ ଜାଣିବା, ଏହି ସବୁ ସମସ୍ୟା ବିଷୟରେ।

ଯେଉଁମାନଙ୍କର ପୂର୍ବରୁ ହୃଦରୋଗ ରହିଛି, ସେମାନେ ଏହାର ଜୁସ୍‌ ସେବନ କରିବା ଉଚିତ ନୁହେଁ। ପ୍ରତିଦିନ ଏହାକୁ ସେବନ କରିବା ଦ୍ୱାରା ହୃଦୟର ସ୍ପନ୍ଦନ ବଢିଯିବା ସହ ଆପଣଙ୍କୁ ଦୁର୍ବଳ ଅନୁଭବ ହୋଇଥାଏ।

ବହୁତ ପ୍ରକାର ତ୍ୱଚା ସମ୍ବନ୍ଧୀୟ ବେମାର ଲାଗି ଏହା ବରଦାନ ସଦୃଶ ହୋଇଥାଏ। କିନ୍ତୁ ଏହାର ଅତ୍ୟଧିକ ବ୍ୟବହାର ଆପଣଙ୍କ ସମସ୍ୟା ବଢାଇପାରେ। ଏହାଦ୍ୱାରା ଆମ ସ୍କିନ୍‌ କୁଣ୍ଡାଇ ହେବା, ନାଲି ପଡିଯିବା ଆଦି ସମସ୍ୟା ଦେଖାଦିଏ।

 – ଏଲୋଭେରା ଜୁସ୍‌ ନିୟମିତ ସେବନ କଲେ ଆପଣଙ୍କ ରକ୍ତଚାପ କମ୍‌ ହୋଇଯାଇପାରେ। ଉଚ୍ଚ ରକ୍ତଚାପ ଥିବା ବ୍ୟକ୍ତିଙ୍କ ଲାଗି ଏହା ଲାଭଦାୟକ। କିନ୍ତୁ କମ୍‌ ରକ୍ତଚାପ ଥିବା ବ୍ୟକ୍ତିଙ୍କ ଲାଗି ଏହା ବିପଦ ଘଣ୍ଟି।

ବହୁ ଲୋକ ସକାଳୁ ଉଠି ଏହି ଜୁସ୍‌ ପିଇଥାନ୍ତି। ହେଲେ ଏହାଦ୍ୱାରା ଆପଣ ହାଲିଆ ଅନୁଭବ କରିବା ସହ ଡିହାଇଡ୍ରେସନ ପରି ସମସ୍ୟା ଭୋଗି ପାରନ୍ତି।

ଆପଣଙ୍କର କବଜ୍‌ ପରି ସମସ୍ୟା ଥିଲେ, ଏହାର ସେବନରୁ ନିଜକୁ ନିବୃତ୍ତ ରଖନ୍ତୁ। ଏହାଦ୍ୱାରା ଆପଣଙ୍କ କବଜ୍‌ ସମସ୍ୟା ବଢିବା ସହ ପେଟ ଦରଜ, ଡାଇରିଆ ପରି ସମସ୍ୟା ଦେଖାଦିଏ।

 

ଏଲୋଭେରାର ସେବନ ଦ୍ୱାରା ଏଥିରେ ଥିବା ଲେଟେସ୍କ ଯୋଗୁ ଆମ ମାଂସପେଶୀ ଦରଜ ହୋଇଥାଏ। ତେଣୁ ଡାକ୍ତରଙ୍କୁ ନ ପଚାରି ଏହାର ସେବନ କରନ୍ତୁ ନାହିଁ।

ଗର୍ଭବତୀମାନେ ମଧ୍ୟ ଏହାକୁ ସେବନ କରିବାର ଭୁଲ କରିବା ଉଚିତ ନୁହେଁ। ଏହାଦ୍ୱାରା ଗର୍ଭାଶୟ ସଙ୍କୁଚିତ ହୋଇଥାଏ। ଫଳରେ ଗର୍ଭରେ ଥିବା ଶିଶୁ ବିକାଶରେ ବାଧା ସୃଷ୍ଟି ହୋଇଥାଏ।



from Odisha Reporter http://bit.ly/2MDHOOf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages